Posted inଜାତୀୟ

ପରିବାରର ୬ ଜୀବନ୍ତ ଦଗ୍ଧ ଘଟଣା: ଘରେ ନିଆଁ ଲଗାଇବାକୁ ଦିଆଯାଇଥିଲା ସୁପାରି

ହାଇଦ୍ରାବାଦ ,୧୯।୧୨ : ତେଲଙ୍ଗାନାର ମଞ୍ଚେରିଆଲ ଜିଲାରେ ଗତ ଶନିବାର ଭୋର ସମୟରେ ଏକ ଘରେ ନିଆଁ ଲାଗି ପରିବାରର ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଜିଲାର ଭେଙ୍କଟପୁରରେ ଗ୍ରାମ ରାଜସ୍ବ ସହାୟକ (ଭିଆର୍‌ଏ)ଙ୍କ ଘରେ ନିଆଁ ଲଗାଇବା ପାଇଁ ସୁପାରି ଦିଆଯାଇଥିଲା ବୋଲି ପୋଲିସ ସନ୍ଦେହ କରୁଛି। ଘଟଣା ପଛରେ ପରକୀୟା ପ୍ରୀତି ରହିଥିବା ପୋଲିସ ଜାଣିବାକୁ ପାଇଛି। ଭିଆର୍‌ଏ ଶିବାୟାଙ୍କ ସ୍ତ୍ରୀ ପଦ୍ମା (୪୫)ଙ୍କ ସହ ତାଙ୍କର ପାରିବାରିକ ବନ୍ଧୁ ଶାନ୍ତିଆହ ଅନୈତିକ ସମ୍ପର୍କ ରଖିଥିଲେ। ଶାନ୍ତିଆହ ତାଙ୍କ ସ୍ତ୍ରୀ ସୃଜନାଙ୍କଠାରୁ ଅଲଗା ହୋଇ ଭିଆର୍‌ଏଙ୍କ ଘର ନିକଟରେ ରହୁଥିଲେ। ନିଆଁ ଲାଗିବାର କାରଣ ସମ୍ପର୍କରେ ଫୋରେନ୍‌ସିକ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ପୋଲିସ କହିଛି। କେତେଜଣ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ମାମଲାରେ ଡିଆର୍‌ଆଇ ଏଡିଜି ଗିରଫ

ନୂଆଦିଲ୍ଲୀ,୨ା୧(ପି.ଟି.): ୨୫ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସିବିଆଇ ବୁଧବାର ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍‌ଆଇ)ର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଚନ୍ଦ୍ରଶେଖର ଏବଂ ଜଣେ...

ଘୋଡ଼ାର ମୂଲ୍ୟ ୧୦ କୋଟି: ଏକ୍ସପ୍ରେସ୍‌ ଟ୍ରେନ୍‌ଠାରୁ ବି ଅଧିକ ବେଗରେ ଦୌଡ଼ିଥାଏ

ମୁମ୍ବାଇ,୨୩।୧୨: ଘୋଡ଼ା ମୂଲ୍ୟ ପୁଣି ୧୦ କୋଟି ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। ମହାରାଷ୍ଟ୍ର ସାରଙ୍ଗଖେଡ଼ାଠାରେ ଚାଲିଥିବା ଚେତକ ଉତ୍ସବରେ...

ସ୍ବାସ୍ଥ୍ୟସେବାକୁ ସଜାଡିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ, ପ୍ରତି ଜିଲାରେ ଖୋଲିବ ମେଡିକାଲ କଲେଜ

ଚଣ୍ଡିଗଡ଼, ୧୩।୫: ରାଜ୍ୟର ବିଶୃଙ୍ଖଳିତ ସ୍ବାସ୍ଥ୍ୟସେବାକୁ ସଜାଡିବାକୁ ଶୁକ୍ରବାର ବଡ଼ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ। ଏହା ଅଧୀନରେ ଗୁଣାତ୍ମକ ଡାକ୍ତରୀ ଶିକ୍ଷା...

ଆମିର ଖାଁ କରୋନା ପଜିଟିଭ୍‌

ମୁମ୍ବାଇ,୨୪।୩: ବଲିଉଡ୍‌ ଅଭିନେତା ଆମିର ଖାଁଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହାପରେ ଆମିର ନିଜକୁ ଘରେ ସେଲଫ୍‌ କ୍ୱାରାଣ୍ଟାଇନ୍‌ରେ ରଖିଥିବା ଟୁଇଟ୍‌...

୨ ଆତଙ୍କବାଦୀ ଗିରଫ, ୩ ହ୍ୟାଣ୍ଡ ଗ୍ରେନେଡ ସହିତ ଏକ ଲକ୍ଷ ଟଙ୍କା ଜବତ…

ଅମୃତସର,୧୭।୧୧ : ଅମୃତସର ପୋଲିସ ଆତଙ୍କବାଦୀ ନେଟୱାର୍କର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କ ପାଖରୁ ତିନୋଟି ହ୍ୟାଣ୍ଡ ଗ୍ରେନେଡ, ଏକ ଲକ୍ଷ ଟଙ୍କା...

୬ରେ ଆସୁଛି ଆଉ ଏକ ଲଘୁଚାପ

ନୂଆଦିଲ୍ଲୀ,୨।୯: ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ଆସନ୍ତା ୬ତାରିଖରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏନେଇ ଭାରତୀୟ...

ମେ’ ମାସ ସାଜିଲା ଘାତକ: ୯୯ ହଜାର ୬୮୦ କରୋନା ଆକ୍ରାନ୍ତଙ୍କ ଜୀବନ ନେଲା…

ନୂଆଦିଲ୍ଲୀ,୧।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ମେ’ ମାସରେ କରୋନା ଘାତକ ସାଜିଛି। ଏହି ମାସରେ ଦେଶରେ...

‘ମୁଁ ସବୁକିଛି ଠିକ୍‌ ଅଛି ବୋଲି କହିପାରିବି ନାହିଁ’

ଚଣ୍ଡିଗଡ଼,୨।୯: ପଞ୍ଜାବ କଂଗ୍ରେସରେ ଏବେ ବି ସବୁ ଠିକ ଚାଲିନାହିଁ। ଦଳର ପଞ୍ଜାବର ଦାୟିତ୍ୱରେ ଥିବା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଏହା...

Advertisement
Archives

Model This Week