ମିଲର୍ସଙ୍କ ମର୍ଜିରେ ମଣ୍ଡି

ବରଗଡ଼ ଅଫିସ୍‌,୧ା୬: ଦିନକ ପରେ ବରଗଡ଼ ଜିଲାରେ ରବିଧାନ ସଂଗ୍ରହକୁ ତିନି ସପ୍ତାହ ବିତିବ। ହେଲେ ଏଠାରେ ଧାନବିକ୍ରିକୁ ନେଇ ଦେଖାଯାଇଥିବା ଅବ୍ୟବସ୍ଥାରେ ସୁଧାର ଆସିପାରିନାହିଁ। ଧାନବିକ୍ରିରେ ଟୋକନ କଟକଣା ବାଧକ ସାଜିଛି। ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁ ଟୋକନରେ ତ୍ରୁଟି ରହୁଛି। ଫଳରେ ଜିଲାର ଅନେକ ଚାଷୀ ଆବଶ୍ୟକ ଧାନବିକ୍ରିରୁ ବଞ୍ଚିତ ହୋଇଛନ୍ତି। ସେହିପରି ଧାନ ଅମଳ କରିସାରିଥିବା ଅନେକ ଚାଷୀଙ୍କୁ ଟୋକନ ମିଳିଛି। କିନ୍ତୁ ସେଥିରେ ଧାର୍ଯ୍ୟ ହୋଇଥିବା ବିକ୍ରି ଦିବସ ଯଥେଷ୍ଟ ବିଳମ୍ବ ହୋଇଛି। ଫଳରେ ସମ୍ପୃକ୍ତ ଚାଷୀମାନେ ମଣ୍ଡିକୁ ଧାନ ଆଣି ପାରୁନାହାନ୍ତି। ଅନ୍ୟପଟେ ନିର୍ଦ୍ଧାରିତ ବିକ୍ରି ଦିବସରେ ମିଲର୍ସ ଆସୁ ନ ଥିବାରୁ ମଣ୍ଡିର ଖୋଲା ଆକାଶତଳେ ଧାନ ଗଦା ହୋଇ ରହିଛି। ଧାନ ଉଠାଣ ବିଳମ୍ବିତ ହେଲେ ଚାଷୀଙ୍କ ଟୋକନ ଅବଧି ମଧ୍ୟ ସରିଯିବା ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଚାଷୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଧାନ ବିକ୍ରି ହୋଇ ପାରି ନ ଥିବା ଯୋଗୁ ଚାଷୀମାନେ ଅମଳ କାର୍ଯ୍ୟରେ ନିୟୋଜିତ କୃଷି ଶ୍ରମିକଙ୍କୁ ସେମାନଙ୍କ ପାରିଶ୍ରମିକ ଦେଇପାରୁନାହାନ୍ତି। ଧାନ ବିକ୍ରି କରିବାକୁ ସେମାନେ ପ୍ୟାକ୍ସ, ଯୋଗାଣ ବିଭାଗଠାରୁ ଜିଲାପାଳ ଅଫିସ ପର୍ଯ୍ୟନ୍ତ ଧାଁଧପଡ଼ ହେବାକୁ ପଡ଼ୁଛି। ମିଲର୍ସମାନେ ମଣ୍ଡିକୁ ଆସୁ ନାହାନ୍ତି ଏବଂ ଯେଉଁ ମିଲର୍ସ ଆସୁଛନ୍ତି, ସେମାନେ ବିନା ଗୁଣମାନ ପରୀକ୍ଷାରେ କଟନୀଛଟନୀ ପାଇଁ ବାଧ୍ୟ କରୁଛନ୍ତି। ଏଭଳି ଅଭିଯୋଗ ନେଇ ମଙ୍ଗଳବାର ଜିଲାର ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଗ୍ରାମର ଶତାଧିକ ଚାଷୀ ମଣ୍ଡିରେ ପଡ଼ିଥିବା ଧାନ ବିକ୍ରି ପାଇଁ ଜିଲାପାଳଙ୍କ ଅଫିସକୁ ଆସି ଧାରଣାରେ ବସିଥିଲେ। ଜୟ କିଷାନ ଆନ୍ଦୋଳନ ସଭାପତି ସୁଶୀଲ କୁମାର ସାହୁ, ସମ୍ପାଦକ ହର ବଣିଆ, କିଶୋର ଭୋଇ, ରଞ୍ଜିତ ସାହୁ, ଯଦୁନନ୍ଦନ ପ୍ରଧାନ, ଅମରେଶ ସାହୁ, ବଣ୍ଟି ଭୋଇ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ ଧାରଣାସ୍ଥଳକୁ ଆସି ଆସନ୍ତା ୩ ଦିନ ମଧ୍ୟରେ ସତଲମା ମଣ୍ଡିରେ ପଡ଼ିଥିବା ସବୁ ଧାନ ଉଠାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ।
ଗତ ୧୨ତାରିଖରେ ସତଲମା ମଣ୍ଡି ଖୋଲିଥିଲା। ମଣ୍ଡିରେ ଧାନ ଉଠାଇବା ପାଇଁ ୮ମିଲର୍ସଙ୍କୁ ପ୍ରଥମ ପର୍ଯ୍ୟାୟରେ ୨୩ହଜାର ୮୦୦ କୁଇଣ୍ଟାଲ ଧାନ ଆଲଟମେଣ୍ଟ ଦିଆଯାଇଛି। ମାତ୍ର ମିଲର୍ସମାନେ ଧାନ ଉଠାଣ ପାଇଁ ଗାଡ଼ି ପଠାଉ ନାହାନ୍ତି। ଫଳରେ ମଣ୍ଡିରେ ଏପର୍ଯ୍ୟନ୍ତ ୧୬ହଜାର ୯୭୬ ପ୍ୟାକେଟ୍‌ ଧାନ ପଡ଼ି ରହିଛି। ମଣ୍ଡି ଖୋଲିବା ପ୍ରାୟ ୩ସପ୍ତାହ ପୂରିଯାଇଥିବାବେଳେ ଏଠାରୁ ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା କେବଳ ୪୪୮୯.୬୮ କୁଇଣ୍ଟାଲ ଧାନ ଉଠିଛି। ତେବେ ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେବା ପରେ ଉକ୍ତ ମଣ୍ଡିରୁ ଧାନ ଉଠାଣରେ ପ୍ରଶାସନ ତତ୍ପର ହୋଇପଡ଼ିଛି। ଉକ୍ତ ମଣ୍ଡି ଉପରେ ନିର୍ଭରଶୀଳ ହଳଦୀପାଲି ଗ୍ରାମର ଚାଷୀ ଦର୍ଶନ ଭୋଇ କହିଛନ୍ତି, ଗତ ୧୨ତାରିଖରୁ ସେ ୧୩୦ କୁଇଣ୍ଟାଲ ଧାନ ସତଲମା ମଣ୍ଡିକୁ ଆଣିଥିଲେ। ମଙ୍ଗଳବାର ଅପରାହ୍ନରେ ତାକୁ ଉଠାଯାଇଛି। ସେହିପରି ଗତ ୧୩ତାରିଖରେ ବିଶିପାଲି ଗ୍ରାମର ଶମ୍ଭୁ ବଢ଼େଇ ୫୬.୪୦ କୁଇଣ୍ଟାଲ, ସନ୍ତୋଷ ଭୋଇ ୬୪.୭୪ କୁଇଣ୍ଟାଲ ଏବଂ ୧୯ତାରିଖରେ ହଳଦୀପାଲି ଗ୍ରାମର ଅଧିକାରୀ ବାରିକ ୫୦କୁଇଣ୍ଟାଲ ଧାନ ଏହି ମଣ୍ଡିରେ ପକାଇଥିବାବେଳେ ଆନ୍ଦୋଳନ ପରେ ମଙ୍ଗଳବାର ଅପରାହ୍ନରେ ସମସ୍ତ ଧାନ ଉଠାଯାଇଥିବା ସେମାନେ କହିଛନ୍ତି। କେବଳ ସତଲମା ମଣ୍ଡି ନୁହେଁ, ଜିଲାର ଅଧିକାଂଶ ମଣ୍ଡିରେ ଏଭଳି ଅବ୍ୟବସ୍ଥା ଲାଗି ରହିଛି। ଧାନର ଗୁଣମାନ ପରୀକ୍ଷା ନ କରି କୁଇଣ୍ଟାଲ ପିଛା ୧ରୁ ୨କିଗ୍ରା ଧାନ କଟନୀ କରାଯାଉଥିବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି ବୋଲି ଜୟ କିଷାନ ଆନ୍ଦୋଳନର ସମ୍ପାଦକ ହର ବଣିଆ କହିଛନ୍ତି। ଏଭଳି କଟନୀଛଟନୀ ବନ୍ଦ କରିବା ସହିତ ଧାନ ଉଠାଣକୁ ତ୍ୱରାନ୍ବିତ କରା ନ ଗଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ସେହିପରି ଆଲଟମେଣ୍ଟ ମିଳିଥିବା ସତ୍ତ୍ବେ ଧାନ ଉଠାଉ ନ ଥିବା ମିଲର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପୁଣି ଆଲଟମେଣ୍ଟ ଦେବା ଭଳି ପ୍ରଶାସନର ଅନୁକମ୍ପା ପ୍ରଦର୍ଶନ ଦୁର୍ଭାଗ୍ୟଜନକ ବୋଲି ବଣିଆ କହିଛନ୍ତି। ଏ ସମ୍ପର୍କରେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଦାଶରଥି ସୋରେନଙ୍କୁ ତାଙ୍କ ମୋବାଇଲ ନମ୍ବର ୭୩୨୮୮ ୭୨୦୯୬ରେ ଯୋଗାଯୋଗ କରାଯାଇଥିଲା। ମାତ୍ର ସେ ଫୋନ ରିସିଭ୍‌ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri