Posted inଖେଳ

ସିରାଜଙ୍କୁ ଅଷ୍ଟ୍ରେଲିଆ ଗଣମାଧ୍ୟମର ପ୍ରଶଂସା

ସିଡ୍‌ନୀ, ୧୩ା୧୨ (ପି.ଟି.)- ଶନିବାର ଓ୍ବାର୍ମଅପ୍‌ ମ୍ୟାଚ ପ୍ରଥମ ଦିବସରେ ଅଷ୍ଟ୍ରେଲୀୟ ବୋଲରଙ୍କ ମୁଣ୍ଡରେ ବଲ୍‌ ବାଜିବା ପରେ ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ସିରାଜଙ୍କ ଆଚରଣକୁ ନେଇ ଅଷ୍ଟ୍ରେଲିଆ ଗଣମାଧ୍ୟମରେ ଉଚ୍ଚ ପ୍ରଶଂସା କରାଯାଇଛି। କାମେରନ ଗ୍ରୀନ୍‌ ନିଜ ବୋଲିଂରେ ଯଶପ୍ରୀତ ବୁମ୍‌ରାଙ୍କ ଷ୍ଟ୍ରେଟ୍‌ ଡ୍ରାଇଭ୍‌ କ୍ୟାଚ ଧରିବାକୁ ଉଦ୍ୟମ କରୁଥିବା ବେଳେ ବଲ୍‌ ତାଙ୍କ ହାତରୁ ଖସିବାପରେ ଯାଇ ମୁଣ୍ଡରେ ବାଜିଥିଲା। ସେତେବେଳେ ସିରାଜ ନନ୍‌ ଷ୍ଟ୍ରାଇକର ଏଣ୍ଡ୍‌ରେ ଥିଲେ। ସେ ତୁରନ୍ତ ତାଙ୍କ ବ୍ୟାଟ୍‌କୁ ତଳେ ପକାଇ ସହାୟତା ପାଇଁ ଗ୍ରୀନ୍‌ଙ୍କ ପାଖକୁ ଯାଇଥିଲେ। ବୁମ୍‌ରା ମଧ୍ୟ ତାଙ୍କ ପଛେ ପଛେ ଘଟଣାସ୍ଥଳକୁ ଯାଇଥିଲେ। ମୁଣ୍ଡରେ ଆଘାତପାଇବା ପରେ ଭାରତ ଓ ଅଷ୍ଟ୍ରେଲିଆ ଏ’ ମଧ୍ୟରେ ଚାଲିଥିବା ୩ଦିନିଆ ପିଙ୍କ୍‌ ଓ୍ବାର୍ମଅପ୍‌ ମ୍ୟାଚ୍‌ରୁ ଗ୍ରୀନ୍‌ ବାଦ୍‌ ପଡିିଛନ୍ତି। ନାଇନ୍‌ ନ୍ୟୁଜ୍‌ ଅଷ୍ଟ୍ରେଲିଆ ଟୁଇଟ୍‌ କରି କହିଛି, ଯୁବ ଅଲ୍‌ରାଉଣ୍ଡର ଗ୍ରୀନ୍‌ଙ୍କ ମୁଣ୍ଡରେ ବଲ୍‌ ବାଜିବା ପରେ ତାଙ୍କୁ ସହାୟତା ପାଇଁ ଆଗେଇ ଆସିବା ଦ୍ୱାରା ଭାରତୀୟ କ୍ରିକେଟର ମହମ୍ମଦ ସିରାଜ ତାଙ୍କ ଖେଳୁଆଡ ମନୋବୃତ୍ତିିର ପରିଚୟ ଦେଇଛନ୍ତି। କ୍ରିକେଟ ଡଟ୍‌ କମ୍‌ ଡଟ୍‌ ଏୟୁ ଟୁଇଟ୍‌ କରି କହିଛି ଯେ, ସିରାଜ ଏହି ସୁଯୋଗରେ ରନ୍‌ ସଂଗ୍ରହକୁ ଗୁରୁତ୍ୱ ନ ଦେଇ ଗ୍ରୀନ୍‌ଙ୍କ ଅବସ୍ଥା ଜାଣିବା ପାଇଁ ତାଙ୍କ ନିକଟକୁ ଯାଇଥିଲେ ଏବଂ ସବୁ ଠିକ୍‌ ହୋଇଯିବ ବୋଲି କହି ତାଙ୍କୁ ଆଶ୍ୱାସନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଠାକୁରଙ୍କ ଜୀବନ ବଦଳାଇ ଦେଇଥିଲେ ଧୋନୀ

ଓଭାଲ୍‌,୮।୯: ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟରେ ବିଜୟ ପରେ ଶାର୍ଦ୍ଦୁଳ ଠାକୁରଙ୍କ ନାମ ସବୁଆଡେ ଚର୍ଚ୍ଚା ହେଉଛି। ଓଭାଲ ଟେଷ୍ଟରେ ଟିମ ଇଣ୍ଡିଆର ଐତିହାସିକ ବିଜୟରେ...

ବାର୍ସିଲୋନା ମହିଳା ଦଳ ଚାମ୍ପିୟନ

ବାର୍ସିଲୋନା,୯।୫: ସ୍ପେନର ଲିଗା ଇବେରଡ୍ରୋଲା ଫୁଟବଲ ଲିଗ୍‌ରେ ବାର୍ସିଲୋନା କ୍ଲବର ମହିଳା ଚାମ୍ପିୟନ ଘୋଷିତ ହୋଇଛି। କୋଭିଡ-୧୯ ମହାମାରୀ କାରଣରୁ ଏହି ଲିଗ୍‌କୁ ଶେଷ ହୋଇଛି...

ଅଧିନାୟକ ହେବେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨।୯: ରୋଡ ସେଫ୍‌ଟି ଓ୍ବାଲର୍‌ଡ ସିରିଜ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଗତ ବର୍ଷ ଏହି ଟୁର୍ନାମେଣ୍ଟ ହିଟ ହୋଇଥିଲା ଏବଂ ବହୁ ସଂଖ୍ୟକ...

କୋହଲିଙ୍କୁ ୧୨ ଲକ୍ଷ ଜରିମାନା

ଦୁବାଇ,୨୬।୯(ପି.ଟି.): ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ତାଙ୍କ ଦଳ ଇଣ୍ଡିଆନ ପ୍ରିମିୟର ଲିଗ୍‌...

ବ୍ୟାଡ୍‌ମିଣ୍ଟନ ଖେଳାଳି ସିକ୍କି ରେଡ୍ଡୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୧୪ା୮ (ପି.ଟି.)-ବିଶିଷ୍ଟ ମହିଳା ଡବଲ୍ସ ବ୍ୟାଡ୍‌ମିଣ୍ଟନ ଖେଳାଳି ଏନ୍‌. ସିକ୍କି ରେଡ୍ଡୀ ଏବଂ ତାଙ୍କ ଫିଜିଓଥେରାପିଷ୍ଟ କିରନ ସି’ଙ୍କର କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ଆସିଛି।...

ଏସିଆ କପ୍‌ ଲାଗି ତାରିଖ ଘୋଷଣା: ଦୁବାଇରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ,୨।୮: ଚଳିତ ମାସ ଶେଷରେ ହେବାକୁ ଥିବା ଏସିଆ କପ୍‌ ପାଇଁ ତାରିଖ ଘୋଷଣା କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ବିସିସିଆଇ ସଚିବ ଜୟ ଶାହା ଏହା...

ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସ: ପ୍ରଥମ ମ୍ୟାଚ୍‌ ଜିତିଲା ଆମେରିକା

ଭୁବନେଶ୍ୱର, ୬।୬- ଐତିହାସିକ କଳିଙ୍ଗ ଷ୍ଟାଡିୟମ୍‌ରେ ଗୁରୁବାରଠାରୁ ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସ ହକି ଟୁର୍ନାମେଣ୍ଟ ଆରମ୍ଭ ହୋଇଯାଇଛି। ପୁଲ ବି’ର ପ୍ରଥମ ମ୍ୟାଚ୍‌ରେ ଆମେରିକା ୨-୦...

ଅଷ୍ଟ୍ରେଲିଆକୁ ବଡ ଝଟ୍‌କା

ସିଡନୀ,୩୦।୧୧: ଭାରତ ବିପକ୍ଷ ସୀମିତ ଓଭର ସିରିଜର ଅବଶିଷ୍ଟ ମ୍ୟାଚରୁ ଅଷ୍ଟ୍ରେଲିଆର ବିସ୍ଫୋରକ ଓପନର୍‌ ଡେଭିଡ ୱାର୍ନର ବାଦ୍‌ ପଡିଛନ୍ତି। ରବିବାର ସିଡନୀରେ ଚାଲିଥିବା ଦ୍ୱିତୀୟ...

Advertisement
Archives

Model This Week