Posted inଜାତୀୟ

ନଭେମ୍ବର ୪ରୁ ୧୨ ରାଜ୍ୟରେ ଏସ୍‌ଆଇଆର୍‌

ନୂଆଦିଲ୍ଲୀ,୨୮ା୧୦(ପି.ଟି.): ବିହାରରେ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ସଫଳତାର ସହ ସମ୍ପନ୍ନ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ସୋମବାର ଘୋଷଣା କରିଛନ୍ତି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ, ରାଜସ୍ଥାନ, ମଧ୍ୟପ୍ରଦେଶ, କେରଳ, ଗୁଜରାଟ, ଛତିଶଗଡ଼, ଗୋଆ, ପଣ୍ଡିଚେରୀ, ଆଣ୍ଡାମାନ ଓ ନିକୋବର ଏବଂ ଲାକ୍ଷା ଦ୍ୱୀପପୁଞ୍ଜରେ ଏସ୍‌ଆଇଆର୍‌ ଅନୁଷ୍ଠିତ ହେବ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ତାମିଲନାଡୁ, ପଣ୍ଡିଚେରୀ, କେରଳ ଏବଂ ପଶ୍ଚିମବଙ୍ଗରେ ୨୦୨୬ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଆସାମରେ ମଧ୍ୟ ଆସନ୍ତାବର୍ଷ ନିର୍ବାଚନ ହେବାକୁ ଥିବାବେଳେ ସେଠାରେ ଭୋଟର ତାଲିକା ସ୍ବତନ୍ତ୍ର ସଂଶୋଧନ ପାଇଁ ଅଲଗା ଘୋଷଣା କରାଯିବ ବୋଲି ସିଇସି କହିଛନ୍ତି।
ଦେଶ ସ୍ବାଧୀନ ହେବା ପରେ ଏହା ୯ମ ଏସ୍‌ଆଇଆର୍‌। ଏହା ପୂର୍ବରୁ ୨୦୦୨-୨୦୦୪ ମଧ୍ୟରେ ଶେଷ ଥର ପାଇଁ ଏସ୍‌ଆଇଆର୍‌ ହୋଇଥିଲା। ଖବରଦାତା ସମ୍ମିଳନୀରେ ସିଇସି କହିଛନ୍ତି, ବିହାରରେ ବିନା କୌଣସିି ଅଭିଯୋଗରେ ଏସ୍‌ଆଇଆର୍‌ର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍‌ ନ ପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ମତଦାତା ଯେପରି ଭୋଟର ତାଲିକାରେ ନ ରହନ୍ତି, ତାହା ସୁନିଶ୍ଚିତ କରିବା ଏସ୍‌ଆଇଆର୍‌ର ଲକ୍ଷ୍ୟ। ଦ୍ୱିତୀୟ ପର୍ଯ୍ୟାୟରେ ୫୧ କୋଟି ଭୋଟରଙ୍କ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ ହେବ। ଏଥିପାଇଁ ଗଣତି ପ୍ରକ୍ରିୟା ନଭେମ୍ବର ୪ରୁ ଆରମ୍ଭ ହେବାକୁ ଥିବାବେଳେ ଡିସେମ୍ବର ୯ରେ ଚିଠା ଭୋଟର ତାଲିକା ଏବଂ ଫେବୃଆରୀ ୭ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।
ଏସ୍‌ଆଇଆର୍‌ ପ୍ରକ୍ରିୟା ଆରମ୍ଭ ନିମନ୍ତେ ପ୍ରସ୍ତୁତି ପାଇଁ ନିର୍ବାଚନ କମିଶନ ଇତିମଧ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ମାନଙ୍କ ସହ ୨ଟି ସମ୍ମିଳନୀର ଆୟୋଜନ କରିଥିଲେ। ଅନେକ ସିଇଓ ସେମାନଙ୍କ ରାଜ୍ୟରେ ଶେଷ ଏସ୍‌ଆଇଆର୍‌ ପରର ଭୋଟର ତାଲିକା ଓ୍ବେବ୍‌ସାଇଟ୍‌ରେ ପୋଷ୍ଟ କରିଛନ୍ତି। ଦିଲ୍ଲୀ ସିଇଓ ୨୦୦୮ରେ ହୋଇଥିବା ଶେଷ ଏସ୍‌ଆଇଆର୍‌ ପରବର୍ତ୍ତୀ ଭୋଟର ତାଲିକା ଓ୍ବେବ୍‌ସାଇଟ୍‌ରେ ଛାଡ଼ିଛନ୍ତି। ବିଭିନ୍ନ ରାଜ୍ୟର ଶେଷ ଏସ୍‌ଆଇଆର୍‌ ବର୍ଷକୁ କଟ୍‌-ଅଫ୍‌ ତାରିଖ ଭାବେ ଧରାଯିବ, ଯେପରି ବିହାର ପାଇଁ ୨୦୦୩ ଭୋଟର ତାଲିକାକୁ ସ୍ବତନ୍ତ୍ର ସଘନ ସଂଶୋଧନ ପାଇଁ ବ୍ୟବହାର କରାଯାଇଥିଲା। ଅଧିକାଂଶ ରାଜ୍ୟରେ ଶେଷ ଏସ୍‌ଆଇଆର୍‌ ୨୦୦୨ରୁ ୨୦୦୪ ମଧ୍ୟରେ ହୋଇଥିଲା। ଏସ୍‌ଆଇଆର୍‌ର ପ୍ରଥମ ଲକ୍ଷ୍ୟ ହେଲା ଲୋକଙ୍କ ଜନ୍ମସ୍ଥାନ ଯାଞ୍ଚ କରି ବିଦେଶୀ ବେଆଇନ ଆପ୍ରବାସୀମାନଙ୍କୁ ଭୋଟର ତାଲିକାରୁ ବାଦ୍‌ ଦେବା। ବାଂଲାଦେଶ ଏବଂ ମ୍ୟାନ୍‌ମାର ଆଦି ଦେଶରୁ ବେଆଇନ ଭାବେ ଆସି ବିଭିନ୍ନ ରାଜ୍ୟରେ ରହିଯାଇଥିବାରୁ ସେମାନଙ୍କୁ ଖୋଜି ବାହାର କରିବା ପାଇଁ ଚଢ଼ାଉ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?