Posted inଜାତୀୟ

ନୀରବିଲା ‘ଭଏସ୍‌ ଅଫ୍‌ ଲଭ୍‌’

କୋଲକାତା, ୧ା୬: ଭର୍ସାଟାଇଲ ଗାୟକ ତଥା କେକେ ନାମରେ ବେଶ୍‌ ପରିଚିତ କ୍ରିଷ୍ଣକୁମାର କୁନ୍ନଥଙ୍କ ମଙ୍ଗଳବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୫୩ ବର୍ଷ ହୋଇଥିଲା। ଦକ୍ଷିଣ କୋଲକାତାର ନଜରୁଲ୍‌ ମଞ୍ଚରେ ସେ ସଙ୍ଗୀତ ପରିବେଷଣ କରିବା ପରେ ହୋଟେଲ ରୁମ୍‌କୁ ଫେରିଥିଲେ। ସେଠାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସଙ୍ଗେ ସଙ୍ଗେ ତାଙ୍କୁ କାଲାକାଟା ମେଡିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ସିଏମ୍‌ଆର୍‌ଆଇ)କୁ ନିଆଯାଇଥିଲା। ରାତି ପ୍ରାୟ ସାଢ଼େ ୧୦ଟାରେ ଡାକ୍ତର କେକେଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଅକାଳ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି। କେକେଙ୍କ ଗୀତ ସବୁବର୍ଗର ଲୋକଙ୍କ ମନକୁ ଛୁଇଁଥିଲା। ସେ ତାଙ୍କ ସଙ୍ଗୀତ ମାଧ୍ୟମରେ ଚିର ସ୍ମରଣୀୟ ହୋଇ ରହିବେ ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍‌ କରିଛନ୍ତି। ତାଙ୍କ ପରଲୋକରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର, ଗାୟକ ହର୍ଷଦୀପ କୌର, ଚଳଚ୍ଚିତ୍ର ନିର୍ମାତା ଶ୍ରୀଜିତ୍‌ ମୁଖାର୍ଜୀଙ୍କ ସମେତ ସିନେଜଗତର ବହୁ କଳାକାର ଓ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।
ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼, ମାଲୟାଲମ୍‌, ମରାଠୀ, ବେଙ୍ଗଲୀ, ଅହମିୟା, ଗୁଜରାଟୀ ଭାଷାରେ ସେ ଅନେକ ଲୋକପ୍ରିୟ ଗୀତ ରେକର୍ଡ କରିଛନ୍ତି। ବଲିଉଡ୍‌କୁ ସେ ବହୁ ହିଟ୍‌ ଗୀତ ଦେଇଛନ୍ତି। ସେଥିମଧ୍ୟରେ ଆଖୋଁ ମେ ତେରି (ଓମ୍‌ ଶାନ୍ତି ଓମ୍‌), ତଡପ୍‌ ତଡପ୍‌ (ହମ୍‌ ଦିଲ୍‌ ଦେ ଚୁକେ ସନମ୍‌), ଦଶ୍‌ ବହାନେ କର୍‌ କେ ଲେ ଗୈ ଦିଲ୍‌ (ଦଶ୍‌), ତୁନେ ମାରି ଏଣ୍ଟ୍ରିଆ (ଗୁଣ୍ଡେ), ଜରାସା (ଜନତ୍‌), ଡୋଲାରେ ଡୋଲାରେ (ଦେବ୍‌ଦାସ), ଖୁଦା ଜାନେ (ବଚ୍‌ନା ଏ ହସିନୋ), ପିୟା ଆୟେ ନା (ଆସିକି ୨), ଇଣ୍ଡିଆ ଓ୍ବାଲେ (ହାପି ନ୍ୟୁ ଇୟର), ତୁ ଜୋ ମିଲା (ବଜରଙ୍ଗୀ ଭାଇଜାନ୍‌), ତୁହି ମେରି ସବ୍‌ ହୈ (ଗ୍ୟାଙ୍ଗଷ୍ଟର), ସଚ୍‌ କେହ ରହା ହୈ ଦିଓ୍ବାନା (ରେହନା ହୈ ତେରେ ଦିଲ୍‌ ମେ) ଆଦି ଶତାଧିକ ହିଟ୍‌ ଗୀତ ଦେଇ ଲୋକଙ୍କ ହୃଦୟରେ ରାଜ୍‌ କରିଛନ୍ତି। ସିନେ ଇଣ୍ଡଷ୍ଟ୍ରିରେ ‘ଭଏସ୍‌ ଅଫ୍‌ ଲଭ୍‌’ ଭାବେ ମଧ୍ୟ ସେ ପରିଚିତ ଥିଲେ।
୧୯୬୮ ଅଗଷ୍ଟ ୨୩ରେ କେକେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ସେ ଦିଲ୍ଲୀ ୟୁନିଭର୍ସିଟି ଅଧୀନରେ କିରୋରି ମଲ୍‌ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୧୯୯୧ରେ ଜ୍ୟୋତି କ୍ରିଷ୍ଣାଙ୍କ ସହ ତାଙ୍କ ବିବାହ ହୋଇଥିଲା। ତାଙ୍କ ପୁଅଙ୍କ ନାଁ ନକୁଳ କ୍ରିଷ୍ଣା କୁନ୍ନତ ଏବଂ ଝିଅ ତାମରା କୁନ୍ନତ। ତାଙ୍କ ପ୍ରଥମ ସଙ୍ଗୀତ ଆଲବମ୍‌ ‘ପଲ୍‌’ ୧୯୯୯ରେ ରିଲିଜ୍‌ ହୋଇଥିଲା। ସେହି ବର୍ଷ କ୍ରିକେଟ ବିଶ୍ୱକପ୍‌ ବେଳେ ଭାରତୀୟ ଟିମ୍‌କୁ ଉତ୍ସାହିତ କରିବା ଲାଗି ସେ ‘ଜୋସ୍‌ ଅଫ୍‌ ଇଣ୍ଡିଆ’ ଗୀତ ଗାଇଥିଲେ। ସେ ଫିଲ୍ମ ଫେୟାର ଆଓ୍ବାର୍ଡ ପାଇଁ ୬ ଥର ମନୋନୀତ ହୋଇଥିଲେ। ୨୦୦୯ରେ ଖୁଦା ଜାନେ ଗୀତ ପାଇଁ ସେ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ ସ୍କ୍ରିନ୍‌ ଆଓ୍ବାର୍ଡ ପାଇଥିଲେ। ଏହା ବ୍ୟତୀତ ତାମିଲ, କନ୍ନଡ ଭାଷାରେ ସେ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ପୁରସ୍କାର ପାଇଥିଲେ। ୨୦୧୨ ରେ ମାଲୟାଲମ ଗୀତ ପାଇଁ ତାଙ୍କୁ ଇନାମ୍‌-ସ୍ବରାଲୟ ସିଙ୍ଗର ଅଫ୍‌ ଦି ଇଅର ପୁରସ୍କାର ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

ବାରମ୍ବାର ଅଭିଯୋଗ ସତ୍ତ୍ୱେ ଉଠୁନି ଅଳିଆ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ସହରର ମଧ୍ୟଭାଗରେ ଅବସ୍ଥିତ ଐତିହାସିକ ପିଲ୍ଲୀ ବନ୍ଧ ପାର୍ଶ୍ୱରେ ଥିବା ଜନବସତିର ଅନ୍ତେବାସୀ ପୌରପରିଷଦ କାର୍ଯ୍ୟାଳୟରେ ଅନେକ ସମୟରେ ଅଭିଯୋଗ କରିବା ସତ୍ତ୍ୱେ…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?