ସରୋଜଙ୍କ ଲାଏ ଡିଟେକ୍‌ଶନ ଟେଷ୍ଟ କଲା ଏସ୍‌ଆଇଟି: ମା’ ଓ ଭଉଣୀଙ୍କୁ ଛାଡ଼ିଲା

ନୟାଗଡ଼ ଅଫିସ,୨୦ା୧୨: ପରୀ ହତ୍ୟା ଘଟଣାର ତଦନ୍ତ କରୁଥିବା ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ୱାଧୀନ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଯଦୁପୁର ଗାଁର ସରୋଜ ସେଠୀଙ୍କ ସମେତ ମା’ ଶୈଳବାଳା ଓ ବଡ଼ଭଉଣୀଙ୍କୁ ଶନିବାର ଭୋର ସମୟରେ ଉଠାଇ ନେଇ ଲାଏ ଡିଟେକ୍‌ଶନ ଟେଷ୍ଟ କରିଥିବା ଜଣାପଡ଼ିଛି। ସରୋଜଙ୍କୁ ଅଟକ ରଖିଥିବାବେଳେ ତାଙ୍କ ମା’ ଶୈଳବାଳା ଓ ଭଉଣୀଙ୍କୁ ସନ୍ଧ୍ୟାରେ ଏସ୍‌ଆଇଟି ଛାଡ଼ି ଦେଇଥିଲା।

ସୂଚନାଥାଉ କି, ତଦନ୍ତ ଆରମ୍ଭଠାରୁ ଏସ୍‌ଆଇଟି ସ୍କାନରରେ ଯଦୁପୁର ଗାଁର ସରୋଜ ସେଠୀ ଓ ତାଙ୍କ ମା’ ଥିଲେ। ସରୋଜ ଯୁକ୍ତ ୩ କଳାରେ ପାଠପଢ଼ୁଥିବାବେଳେ ମା’ ଆଶାକର୍ମୀ ଅଛନ୍ତି। ଏସ୍‌ଆଇଟି ପକ୍ଷରୁ ସରୋଜଙ୍କୁ ବିଭିନ୍ନ ସମୟରେ ଜେରା କରାଯାଇଥିଲା। ପୂର୍ବରୁ ସରୋଜଙ୍କ ରକ୍ତନମୁନା, ଲାଳ, ମୋବାଇଲ ଫୋନ, ପ୍ୟାଣ୍ଟ ଶାର୍ଟ, ଶେଯ ଓ ଘରର ବିଭିନ୍ନ ଲୋକଙ୍କର ପୋଷାକ ଓ ବିଭିନ୍ନ ଉପକରଣ ଏସ୍‌ଆଇଟି ନେଇଥିଲା। ବାରମ୍ବାର ଜେରା ପରେ ସରୋଜ ଅତିଷ୍ଠ ହୋଇ ଗଣମାଧ୍ୟମରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନଁାରେ ଅଭିଯୋଗ କରିଥିଲେ। ଏସ୍‌ଆଇଟି ମୁଖ୍ୟ ତାଙ୍କୁ ଫସାଇବାକୁ ଯୋଜନା କରିଥିବା ସେ କହିଥିଲେ। ହତ୍ୟାକାରୀ ଭାବେ ଦୋଷ ସ୍ବୀକାର କରିବା ପାଇଁ ବୋଥ୍ରା ଧମକଚମକ ଦେବା ସହ ୫ ଲକ୍ଷ ଟଙ୍କାର ଲୋଭ ଦେଖାଇଥିଲେ ବୋଲି ସରୋଜ ଗତ ରବିବାର ଅଭିଯୋଗ କରିଥିଲେ। ଏସ୍‌ଆଇଟି ପକ୍ଷରୁ ଗତ ବୁଧବାର ହାଇକୋର୍ଟରେ ତଦନ୍ତର ଷ୍ଟାଟସ୍‌ ରିପୋର୍ଟ ବନ୍ଦ ଲଫାପାରେ ଦାଖଲ କରାଯାଇଥିଲା। ପରୀକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଏବଂ ହତ୍ୟାକାରୀ ଯଦୁପୁରର ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଥିବା ଏକ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଥିଲା।

ଏପରିସ୍ଥଳେ ଶନିବାର ଭୋରରୁ ଏସ୍‌ଆଇଟି ଅଧିକାରୀମାନେ ସରୋଜଙ୍କ ପରିବାରର ୩ଜଣଙ୍କୁ ଉଠାଇନେବା ପରେ ସେମାନେ ପରୀ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ଚାଲିଛି। କିନ୍ତୁ ଏସ୍‌ଆଇଟି ପକ୍ଷରୁ କିଛି କୁହାଯାଇନି। ଗଁା ସଭାପତି ଜୟକୃଷ୍ଣ ପରିଡ଼ା କହିଛନ୍ତି, ପରୀ ହତ୍ୟାକାରୀ ଧରାପଡ଼ୁ। ତାକୁ ଫାଶୀ ଦିଆଯାଉ। କିନ୍ତୁ ଏସ୍‌ଆଇଟି ପ୍ରମାଣ ଆଧାରରେ ହତ୍ୟାକାରୀକୁ ଚିହ୍ନଟ କରୁ। ପ୍ରମାଣ ନ ଥାଇ କେବଳ କହିଦେଲେ ଆମେ ମାନିବୁ ନାହିଁ। ସରୋଜ ଦୋଷୀ ଏକଥା ଜଣାପଡୁ ନାହାନ୍ତି। କାରଣ ତାଙ୍କର ବ୍ୟବହାର ଭଲ ଥିଲା। ଆଇନଜୀବୀ ଅମିୟ ପଟ୍ଟନାୟକ କୁହନ୍ତି, ପରୀ ହତ୍ୟାକାଣ୍ଡ ପରି ସମ୍ବେଦନଶୀଳ ଘଟଣାରେ ଏସ୍‌ଆଇଟି ନିରପେକ୍ଷ ହୋଇ କାମ କରିବା ଦରକାର। ଅଟକ ବ୍ୟକ୍ତିମାନେ ଯେ ଦୋଷୀ କହିହେବ ନାହିଁ। ଏସ୍‌ଆଇଟି ପ୍ରକୃତ ହତ୍ୟାକାରୀଙ୍କୁ ଧରିବା ପାଇଁ ଅଟକ ନାଟକ ଯେ ରଚୁ ନ ଥିବ ତାହା କହି ହେବ ନାହିିଁ। ପ୍ରକୃତ ହତ୍ୟାକାରୀକୁ ଚିହ୍ନଟ କରାଯିବା ଦରକାର। ନଚେତ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନ ପରେ ରେଗୁଲାର ପିଲାଙ୍କ ପରୀକ୍ଷା ଘଞ୍ଚିଲା

ଭୁବନେଶ୍ୱର, ୨୭।୪(ଅସମାପିକା ସାହୁ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ସୀମାରେ ଯାଞ୍ଚ: ପିକ୍‌ଅପ୍‌ ଭ୍ୟାନରୁ ୩.୬୯ଲକ୍ଷ ଜବତ

ନୂଆପଡ଼ା,୨୭ା୪ (ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟ ନେଇ ପୋଲିସ ପ୍ରଶାସନ, ଅବକାରୀ ଓ ବନ ବିଭାଗ ପକ୍ଷରୁ ଆନ୍ତଃ...

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri