Posted inଜାତୀୟ

ଅଧରାତିରେ ସ୍ବାମୀଙ୍କୁ ଘରେ ବନ୍ଦ କରି ଦିଅରଙ୍କ ରୁମ୍‌କୁ ଗଲେ ଭାଉଜ: ଘଟାଇଲେ ଏମିତି କାଣ୍ଡ

ପାଟନା,୧।୯: ବିହାରର ପାଟନାର ଫୁଲୱାରିଫରେ ଜଣେ ଯୁବକଙ୍କ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ରାତିରେ ଯୁବକଙ୍କୁ ତାଙ୍କ ଭାଉଜ ହତ୍ୟା କରିଥିଲେ। ତା’ପରେ ସେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ସକାଳେ ଯୁବକଙ୍କ ବଡ଼ ଭାଉଜ ଯେତେବେଳେ ମଝିଆଁ ଭାଉଜଙ୍କ କୋଠରୀକୁ ଯାଇଥିଲେ, ସେ ଚିତ୍କାର କରିଥିଲେ। ଦିଅର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ତଳେ ପଡ଼ିଥିଲେ। ଚିତ୍କାର ଶୁଣି ଅନ୍ୟ ଲୋକମାନେ ମଧ୍ୟ ସେଠାକୁ ଆସିଥିଲେ। ତା’ପରେ ଜଣାପଡିଲା ଯେ, ମଝିଆଁ ଭାଉଜ ଭାଉଜଙ୍କୁ ହତ୍ୟା କରି ସେଠାରୁ ପଳାଇ ଯାଇଛନ୍ତି।

ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ବର୍ତ୍ତମାନ ମହିଳାଙ୍କ ସନ୍ଧାନ କରାଯାଉଛି। ମାମଲାଟି ଭୁସୌଲା ଦାନାପୁର ଅଞ୍ଚଳର। ପାରିବାରିକ ବିବାଦରେ ୨୪ ବର୍ଷୀୟ ରିଜୱାନ କୁରେଶୀଙ୍କୁ ହତ୍ୟା କରାଯାଇଥିଲା। ମୃତକଙ୍କ ମଝିଆଁ ଭାଉଜ ହତ୍ୟା ପାଇଁ ଅଭିଯୁକ୍ତ କରାଯାଇଛି। ଭାଉଜ ଘରର ପ୍ରଥମ ମହଲାର କୋଠରୀରେ ଶୋଇଥିବା ଦିଅରଙ୍କୁ ଚପର ସାହାଯ୍ୟରେ ଆକ୍ରମଣ କରି ହତ୍ୟା କରିଥିଲେ।

ପରିବାର ସଦସ୍ୟମାନେ କହିଛନ୍ତି, ରିଜୱାନ ଏକ ବର୍ଷ ପୂର୍ବରୁ ବିବାହ କରିଥିଲେ। ବର୍ତ୍ତମାନ ତାଙ୍କ ସ୍ତ୍ରୀ ତାଙ୍କ ବାପଘରକୁ ଯାଇଥିଲେ। ରିଜୱାନ ଅବିବାହିତ ଥିବାବେଳେ ଶବନମ ତାଙ୍କ ସହିତ ସମ୍ପର୍କ ରଖିଥିଲେ। ରିଜୱାନର ବିବାହ ଠିକ୍‌ ପରେ ଉଭୟେ ଏକାଠି ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କୁ ବାରଣ କରାଯାଇଥିଲା। ବିବାହ ପରେ ରିଜୱାନ କେବଳ ତାଙ୍କ ସ୍ତ୍ରୀଙ୍କୁ ଚାହୁଁଥିଲେ। କିନ୍ତୁ ଶବନମ ଏସବୁ ସହ୍ୟ କରିପାରୁ ନ ଥିଲେ। ସେ ରିଜୱାନ ସହିତ ରହିବାକୁ ଚାହୁଁଥିଲେ।

ଯେତେବେଳେ ଶବନମ ରିଜୱାନ ସହିତ ରହିବାକୁ ଜିଦ କରିଥିଲେ, ସେ ସିଧାସଳଖ ମନା କରିଥିଲେ। ତା’ପରେ ଯେତେବେଳେ ରିଜୱାନଙ୍କ ସ୍ତ୍ରୀ ତାଙ୍କ ବାଘଘରକୁ ଯାଇଥିଲେ, ଶବନମ ରିଜୱାନଙ୍କୁ ହତ୍ୟା କରିଥିଲେ। କେବଳ ଏତିକି ନୁହେଁ, ତାଙ୍କ ଦିଅରଙ୍କୁ ହତ୍ୟା କରିବା ପୂର୍ବରୁ ସେ ତାଙ୍କ ସ୍ବାମୀଙ୍କୁ କୋଠରୀରେ ବନ୍ଦ କରି ଦେଇଥିଲେ। ଘଟଣା ପରେ ପରିବାରରେ ଅଶାନ୍ତି ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri