ସ୍ଥିତି ପୁଣି ଅଣାୟତ୍ତ ମୁହାଁ, ସକ୍ରିୟ ମାମଲା ଲକ୍ଷେ ୧୫ ହଜାର ଟପିଲା…

ନୂଆଦିଲ୍ଲୀ, ୬।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୬ ହଜାର ୧୫୯ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୮ ରେ ପହଞ୍ଚିଛି।

ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୧୫ ହଜାର ଟପିଛି। ଗତ ୨୪ ଘଣ୍ଟାରେ ଏହା ୧ ଲକ୍ଷ ୧୫ ହଜାର ୨୧୨ରେ ପହଞ୍ଚିଛି। ଏଭଳି ଜାରି ରହିଲେ ଚଳିତ ସପ୍ତାହରେ ଏହା ଲକ୍ଷେ ୨୦ ହଜାର ଛୁଇଁବାର ଆଶଙ୍କା ରହିଛି। ସେହିପରି ୨୪ ଘଣ୍ଟାରେ ୧୫ ହଜାର ୩୯୪ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୫ ହଜାର ୨୭୦ ଛୁଇଁଛି।

ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୫ ଲକ୍ଷ ୪୭ ହଜାର ୮୦୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୯ ଲକ୍ଷ ୭ ହଜାର ୩୨୭ ଜଣ ସୁସ୍ଥ ହୋଇ ସାରିଛନ୍ତି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୩,୦୯୮ ଜଣ, କେରଳରେ ୨,୬୦୩ ଜଣ, ଦିଲ୍ଲୀରେ ୬୧୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ତାମିଲନାଡୁରେ ୨,୬୬୨ଜଣ, ହରିୟାଣାରେ ୩୪୯ ଜଣ, କର୍ନାଟକରେ ୮୩୯ ଜଣ, ପଶ୍ଚିମବଙ୍ଗରେ ୧,୯୭୩, ଉତ୍ତରପ୍ରଦେଶରେ ୩୮୩ ଜଣ, ତେଲେଙ୍ଗାନାରେ ୫୫୨, ଗୁଜରାଟରେ ୫୭୨, ରାଜସ୍ଥାନରେ ୧୧୧ ଜଣ, ବିହାରରେ ୩୩୮ ଜଣ, ପଞ୍ଜାବରେ ୧୬୫ ଜଣ, ଆନ୍ଧ୍ରପ୍ରଦେଶରେ ୩୨୨ ଜଣ, ଓଡ଼ିଶାରେ ୨୪୫ ଜଣ, ମଧ୍ୟପ୍ରଦେଶରେ ୩୦୪ ଜଣ, ହିମାଚଳପ୍ରଦେଶରେ ୨୧୪ ଜଣ, ଆସାମରେ ୨୧୦ ଜଣ, ଗୋଆରେ ୧୧୨ ଜଣ, ଛତିଶଗଡ଼ରେ ୧୬୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୮ କୋଟି ୨୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୮୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୪ କୋଟି ୫୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?