Posted inଜାତୀୟ

ଓଲଟିଲା ସ୍କୁଲ ବସ୍‌: ଚାଲିଗଲା ୬ ଛାତ୍ରୀଛାତ୍ରଙ୍କ ଜୀବନ

ଚଣ୍ଡିଗଡ଼,୧୧ା୪: ହରିୟାଣାର ମହେନ୍ଦ୍ରଗଡ଼ ଅଞ୍ଚଳରେ ଗୁରୁବାର ଏକ ସ୍କୁଲବସ୍‌ ଓଲଟିପଡ଼ିବାରୁ ୬ ଛାତ୍ରୀଛାତ୍ର ପ୍ରାଣ ହରାଇବା ସହ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି। ଘଟଣାର ତଦନ୍ତ ପାଇଁ ହରିୟାଣା ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏକ ଘରୋଇ ସ୍କୁଲର ଉକ୍ତ ବସ୍‌କୁ ଡ୍ରାଇଭର ବେପରୁଆ ଭାବେ ଅତି ଦ୍ରୁତ ବେଗରେ ଚଳାଉଥିବାରୁ ନିୟନ୍ତ୍ରଣ କରିପାରି ନ ଥିଲେ। ଫଳରେ ଏହା ଏକ ଗଛରେ ଧକ୍କା ହୋଇ ଓଲଟି ପଡ଼ିଥିଲା ବୋଲି ପୋଲିସ କହିଛି। ରିପୋର୍ଟ ଅନୁଯାୟୀ ଡ୍ରାଇଭର ମଦ ନିଶାରେ ଥିଲେ। ତାଙ୍କୁ ଗିରଫ କରାଯାଇଛି।

୩୦ଜଣ ସ୍କୁଲ ପିଲାଙ୍କୁ ନେଇ ବସ୍‌ଟି ଯାଉଥିବାବେଳେ କନିନାର ଉନ୍‌ହାନି ଗ୍ରାମନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁରୁବାର ଇଦ୍‌ ପର୍ବ ପାଇଁ ଛୁଟି ଥିବାବେଳେ ସ୍କୁଲ୍‌ବସ୍‌ କ’ଣ ପାଇଁ ପିଲାମାନଙ୍କୁ ନେଇ ଯାଉଥିଲା ବୋଲି ପ୍ରଶ୍ନ ଉଠିଛି।

ଦୁର୍ଘଟଣାରେ ୬ଜଣ ପିଲାଙ୍କ ଜୀବନ ଯିବା ଦୁଃଖଦ ଘଟଣା ବୋଲି ହରିୟାଣା ଶିକ୍ଷାମନ୍ତ୍ରୀ ସୀମା ତ୍ରିଖା କହିବା ସହ ଆହତମାନଙ୍କ ଚିକିତ୍ସା ଉପରେ ଏବେ ଅଧିକ ଧ୍ୟାନ ଦିଆଯାଉଥିବା କହିଛନ୍ତି। ଛୁଟିଦିନରେ ସ୍କୁଲ କାହିଁକି ଖୋଲା ଥିଲା, ତାହାର ଉତ୍ତର ଜିଲା ଓ ସ୍କୁଲ କର୍ତ୍ତୃପକ୍ଷ ଦେବେ ବୋଲି ସେ କହିଛନ୍ତି।

ଆହତ ଛାତ୍ରମାନଙ୍କ କହିବା ଅନୁଯାୟୀ ଡ୍ରାଇଭର ଖୁବ୍‌ ଜୋର୍‌ରେ ଚଳାଉଥିବାରୁ ବସ୍‌କୁ ନିୟନ୍ତ୍ରଣ କରିପାରିଲେ ନାହିଁ। ସେ ମଦ ପିଇଥିବା ଭଳି ଜଣାପଡ଼ୁଥିଲେ। ଏପରିକି ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଦୁର୍ଘଟଣାର କିଛି ସମୟ ପୂର୍ବରୁ ତାଙ୍କୁ କେତେଜଣ ଗ୍ରାମବାସୀ ଅଟକାଇ ତାଗିଦ କରିଥିଲେ ବୋଲି ୨ ଆହତ ଛାତ୍ରଙ୍କ ଜେଜେ ହନୁମାନ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri