Posted inଫୁରସତ

ସାଇଲେଣ୍ଟ କିଲର

ବର୍ତ୍ତମାନ ପ୍ରାୟ ସମସ୍ତଙ୍କୁ ବିଶେଷକରି ଯୁବପିଢ଼ିଙ୍କୁ ଘାରିଛି ମୋବାଇଲ୍‌ ଫୋନ ନିଶା। ଦିନରୁ ରାତି, ପ୍ରତି ସମୟରେ ପାଖରେ ରହୁଛି ଫୋନ। ତେବେ ଏହି ଆଡିକ୍ସନ ଅଜାଣତରେ ଧୀରେ ଧୀରେ ସେମାନଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ତେଣୁ ବିଜ୍ଞାନର ଏହି ବରଦାନ ଯେପରି ସ୍ବାସ୍ଥ୍ୟ ପାଇଁ ଅଭିଶାପ ନ ପାଲଟେ, ସେଥିପାଇଁ ସତର୍କ ରହିବା ଆବଶ୍ୟକ…

ବର୍ତ୍ତମାନ ପ୍ରାୟ ସମସ୍ତେ ନିଜର ଅଧିକାଂଶ ସମୟ ସ୍ମାର୍ଟଫୋନ ସହିତ ବିତାଉଛନ୍ତି। ଏହା ଅନେକଙ୍କ ପାଇଁ ଏତେ ଜରୁରୀ ପାଲଟିଛି ଯେ, କିଛି କ୍ଷଣ ଏହାବିନା ରହିବା ଯେମିତି ସେମାନଙ୍କ ପାଇଁ ଅସମ୍ଭବ ମନେହେଉଛି। ଏମିତିକି କେତେଜଣ ରାତିରେ ଶୋଇବା ବେଳେ ମଧ୍ୟ ଏହାକୁ ପାଖରେ ରଖିବାକୁ ଆଦୌ ଭୁଲି ନ ଥା’ନ୍ତି। ହେଲେ ଆପଣ ଜାଣନ୍ତିକି କୌଣସି ଜିନିଷ ଆବଶ୍ୟକତାଠାରୁ ଅଧିକ ହେଲେ ଖରାପ। ଅର୍ଥାତ୍‌ ଆବଶ୍ୟକତାଠାରୁ ଅଧିକ ସମୟ ମୋବାଇଲ୍‌ରେ ବିତାଇବା ଦ୍ୱାରା ଏହା ସ୍ବାସ୍ଥ୍ୟ ପ୍ରତି ହାନିକାରକ। ସେଥିପାଇଁ ମୋବାଇଲ୍‌କୁ ସାଇଲେଣ୍ଟ କିଲର ବୋଲି ମଧ୍ୟ କୁହାଯାଏ। ତେଣୁ ଅଧିକ ସମୟ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଥିଲେ ସତର୍କ ହୋଇଯାଆନ୍ତୁ, ନଚେତ୍‌ ଏହା ଆପଣଙ୍କ ପାଇଁ ଘାତକ ସାଜିପାରେ।

ସମସ୍ୟା:
-ବିଶେଷଜ୍ଞଙ୍କ ମତରେ ମୋବାଇଲ୍‌ ଅଧିକ ସମୟ ଦେଖିବା କାରଣରୁ ଅନେକଙ୍କଠାରେ ବର୍ତ୍ତମାନ ଚକ୍ଷୁ ସମସ୍ୟା ବଢ଼ିବାରେ ଲାଗିଛି।
– ସେହିପରି ଅନେକେ ବସିବା ସମୟରେ ଆରାମ ଲାଗିବା ଆଳରେ ଜାକି ହୋଇ ବସନ୍ତି କିମ୍ବା ସୋଫା, ବେଡ୍‌ ଆଦି ଉପରେ ଶୋଇ ଘଣ୍ଟା ଘଣ୍ଟା ମୋବାଇଲ୍‌ ଦେଖନ୍ତି। ହେଲେ ଦୀର୍ଘ ସମୟ ଏପରି ପୋଜିଶନ୍‌ରେ ରହିବା ଦ୍ୱାରା ବେକ, ପିଠି, ଅଣ୍ଟା ଜାକି ହୋଇ ରହିବା ଯୋଗୁ ମେରୁଦଣ୍ଡରେ ଚାପ ପଡ଼ିଥାଏ ଏବଂ ବିନ୍ଧା ହୋଇଥାଏ। କେବଳ ଏତିକି ଅଧିକ ସମୟ ଏପରି ପୋଜିଶନ୍‌ରେ ରହିବା ଯୋଗୁ ସ୍ପଣ୍ଡିଲାଇଟିସ୍‌ ଭଳି ସମସ୍ୟା ମଧ୍ୟ ଉପୁଜିଥାଏ।
-ମତରେ ରାତିରେ ଶୋଇବା ବେଳେ ମୋବାଇଲ୍‌ରେ ଗପିବା, ଚାର୍ଟିଂ କରିବା, ଭିଡିଓ ଦେଖିବା, ଗେମ୍‌ ଖେଳିବା ହେଉ କିମ୍ବା ପାଖରେ ରଖି ଶୋଇବା ବେଳେ ଆସୁଥିବା ନୋଟିଫିକେଶନ୍‌ ଯୋଗୁ ବାରମ୍ବାର ନିଦ ଭାଙ୍ଗିବା ଦ୍ୱାରା ନିଦ ସମ୍ପୂର୍ଣ୍ଣ ହୋଇ ନ ଥାଏ। ପ୍ରତିଦିନ ଏଭଳି କାରଣ ଯୋଗୁ ଦିନରେ ନିଦ ଆସିବା, ମୁଣ୍ଡ ବୁଲେଇବା, ଥକାପଣ, ଗ୍ୟାସ୍‌, ବ୍ଲଡ୍‌ପ୍ରେସର ଭଳି ଅନେକ ନିଦ୍ରାହୀନତାଜନିତ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। କେବଳ ଏତିକି ନୁହେଁ ମାନସିକ ସ୍ତରରେ ମଧ୍ୟ ଏହା ପ୍ରଭାବ ପକାଇଥାଏ। ଷ୍ଟ୍ରେସ୍‌ ହର୍‌ମୋନ ବଢ଼ିବା ସହ ଇମ୍ୟୁନିଟି ସିଷ୍ଟମ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।
-ଇୟରଫୋନ୍‌ ଲଗାଇ ଲାଉଡ୍‌ ମ୍ୟୁଜିକ୍‌ ଶୁଣିବା ବି ଅନେକଙ୍କୁ ଭାରି ପସନ୍ଦ। ହେଲେ ଦୀର୍ଘ ସମୟ ଧରି ଏହାକୁ ବ୍ୟବହାର କରିବା ଦ୍ୱାରା ଅନେକଙ୍କଠାରେ ଶ୍ରବଣ ସମସ୍ୟା ଦେଖାଦେଉଛି। ଏମିତିକି କାହା କାହାଠାରେ ଅଡିଓ ସେନ୍ସେରି ନର୍ଭସ ସିଷ୍ଟମ ଡ୍ୟାମେଜ ହୋଇ ସମ୍ପୂର୍ଣ୍ଣ ଶ୍ରବଣ ଶକ୍ତି ମଧ୍ୟ ନଷ୍ଟ ହେଇଯାଉଛି।

ଡିଜିଟାଲ୍‌ ଡିଟକ୍ସ ଦ୍ୱାରାହେବେ ଉପକୃତ
ମୋବାଇଲ୍‌ ଫୋନ୍‌ର ଅଧିକ ବ୍ୟବହାର ଯୋଗୁ ଉପୁଜୁଥିବା ସ୍ବାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଅନେକେ ପ୍ରତିଦିନ ଏଥିରୁ କିଛି ସମୟ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି, ଯାହାକୁ ଡିଜିଟାଲ୍‌ ଡିଟକ୍ସ ବୋଲି କୁହାଯାଉଛି…

-ଡିଟକ୍ସ ଲାଗି ସର୍ବପ୍ରଥମେ ଏଥିପାଇଁ ମାନସିକ ସ୍ତରରେ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ। କାରଣ ଏହାର ଅର୍ଥ ନୁହେଁ ଯେ, ମାତ୍ର କିଛି ସମୟ ମନକୁ ବୁଝାଇ ରଖିବେ ଏବଂ ପୁନର୍ବାର ମୋବାଇଲ୍‌ ଦୁନିଆକୁ ଚାଲିଯିବେ। ଏଥିପାଇଁ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିବା ଦରକାର। ଧୀରେଧୀରେ ସେହି ସମୟ ଅବଧିକୁ ବଢ଼ାଇବା ଦ୍ୱାରା ଅଧିକ ଉପକୃତ ହୋଇପାରିବେ।
-ଆପଣଙ୍କୁ ନିଜ ମୋବାଇଲ୍‌କୁ ସାଇଲେଣ୍ଟ ମୋଡ୍‌ରେ ରଖିବା ସହ ବିଭିନ୍ନ ଆପ୍‌ ବିଶେଷକରି ସୋସିଆଲ୍‌ ସାଇଟ୍ସ ଆପ୍‌ଗୁଡିକର ନୋଟିଫିକେଶନ ଅଫ୍‌ କରି ରଖିବାକୁ ହେବ। ତେବେ ଫୋନ୍‌କୁ ପାଖରେ ନ ରଖି ଅନ୍ୟ ରୁମ୍‌ରେ ରଖିଲେ ଆପଣଙ୍କ ଲାଗି ଡିଜିଟାଲ୍‌ ଡିଟକ୍ସ ଅଧିକ ସହଜ ହୋଇପାରିବ।
-ଆପଣଙ୍କୁ ମିଳୁଥିବା ଫାଙ୍କା ସମୟରେ ଯଦି ପରିବାର ସହ କ୍ୱାଲିଟି ସମୟ ବିତାଇବେ, କିଛି ନୂଆ ଶିଖିବେ, ବୁଲିବାକୁ ଯିବେ, ନିଜ ରୁଚି ଥିବା କାର୍ଯ୍ୟ କରିବେ, ଏକ୍ସରସାଇଜ୍‌ କରିବେ; ତେବେ ମାନସିକ ଶାନ୍ତି ମିଳିବା ସହ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ରହିବା ଯୋଗୁ ହେଉଥିବା ସ୍ବାସ୍ଥ୍ୟ ସମସ୍ୟା ବି ଦୂର ହୋଇପାରିବ।

ମନେରଖନ୍ତୁ
-ବ୍ୟବହାର କରିବା ବେଳେ କମ୍ଫର୍ଟେବଲ୍‌ ପୋଜିସନ୍‌ରେ ବସନ୍ତୁ; ଯେପରି ବେକ, ପିଠି, ଅଣ୍ଟା ସିଧା ରହିବ। ଯଦି ବେକ, ଅଣ୍ଟା, ମେରୁଦଣ୍ଡ ଆଦିରେ ଯନ୍ତ୍ରଣା ଆରମ୍ଭ ହୁଏ, ତେବେ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ନ ରହି କିଛି ସମୟ ପାଇଁ ନିଜ ଜାଗାରୁ ଉଠି ଚଲାବୁଲା କରନ୍ତୁ।
ଯୋଗ କରିବା ଦ୍ୱାରା ମେରୁଦଣ୍ଡରେ ଥିବା ଷ୍ଟିଫ୍‌ନେସ୍‌ କମ୍‌ ହୋଇଥାଏ। ବିଶେଷକରି ଶାଲଭାସନ, ବକ୍ରାସନ, ଅର୍ଦ୍ଧଚକ୍ରାସନ, ଧନୁରାସନ, ଶବାସନ ଇତ୍ୟାଦି ବେଶ୍‌ ଉପକାରୀ। ତେବେ କୌଣସି ଯୋଗ ଟ୍ରେନର, ଫିଜିଓଥେରାପିଷ୍ଟଙ୍କ ପରାମର୍ଶ କ୍ରମେ ଏହାକୁ କରିବା ନିରାପଦ। ବିଭିନ୍ନ ପ୍ରକାରର ନେକ୍‌ ଷ୍ଟ୍ରେଚ୍‌ ଏକ୍ସରସାଇଜ୍‌ କରନ୍ତୁ।
-ଅନେକେ ରାତିରେ ମୁଣ୍ଡ ପାଖରେ ଫୋନ୍‌ ରଖି ରାତିସାରା ଚାର୍ଜ କରିଥା’ନ୍ତି। ହେଲେ ଅଧିକ ସମୟ ଚାର୍ଜ ହେବା ଦ୍ୱାରା ମୋବାଇଲ୍‌ ଗରମ ହୋଇଯାଏ। ଫଳରେ ସେଥିରେ ନିଆଁ ଲାଗିବାର ଆଶଙ୍କା ବୃଦ୍ଧି ପାଇଥାଏ, ଯାହାକି ସଭିଙ୍କ ପାଇଁ ବିପଦପୂର୍ଣ୍ଣ। ତା’ଛଡା ମୋବାଇଲ୍‌ରୁ ବାହାରୁଥିବା ଇଲେକ୍ଟ୍ରୋମ୍ୟାଗ୍ନେଟିକ୍‌ ଓ୍ବେବ୍‌ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ଏବଂ ସମ୍ପୂର୍ଣ୍ଣ ଶରୀରକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ତେଣୁ ରାତିରେ ଫୋନ୍‌ ଚାର୍ଜ କରୁଥିଲେ ଶୋଇବା ପୂର୍ବରୁ ସ୍ବିଚ୍‌ ବନ୍ଦ କରିଦିଅନ୍ତୁ ଏବଂ ଫୋନ୍‌କୁ ନିଜ ପାଖରୁ ଅତିକମ୍‌ରେ ଏକ ମିଟରରୁ ଦୂରରେ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?