Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌: ଅଧିକ ସନ୍ତାନ ଜନ୍ମ କର, ମିଳିବ ପ୍ରୋତ୍ସାହନ

ଗ୍ୟାଙ୍ଗଟକ୍‌,୧୭।୧: ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଅଧିକ ସନ୍ତାନ ଜନ୍ମ କରିବାକୁ ଅପିଲ କରିଛନ୍ତି। ଦକ୍ଷିଣ ସିକ୍କିମର ଜୋରଥାଙ୍ଗ ସହରରେ ମାଘ ସଂକ୍ରାନ୍ତି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, ସିକ୍କିମରେ ନିକଟ ବର୍ଷରେ ଜନ୍ମହାର କମିବାରେ ଲାଗିଛି। ଫଳରେ ସ୍ଥାନୀୟ ଜନ ସମୁଦାୟର ଜନସଂଖ୍ୟା ହ୍ରାସ ପାଉଛି। ତେଣୁ ପ୍ରଜନନ ହାର ବୃଦ୍ଧି ପାଇଁ ଅଧିକ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି।
ତମାଙ୍ଗ କହିଛନ୍ତି, ଆମେ ସ୍ଥାନୀୟ ମହିଳାଙ୍କୁ ଅଧିକ ସନ୍ତାନ ପ୍ରସବ କରିବାକୁ ପ୍ରୋତ୍ସାହିତ କରି ହ୍ରାସ ପାଉଥିବା ପ୍ରଜନନ ହାରକୁ ରୋକିବା ଆବଶ୍ୟକ। ଆମ ସରକାର ପ୍ରଥମ ଦଫାରେ ମହିଳାମାନଙ୍କୁ ୩୬୫ ଦିନ ମାତୃତ୍ୱ ଛୁଟି ଏବଂ ପୁରୁଷ କର୍ମଚାରୀମାନଙ୍କୁ ୩୦ ଦିନ ପୈତୃକ ଛୁଟି ପ୍ରଦାନ କରାଯାଇଛି। ଏହା ଦ୍ୱାରା ସେମାନେ ସନ୍ତାନ ପ୍ରାପ୍ତି ପାଇଁ ଉତ୍ସାହିତ ହୋଇପାରିବେ।
ଏହା ବ୍ୟତୀତ ଦ୍ୱିତୀୟ ଶିଶୁଙ୍କ ପାଇଁ ଗୋଟିଏ ବୃଦ୍ଧି ଏବଂ ତୃତୀୟ ଶିଶୁଙ୍କ ପାଇଁ ମହିଳା କର୍ମଚାରୀଙ୍କ ରାଜ୍ୟ ସରକାର ମହିଳା କର୍ମଚାରୀଙ୍କୁ ଦ୍ୱିତୀୟ ସନ୍ତାନ ଜନ୍ମ ପାଇଁ ଗୋଟିଏ ବେତନ ବୃଦ୍ଧି ଏବଂ ତୃତୀୟ ସନ୍ତାନ ଜନ୍ମ ପାଇଁ ଦୁଇଟି ବେତନ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି। ସାଧାରଣ ଲୋକ ମଧ୍ୟ ଏକାଧିକ ସନ୍ତାନ ଜନ୍ମ ପାଇଁ ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ହେବେ, ଯାହାର ସବିଶେଷ ତଥ୍ୟ ସ୍ବାସ୍ଥ୍ୟ ଏବଂ ମହିଳା ଏବଂ ଶିଶୁ ଯତ୍ନ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯିବ।
ତମାଙ୍ଗ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ସରକାର ସିକ୍କିମର ଡାକ୍ତରଖାନାଗୁଡ଼ିକରେ ‘ଆଇଭିଏଫ’ (ଭିଟ୍ରୋ ଫର୍ଟିଲାଇଜେସନ) ସୁବିଧା ଆରମ୍ଭ କରିଛନ୍ତି, ଯାହା ଦ୍ୱାରା ମହିଳାମାନେ ସ୍ବାଭାବିକ ଭାବରେ ଗର୍ଭଧାରଣ କରିବାକୁ ଉତ୍ସାହିତ ହୋଇପାରିବେ। ଏହି ପ୍ରକ୍ରିୟା ମାଧ୍ୟମରେ ପିଲାମାନଙ୍କୁ ଜନ୍ମ ଦେଉଥିବା ସମସ୍ତ ମାତାଙ୍କୁ ତିନି ଲକ୍ଷ ଟଙ୍କା ଅନୁଦାନ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri