୧୭ ବର୍ଷ ବୟସରେ ଜାମନଗର ମହାରାଜାଙ୍କୁ ଭଲପାଇ ବସିଥିଲେ ଏହି ଅଭିନେତ୍ରୀ, ନିସନ୍ତାନ ଥିବା ଯୋଗୁ…

ବମ୍ବେ: ଭେଟେରାନ ଅଭିନେତ୍ରୀ ସିମି ଗେରଓ୍ବୋଲଙ୍କୁ ‘ଦ ଲେଡି ଇନ୍‌ ହ୍ବାଇଟ୍‌’ ବୋଲି କୁହାଯାଏ। ଆଜି ବି ତାଙ୍କ ମୁହଁର ଚମକ ପୂର୍ବଭଳି ରହିଛି। ଏଥିପାଇଁ ତ ପ୍ରଶଂସକମାନେ ସିମିଙ୍କୁ ଏଭରଗ୍ରୀନ ବୋଲି କହିବାକୁ ପଛାଉ ନାହାନ୍ତି। ନିକଟରେ ଏକ ସାକ୍ଷାତକାରରେ ସିମି ନିଜ ଜୀବନର କିଛି ଅଜଣା କଥା ଉପରୁ ପରଦା ଉଠାଇଛନ୍ତି।

ସିମିଙ୍କୁ ଯେତେବେଳେ ୧୭ ବର୍ଷ ବୟସ ହୋଇଥିଲା, ସେ ପଡୋଶୀ ଜାମନଗରର ମହାରାଜାଙ୍କୁ ଭଲପାଇ ବସିଥିଲେ। ଘାତ ପ୍ରତିଘାତ ଯୋଗୁ ଉଭୟଙ୍କ ପ୍ରେମ ମାତ୍ର ତିନି ବର୍ଷ ଯାଏ ଚାଲିଥିଲା। ଏହି ସମୟରେ ସେ ପଶୁପକ୍ଷୀଙ୍କ ଦୁନିଆ ଦେଖିଥିଲେ। ଖେଳ ଏବଂ ଖାଇବା ବିଷୟରେ ବହୁତ କଥା ଜାଣିଥିଲେ। ଏବେ ପଛକୁ ଚାହିଁ ସ୍ମୃତିଗୁଡ଼ିକୁ ମନେ ପକାଇଲେ ହସ ଲାଗୁଛି। କାହା ଉପରେ ମାଲିକାନା ଜାହିର କଲେ ସମ୍ପର୍କ ଖରାପ ହୁଏ ବୋଲି ବୁଝି ସାରିଛନ୍ତି ସେ।

ମହାରାଜାଙ୍କ ସହ ସମ୍ପର୍କ ଛିନ୍ନ ହେବା ପରେ ସିମି ଦିଲ୍ଲୀର ରବିମୋହନଙ୍କୁ ବିବାହ କରିଥିଲେ। ଏହି ବିବାହ ୩ ବର୍ଷ ଚାଲିଥିଲା। ଉଭୟ ଅନେକ ଦିନ ଧରି ଅଲଗା ରହିବା ପରେ ଛାଡ଼ପତ୍ର ନେଇ ଅଲଗା ହୋଇଥିଲେ। ମାତ୍ର ସେମାନଙ୍କ ମନରେ ପରସ୍ପର ପାଇଁ ତିକ୍ତତା ନ ଥିବା ସିମି କୁହନ୍ତି।

ପ୍ରେମ, ବିବାହରେ ବିଫଳ ହୋଇଥିବା ସିମିଙ୍କ ଜୀବନର ବଡ଼ ଦୁଃଖ ହେଉଛି ତାଙ୍କର କୌଣସି ସନ୍ତାନ ନାହିଁ। ଏକଦା ସେ ଅନାଥାଶ୍ରମରୁ ଜଣେ ଝିଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଚାହିଁଥିଲେ। ବିଜୟା ନାମରେ ଝିଅଟିଏ ତାଙ୍କୁ ମିଳିଥିଲା। ମାତ୍ର ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପୂର୍ବରୁ ଖବରକାଗଜରେ ଫଟୋ ଦେବାକୁ ପଡ଼ୁଥିଲା। ସିମି ସେହିପରି କରିଥିଲେ। ତିନି ମାସ ଧରି କେହି ଶିଶୁଟି ଉପରେ ଅଧିକାର ଜଣାଇ ନ ଥିଲେ। ଯେତେବେଳେ ସିମି ଶିଶୁଟିକୁ ଗ୍ରହଣ କରିବାକୁ ଗଲେ, ସେତେବେଳେ ହଠାତ ଶିଶୁଟିର ପିତାମାତା ପହଞ୍ଚିଯାଇଥିଲେ। ଏହା ତାଙ୍କୁ ଦୁଃଖ ଦେଇଥିଲା ବୋଲି ସିମି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri