Posted inଜାତୀୟ

ସ୍କୁଲରେ ଆଉ ମିଳିବନି ସିଙ୍ଗଡ଼ା-ପିଜା-ବର୍ଗର-କୋଲ୍ଡଡ୍ରିଙ୍କ୍ସ୍‌

ନୂଆଦିଲ୍ଲୀ, ୧୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଅନ୍‌ଲକ୍‌ର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲେ ମଧ୍ୟ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ ସରକାର ସେପ୍ଟେମ୍ବରଠାରୁ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ଏବଂ ଅଭିଭାବକଙ୍କ ମତାମତ ଲୋଡ଼ିିଛନ୍ତି। ସ୍କୁଲଗୁଡ଼ିକରେ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ କେତେକ ମାର୍ଗଦର୍ଶିକା ଜାରି କରାଯାଇଛି। ସ୍କୁଲଗୁଡ଼ିକର ପରିସୀମାର ୫୦ ମିଟର ମଧ୍ୟରେ କୌଣସି ଜଙ୍କ୍‌ ଫୁଡ୍‌ ବିକ୍ରି କରାଯାଇ ପାରିବ ନାହିଁ ବୋଲି ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ କୁହାଯାଇଛି। ସ୍କୁଲ ପରିସୀମା ମଧ୍ୟରେ ପିଜା,ବର୍ଗର,କୋଲ୍ଡଡ୍ରିଙ୍କ୍ସ୍‌, ଚିପ୍ସ୍‌, କୁରୁକୁରେ, ସିଙ୍ଗଡ଼ା, ପେଟିସ୍‌, ସାଣ୍ଡ୍‌ଓ୍ବିଚ୍‌, ବ୍ରେଡ୍‌ ପକୋଡ଼ା ଆଦି ଏବେ ଆଉ ମିଳିବନି। ୨୦୧୫ରେ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ସ୍କୁଲ ପରିସରରେ ଜଙ୍କ୍‌ ଫୁଡ୍‌ ବିକ୍ରି ନ କରାଯିବା ଲାଗି ଏଫ୍‌ଏସ୍‌ଏସ୍‌ଏଆଇକୁ ନିର୍ଦ୍ଦେଶ ଜାରି କରିଥିଲେ। ଏବେ ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଏନେଇ ନିଷ୍ପତ୍ତିି ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଲ୍‌ ନ ଦେଲେ ଖାଇବା ମାଗଣା

ଚଣ୍ଡିଗଡ଼,୯।୯: ହରିୟାଣା-ପଞ୍ଜାବ ସମେତ ଅମ୍ବାଲାର ସବୁ ରେଳ ଷ୍ଟେଶନର ଦୋକାନୀମାନଙ୍କ ପାଇଁ ନୂଆ ନିୟମ ଲାଗୁ କରାଯାଇଛି। ଏବେ ଗ୍ରାହକଙ୍କୁ ଦୋକାନୀମାନେ ଉଚ୍ଚା ଦରରେ ଆଉ...

ଇସ୍ରୋ ପ୍ରକାଶ କଲା ମିଶନ୍‌ ଚନ୍ଦ୍ରାୟାନ-୨’ର ପ୍ରାରମ୍ଭିକ ତଥ୍ୟ

ବେଙ୍ଗାଲୁରୁ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଗୁରୁବାର ‘ଚନ୍ଦ୍ରାୟାନ-୨’ ମିଶନ୍‌ର ପ୍ରାରମ୍ଭିକ ତଥ୍ୟ ପ୍ରକାଶ କରିଛି। ଦେଶର ଦ୍ୱିତୀୟ ଚନ୍ଦ୍ର ମିଶନ ଗତବର୍ଷ ଜୁଲାଇ...

ପାହାଡ଼ରୁ ଏବେ ବି ଖସୁଛି ପଥର, ଅଟକିଛି ଉଦ୍ଧାର କାର୍ଯ୍ୟ

କିନ୍ନୌର, ୧୨।୮: ହିମାଚଳ ପ୍ରଦେଶର କିନ୍ନୌର ଜିଲାରେ ଘଟିଥିବା ଭୂସ୍ଖଳନ ସ୍ଥାନରୁ ଆହୁରି ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଫଳରେ ୧୪ରେ ପହଞ୍ଚିଛି ମୃତ୍ୟୁ...

୯ରେ ପିଟିବି ଉଦ୍‌ଘାଟନ କରିବେ ମୋଦି:ପାକ୍‌ରେ ପହଞ୍ଚତ୍ଲେ ୧୧୦୦ ଭାରତୀୟ ଶିଖ୍‌

ନୂଆଦିଲ୍ଲୀ,୧।୧୧(ପି.ଟି.):ଭାରତ-ପାକ୍‌ ସୀମାର ଉଭୟ ପାର୍ଶ୍ୱରେ ଦୁଇ ଐତିହାସିକ ଗୁରୁଦ୍ୱାରକୁ ସଂଯୋଗ କରୁଥିବା କର୍‌ତାରପୁର କରିଡରର ଆନୁଷ୍ଠାନିକ ଉଦ୍‌ଘାଟନ ଅବସରରେ ପଞ୍ଜାବର ଡେରା ବାବା ନାନକଠାରେ ଅତ୍ୟାଧୁନିକ...

କରୋନା ସଚେତନତା ପାଇଁ ନିଜ ଘୋଡ଼ାକୁ ଭାଇରସ ଭଳି ରଙ୍ଗେଇଲେ ପୋଲିସ

କୁର୍ନୁଲ,୩୧।୩: କରୋନା ଭାଇରସର ସଂକ୍ରମଣରୁ ବଞ୍ଚିବାକୁ ସାରା ବିଶ୍ୱ ସଂଘର୍ଷ କରୁଥିବା ବେଳେ ସରକାରୀ ସ୍ତରରେ ଏହାକୁ ନେଇ ଆମ ଦେଶରେ ମଧ୍ୟ ସଚେତନତା ସୃଷ୍ଟି...

ଭିତରେ ଆମେରିକା ସୈନ୍ୟ, ବାହାରେ ତାଲିବାନୀ

କାବୁଲ, ୨୧।୮: ତାଲିବାନ କବଳରୁ ରକ୍ଷା ପାଇବାକୁ ହେଲେ ଦେଶ ଛାଡ଼ି ପଳାୟନ ଏକମାତ୍ର ମାଧ୍ୟମ। ସେହି ଲକ୍ଷ୍ୟରେ ନିଜ ଘରଦ୍ୱାର, ସମ୍ପତ୍ତି ଛାଡ଼ି ପ୍ରିୟଜନଙ୍କ...

ନିଲମ ଉପତ୍ୟକାରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ: ଆତଙ୍କବାଦୀ ଶିବିର ଧ୍ୱଂସ

ନୂଆଦିଲ୍ଲୀ,୨୨ା୧୨: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଅନ୍ତର୍ଗତ ନିଲମ ଉପତ୍ୟକାରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି। ସେନା କାର୍ଯ୍ୟାନୁଷ୍ଠାନରେ ଉକ୍ତ ଅଞ୍ଚଳରେ ଥିବା କେତେକ...

ଗାଡ଼ି ରୋକିବାକୁ କୌଣସି ସଙ୍କେତ ମିଳି ନ ଥିଲା

ନୂଆଦିଲ୍ଲୀ, ୮।୧୨ : ”ଗାଡ଼ି ରୋକିବା ପାଇଁ ଆମକୁ କୌଣସି ସଙ୍କେତ ଦେଇ ନ ଥିଲେ। ହଠାତ୍‌ ଗୁଳି ବର୍ଷା ଆରମ୍ଭ ହୋଇଥିଲା“। ନାଗାଲାଣ୍ଡର ମୋନ୍‌...

Advertisement
Archives

Model This Week