ପାକିସ୍ତାନରେ ଭୟାବହ ସ୍ଥିତି ଆଶଙ୍କା

ଡାର୍‌ ମାନ୍‌ଗି (ପାକିସ୍ତାନ), ୨୯।୧୨: ଆତଙ୍କବାଦୀ ଏବଂ ମୌଳବାଦୀ ସଙ୍ଗଠନ ଲାଗି କରୋନା ଟିକାକରଣ ପ୍ରଭାବିତ ହୋଇପାରେ। ବିଶେଷକରି ମୁସ୍‌ଲିମ୍‌ ବହୁଳ ଦେଶର ଏହି ଆଶଙ୍କା ବେଶି। ମାରାତ୍ମକ ପୋଲିଓ ପ୍ରତିଷେଧକ ଦିଆଯିବା ସମୟରେ ପାକିସ୍ତାନରେ ସଂଘଟିତ ବର୍ବରତାକୁ ବିଶ୍ୱ ଦେଖିସାରିଛି। ପୋଲିଓ ବୁନ୍ଦା ପାଶ୍ଚାତ୍ୟଦେଶର ମୁସ୍‌ଲିମ୍‌ ସମ୍ପ୍ରଦାୟ ପ୍ରତି ଥୋପ। ମୁସ୍‌ଲମାନ ବହୁଳ ଦେଶରେ ଜନସଂଖ୍ୟା ହ୍ରାସ କରିବାକୁ ଏହା ବିଧିବଦ୍ଧ ଚକ୍ରାନ୍ତ ବୋଲି ପାକିସ୍ତାନ ଦାବି କରିଥିଲା। ଫଳସ୍ବରୂପ ଟିକାକରଣରେ ସାମିଲ କର୍ମଚାରୀଙ୍କ ହତ୍ୟା କରାଯାଇଥିଲା। ଏବେ ସାମୂହିକ କୋଭିଡ୍‌-୧୯ ଟିକାକରଣ ପୂର୍ବରୁ ପୁଣିଥରେ ଏହାର ଆଭାସ ମିଳିଲାଣି ।
ଗୋଟିଏ ଦେଶ ବାଦ୍‌ ପଡ଼ିଲେ ବା ସାମାନ୍ୟ ଅବହେଳା କଲେ ବିଶ୍ୱରୁ କରୋନା ହଟାଇବା ସମ୍ଭବ ନୁହେଁ।

କରୋନା ମହାମାରୀରୁ ବର୍ତ୍ତିବା ଲାଗି ଟିକା ଏକମାତ୍ର ଭରସା ବୋଲି କୁହାଯାଉଥିବାବେଳେ ବିଭିନ୍ନ ଦେଶରେ ଟିକାଦାନ ଆରମ୍ଭ ହୋଇଛି। ତେବେ ଗରିବ ରାଷ୍ଟ୍ରରେ ଯୁଦ୍ଧ ଓ ଅସ୍ଥିରତା ଟିକାକରଣ କ୍ଷେତ୍ରରେ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ପାକିସ୍ତାନ ଭଳି ଦେଶରେ ଟିକାକରଣ ଭୟାବହ ସ୍ଥିତି ଉପୁଜାଇପାରେ ବୋଲି କୁହାଯାଉଛି। କାରଣ ସେଠାରେ ପୋଲିଓ ଟିକାକୁ ଆତଙ୍କବାଦୀ ଓ ଧର୍ମୀୟ ମୌଳବାଦୀ ସଂଗଠନଗୁଡ଼ିକ ଘୋର ବିରୋଧ କରନ୍ତି। ମୁସଲମାନ ପିଲାମାନଙ୍କୁ ବନ୍ଧ୍ୟାକରଣ କରିବା ପାଇଁ କିମ୍ବା ସେମାନଙ୍କୁ ଧର୍ମରୁ ବିଚ୍ୟୁତ କରିବା ଲାଗି ପୋଲିଓ ଟିକା ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଏକ ଚାଲ୍‌ ବୋଲି ସେମାନେ ପ୍ରଚାର କରିଥିଲେ। ୨୦୧୨ରୁ ବିଭିନ୍ନ ସମୟରେ ସେମାନଙ୍କ ଆକ୍ରମଣରେ ଶତାଧିକ ସ୍ବାସ୍ଥ୍ୟକର୍ମୀ, ପୋଲିଓ ଟିକା ପ୍ରଦାନକାରୀ ଓ ସୁରକ୍ଷା କର୍ମଚାରୀ ନିହତ ହୋଇଛନ୍ତି।
ଅଲ୍‌ କାଏଦା ନେତା ଓସାମା ବିନ୍‌ ଲାଡେନଙ୍କୁ ଚିହ୍ନଟ କରିବା ଲାଗି ୨୦୧୧ରେ ସିଆଇଏ ଏକ ସ୍କାମ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାରୁ ଉତ୍ତେଜନା ଦେଖାଦେଇଥିଲା। ପୃଥିବୀରେ କେବଳ ପାକିସ୍ତାନ, ଆଫଗାନିସ୍ତାନ ଓ ନାଇଜେରିଆରେ ଏବେ ବି ପୋଲିଓ ମହାମାରୀ ରହିଛି। ୫ ବର୍ଷ ପୂର୍ବେ ଆଫଗାନ ସୀମାବର୍ତ୍ତୀ ପାକିସ୍ତାନର ବଜୌର ଆଦିବାସୀ ଅଞ୍ଚଳରେ ପୋଲିଓ ଟିକା ନେବାବେଳେ ଜଣେ ଶିଶୁଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଉକ୍ତ ଅଞ୍ଚଳରେ ଟିକାକୁ ନେଇ ଅବିଶ୍ୱାସ ଜାରି ରହିଛି। କରୋନାକୁ ସମସ୍ତେ ଭୟ କରୁଛନ୍ତି। ତେବେ ପାଶ୍ଚାତ୍ୟ ଟିକାକୁ ନେଇ ସେମାନଙ୍କ ମନରେ ସନ୍ଦେହ ରହିଛି।
ଏସିଆ, ଆଫ୍ରିକା, ମଧ୍ୟପ୍ରାଚ୍ୟ ଲାଟିନ୍‌ ଆମେରିକାର ଅନେକ ଗରିବ ଦେଶ ସେମାନଙ୍କ ଲୋକମାନଙ୍କୁ କୋଭିଡ୍‌ ଟିକା ଦେବା ଲାଗି କଠିନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଟିକାକୁ ନେଇ ହିଂସା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଗରିବ ଦେଶଗୁଡ଼ିକ ପାଇଁ ଟିକା କିଣିବା ଏକମାତ୍ର ସମସ୍ୟା ନୁହେଁ। ସେଗୁଡ଼ିକର ସଂରକ୍ଷଣ ଓ ପରିବହନ ଲାଗି ଭିତ୍ତିଭୂମିର ଅଭାବ ବଡ଼ ସମସ୍ୟା ସୃଷ୍ଟି କରିବ। ଟିକା ପାଇଁ ରେଫ୍ରିଜରେଟର ଜରୁରୀ ହୋଇଥିବାବେଳେ ବିଦ୍ୟୁତ୍‌ ସଂଯୋଗ ନ ଥିବା ଅଞ୍ଚଳରେ ସମସ୍ୟା ଦେଖାଦେବ। ସେହିପରି ଟିକାଦାନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଉଗ୍ରପନ୍ଥୀଙ୍କ ଆକ୍ରମଣ ଭୟ ରହିଛି। ଦୁର୍ନୀତି ଯୋଗୁ ଟିକା ପାଇଁ ମଞ୍ଜୁର ଅର୍ଥ ବାଟମାରଣା ହେବା ସମ୍ଭାବନା ରହିଛି। ଏହିସବୁ କୋଭିଡ୍‌ ଟିକାଦାନ କ୍ଷେତ୍ରରେ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?