Posted inଜାତୀୟ

ଭାଇଙ୍କ ମୃତ୍ୟୁ ପରେ ଭଉଣୀଙ୍କୁ ମିଳି ପାରିବନି ଅନୁକମ୍ପାମୂଳକ ନିଯୁକ୍ତି: ହାଇକୋର୍ଟ…

ବେଙ୍ଗାଲୁରୁ,୧୪।୯ : କର୍ନାଟକ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅନୁକମ୍ପାମୂଳକ ନିଯୁକ୍ତି ଆଧାରରେ ଚାକିରି ପାଇଁ ଭଉଣୀଙ୍କର ଆବେଦନକୁ ଖାରଜ କରି କହିଛନ୍ତି ଭଉଣୀ ତାଙ୍କ ଭାଇଙ୍କ ପରିବାର ପରିଭାଷାରେ ଅନ୍ତର୍ଭୁକ୍ତ ନୁହନ୍ତି। ମୁଖ୍ୟ ବିଚାରପତି ପ୍ରସନ୍ନ ବି ଭରାଲେ ଏବଂ ଜଷ୍ଟିସ କୃଷ୍ଣ ଏସ ଦୀକ୍ଷିତଙ୍କ ଏକ ବେଞ୍ଚ ତୁମକୁରୁ ନିବାସୀ ୨୯ ବର୍ଷ ବୟସ୍କା ପଲ୍ଲବୀ ଜିଏମଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରି ଏଭଳି କହିଛନ୍ତି।

କୋର୍ଟ କହିଛନ୍ତି, ବ୍ୟାଖ୍ୟା ପ୍ରକ୍ରିୟା ମାଧ୍ୟମରେ କୋର୍ଟ ଏକ ବିଧିଗତ ସଂଜ୍ଞାର ପରିସର ବିସ୍ତାର କରିପାରିବେ ନାହିଁ। ଯେତେବେଳେ ନିୟମ ନିର୍ମାତା ଜଣେ କର୍ମଚାରୀଙ୍କ ପରିବାର ସଦସ୍ୟ ଭାବରେ ବ୍ୟକ୍ତିମାନଙ୍କୁ ନିର୍ଦ୍ଦିଷ୍ଟ କରନ୍ତି, ଆମେ ପରିବାରର ସଂଜ୍ଞାରେ ଜଣଙ୍କୁ ଯୋଡିପାରିବା ନାହିଁ କିମ୍ବା କାଢ଼଼ି ପାରିବା ନାହିଁ। ଅପରପକ୍ଷେ ଯେକୌଣସି ଯୁକ୍ତି, ଯଦି ଗ୍ରହଣ କରାଯାଏ, ତେବେ ଏହା ନିୟମକୁ ପୁନର୍ବାର ଲେଖିବା ପରି ହେବ, ଏବଂ ତେଣୁ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ।

ଆବେଦନକାରୀ ଏକକ ବିଚାରପତି ବେଞ୍ଚର ୩୦ ମାର୍ଚ୍ଚ ୨୦୨୩ର ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ଏକକ ବେଞ୍ଚ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ତାଙ୍କ ଆବେଦନକୁ ଖାରଜ କରିଥିଲେ। ରାଜ୍ୟ ବିଦ୍ୟୁତ ପରିବହନ କମ୍ପାନୀ ବିଇଏସସିଓଏମରେ କାମ କରୁଥିବା ତାଙ୍କ ଭାଇଙ୍କ କର୍ମକ୍ଷେତ୍ରରେ ମୃତ୍ୟୁ ଘଟିଥିଲା।

ତାଙ୍କ ଓକିଲ ଯୁକ୍ତି କରଥିଲେ ସେ ତାଙ୍କ ଭାଇଙ୍କ ଉପରେ ନିର୍ଭରଶୀଳ। ତେଣୁ ତାଙ୍କ ପରିବାରର ଜଣେ ସଦସ୍ୟ ଅନୁକମ୍ପା ମୂଳକ ନିଯୁକ୍ତି ପାଇବାକୁ ଯୋଗ୍ୟ ଅଟନ୍ତି। ସମ୍ପୃକ୍ତ କମ୍ପାନୀ କିନ୍ତୁ ମହିଳାଙ୍କ ଦାବିକୁ ବିରୋଧ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?