ମିଲର୍ସଙ୍କ ମର୍ଜିରେ ମଣ୍ଡି

ବରଗଡ଼ ଅଫିସ୍‌,୧ା୬: ଦିନକ ପରେ ବରଗଡ଼ ଜିଲାରେ ରବିଧାନ ସଂଗ୍ରହକୁ ତିନି ସପ୍ତାହ ବିତିବ। ହେଲେ ଏଠାରେ ଧାନବିକ୍ରିକୁ ନେଇ ଦେଖାଯାଇଥିବା ଅବ୍ୟବସ୍ଥାରେ ସୁଧାର ଆସିପାରିନାହିଁ। ଧାନବିକ୍ରିରେ ଟୋକନ କଟକଣା ବାଧକ ସାଜିଛି। ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁ ଟୋକନରେ ତ୍ରୁଟି ରହୁଛି। ଫଳରେ ଜିଲାର ଅନେକ ଚାଷୀ ଆବଶ୍ୟକ ଧାନବିକ୍ରିରୁ ବଞ୍ଚିତ ହୋଇଛନ୍ତି। ସେହିପରି ଧାନ ଅମଳ କରିସାରିଥିବା ଅନେକ ଚାଷୀଙ୍କୁ ଟୋକନ ମିଳିଛି। କିନ୍ତୁ ସେଥିରେ ଧାର୍ଯ୍ୟ ହୋଇଥିବା ବିକ୍ରି ଦିବସ ଯଥେଷ୍ଟ ବିଳମ୍ବ ହୋଇଛି। ଫଳରେ ସମ୍ପୃକ୍ତ ଚାଷୀମାନେ ମଣ୍ଡିକୁ ଧାନ ଆଣି ପାରୁନାହାନ୍ତି। ଅନ୍ୟପଟେ ନିର୍ଦ୍ଧାରିତ ବିକ୍ରି ଦିବସରେ ମିଲର୍ସ ଆସୁ ନ ଥିବାରୁ ମଣ୍ଡିର ଖୋଲା ଆକାଶତଳେ ଧାନ ଗଦା ହୋଇ ରହିଛି। ଧାନ ଉଠାଣ ବିଳମ୍ବିତ ହେଲେ ଚାଷୀଙ୍କ ଟୋକନ ଅବଧି ମଧ୍ୟ ସରିଯିବା ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଚାଷୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଧାନ ବିକ୍ରି ହୋଇ ପାରି ନ ଥିବା ଯୋଗୁ ଚାଷୀମାନେ ଅମଳ କାର୍ଯ୍ୟରେ ନିୟୋଜିତ କୃଷି ଶ୍ରମିକଙ୍କୁ ସେମାନଙ୍କ ପାରିଶ୍ରମିକ ଦେଇପାରୁନାହାନ୍ତି। ଧାନ ବିକ୍ରି କରିବାକୁ ସେମାନେ ପ୍ୟାକ୍ସ, ଯୋଗାଣ ବିଭାଗଠାରୁ ଜିଲାପାଳ ଅଫିସ ପର୍ଯ୍ୟନ୍ତ ଧାଁଧପଡ଼ ହେବାକୁ ପଡ଼ୁଛି। ମିଲର୍ସମାନେ ମଣ୍ଡିକୁ ଆସୁ ନାହାନ୍ତି ଏବଂ ଯେଉଁ ମିଲର୍ସ ଆସୁଛନ୍ତି, ସେମାନେ ବିନା ଗୁଣମାନ ପରୀକ୍ଷାରେ କଟନୀଛଟନୀ ପାଇଁ ବାଧ୍ୟ କରୁଛନ୍ତି। ଏଭଳି ଅଭିଯୋଗ ନେଇ ମଙ୍ଗଳବାର ଜିଲାର ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଗ୍ରାମର ଶତାଧିକ ଚାଷୀ ମଣ୍ଡିରେ ପଡ଼ିଥିବା ଧାନ ବିକ୍ରି ପାଇଁ ଜିଲାପାଳଙ୍କ ଅଫିସକୁ ଆସି ଧାରଣାରେ ବସିଥିଲେ। ଜୟ କିଷାନ ଆନ୍ଦୋଳନ ସଭାପତି ସୁଶୀଲ କୁମାର ସାହୁ, ସମ୍ପାଦକ ହର ବଣିଆ, କିଶୋର ଭୋଇ, ରଞ୍ଜିତ ସାହୁ, ଯଦୁନନ୍ଦନ ପ୍ରଧାନ, ଅମରେଶ ସାହୁ, ବଣ୍ଟି ଭୋଇ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ ଧାରଣାସ୍ଥଳକୁ ଆସି ଆସନ୍ତା ୩ ଦିନ ମଧ୍ୟରେ ସତଲମା ମଣ୍ଡିରେ ପଡ଼ିଥିବା ସବୁ ଧାନ ଉଠାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ।
ଗତ ୧୨ତାରିଖରେ ସତଲମା ମଣ୍ଡି ଖୋଲିଥିଲା। ମଣ୍ଡିରେ ଧାନ ଉଠାଇବା ପାଇଁ ୮ମିଲର୍ସଙ୍କୁ ପ୍ରଥମ ପର୍ଯ୍ୟାୟରେ ୨୩ହଜାର ୮୦୦ କୁଇଣ୍ଟାଲ ଧାନ ଆଲଟମେଣ୍ଟ ଦିଆଯାଇଛି। ମାତ୍ର ମିଲର୍ସମାନେ ଧାନ ଉଠାଣ ପାଇଁ ଗାଡ଼ି ପଠାଉ ନାହାନ୍ତି। ଫଳରେ ମଣ୍ଡିରେ ଏପର୍ଯ୍ୟନ୍ତ ୧୬ହଜାର ୯୭୬ ପ୍ୟାକେଟ୍‌ ଧାନ ପଡ଼ି ରହିଛି। ମଣ୍ଡି ଖୋଲିବା ପ୍ରାୟ ୩ସପ୍ତାହ ପୂରିଯାଇଥିବାବେଳେ ଏଠାରୁ ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା କେବଳ ୪୪୮୯.୬୮ କୁଇଣ୍ଟାଲ ଧାନ ଉଠିଛି। ତେବେ ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେବା ପରେ ଉକ୍ତ ମଣ୍ଡିରୁ ଧାନ ଉଠାଣରେ ପ୍ରଶାସନ ତତ୍ପର ହୋଇପଡ଼ିଛି। ଉକ୍ତ ମଣ୍ଡି ଉପରେ ନିର୍ଭରଶୀଳ ହଳଦୀପାଲି ଗ୍ରାମର ଚାଷୀ ଦର୍ଶନ ଭୋଇ କହିଛନ୍ତି, ଗତ ୧୨ତାରିଖରୁ ସେ ୧୩୦ କୁଇଣ୍ଟାଲ ଧାନ ସତଲମା ମଣ୍ଡିକୁ ଆଣିଥିଲେ। ମଙ୍ଗଳବାର ଅପରାହ୍ନରେ ତାକୁ ଉଠାଯାଇଛି। ସେହିପରି ଗତ ୧୩ତାରିଖରେ ବିଶିପାଲି ଗ୍ରାମର ଶମ୍ଭୁ ବଢ଼େଇ ୫୬.୪୦ କୁଇଣ୍ଟାଲ, ସନ୍ତୋଷ ଭୋଇ ୬୪.୭୪ କୁଇଣ୍ଟାଲ ଏବଂ ୧୯ତାରିଖରେ ହଳଦୀପାଲି ଗ୍ରାମର ଅଧିକାରୀ ବାରିକ ୫୦କୁଇଣ୍ଟାଲ ଧାନ ଏହି ମଣ୍ଡିରେ ପକାଇଥିବାବେଳେ ଆନ୍ଦୋଳନ ପରେ ମଙ୍ଗଳବାର ଅପରାହ୍ନରେ ସମସ୍ତ ଧାନ ଉଠାଯାଇଥିବା ସେମାନେ କହିଛନ୍ତି। କେବଳ ସତଲମା ମଣ୍ଡି ନୁହେଁ, ଜିଲାର ଅଧିକାଂଶ ମଣ୍ଡିରେ ଏଭଳି ଅବ୍ୟବସ୍ଥା ଲାଗି ରହିଛି। ଧାନର ଗୁଣମାନ ପରୀକ୍ଷା ନ କରି କୁଇଣ୍ଟାଲ ପିଛା ୧ରୁ ୨କିଗ୍ରା ଧାନ କଟନୀ କରାଯାଉଥିବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି ବୋଲି ଜୟ କିଷାନ ଆନ୍ଦୋଳନର ସମ୍ପାଦକ ହର ବଣିଆ କହିଛନ୍ତି। ଏଭଳି କଟନୀଛଟନୀ ବନ୍ଦ କରିବା ସହିତ ଧାନ ଉଠାଣକୁ ତ୍ୱରାନ୍ବିତ କରା ନ ଗଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ସେହିପରି ଆଲଟମେଣ୍ଟ ମିଳିଥିବା ସତ୍ତ୍ବେ ଧାନ ଉଠାଉ ନ ଥିବା ମିଲର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପୁଣି ଆଲଟମେଣ୍ଟ ଦେବା ଭଳି ପ୍ରଶାସନର ଅନୁକମ୍ପା ପ୍ରଦର୍ଶନ ଦୁର୍ଭାଗ୍ୟଜନକ ବୋଲି ବଣିଆ କହିଛନ୍ତି। ଏ ସମ୍ପର୍କରେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଦାଶରଥି ସୋରେନଙ୍କୁ ତାଙ୍କ ମୋବାଇଲ ନମ୍ବର ୭୩୨୮୮ ୭୨୦୯୬ରେ ଯୋଗାଯୋଗ କରାଯାଇଥିଲା। ମାତ୍ର ସେ ଫୋନ ରିସିଭ୍‌ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ବଙ୍ଗୋପସାଗରରେ ୧୩ ତାରିଖ ବେଳକୁ ଲଘୁଚାପ!

ଭୁବନେଶ୍ୱର,୧୦।୯ ବଙ୍ଗୋପସାଗରରେ ଆସନ୍ତା ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲ୍ୟାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?