କାନାଡ଼ାରେ ଶିଖ୍‌

ଭାରତ ଓ କାନାଡ଼ା ସମ୍ପର୍କ ପୁଣି ବିଗିଡ଼ିବାରେ ଲାଗିଲାଣି। ୨୦୨୩ ଜୁନ୍‌ରେ କାନାଡ଼ାର ବ୍ରିଟିଶ କଲମ୍ବିଆସ୍ଥିତ ଏକ ଗୁରୁଦ୍ୱାରାରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ କୁହାଯାଉଥିବା ହରଦୀପ ସିଂ ନିଜ୍ଜାରଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ହତ୍ୟା ପଛରେ ଭାରତର ହାତ ରହିଛି ବୋଲି କାନାଡ଼ା କହିଆସୁଛି। ଦୁଇ ଦିନ ତଳେ ଆଲବର୍ଟାର ଏଡମଣ୍ଟନ୍‌ରୁ କାନାଡ଼ା ପୋଲିସ ୩ ଭାରତୀୟ କରନ୍‌ ବ୍ରାର୍‌, କମଲପ୍ରୀତ୍‌ ସିଂ ଓ କରନ୍‌ପ୍ରୀତ୍‌ ସିଂଙ୍କୁ ଗିରଫ କରିଥିଲା। ଏହାପରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ କହିଛନ୍ତି, ତାଙ୍କ ଦେଶରେ ଆଇନର ଶାସନ ଚାଲିଛି ଓ କାନାଡ଼ା ନାଗରିକଙ୍କ ସୁରକ୍ଷା ଲାଗି ସେ ପ୍ରତିଶ୍ରୁତିବଦ୍ଧ। ଶିଖ୍‌ ସଂସ୍କୃତି ଓ ଐତିହ୍ୟ ନେଇ ଆୟୋଜିତ ଏକ ଉତ୍ସବରେ ଯୋଗଦେବା ଅବସରରେ ଟ୍ରୁଡୋ ଏଭଳି ମନ୍ତବ୍ୟ ଦେଇଛନ୍ତି। ଅନ୍ୟପକ୍ଷରେ ଭାରତ ବିରୋଧରେ କାନାଡ଼ାର ବାରମ୍ବାର ଅଭିଯୋଗକୁ ନେଇ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ଅସନ୍ତୋଷ ବ୍ୟକ୍ତ କରିଛି। ନିଜ୍ଜାରଙ୍କ ହତ୍ୟା ଘଟଣାରେ ଭାରତୀୟ ନାଗରିକଙ୍କ ସମ୍ପୃକ୍ତି ନେଇ କାନାଡ଼ା ପ୍ରମାଣ ଦେଉ ବୋଲି ଭାରତ ଦୃଢ଼ ଦାବି ଉପସ୍ଥାପନ କରିଆସୁଛି।
ଏହା ଜଣାଶୁଣା ଯେ, ପୃଥିବୀର ଅନ୍ୟ ଦେଶ ଅପେକ୍ଷା ଭାରତରୁ ଯାଇଥିବା ଅନେକ ଶିଖ୍‌ କାନାଡ଼ାରେ ବସବାସ କରୁଛନ୍ତି ଓ ତନ୍ମଧ୍ୟରୁ ଅଧିକାଂଶ ସେଠାକାର ନାଗରିକ ପାଲଟିଗଲେଣି। ଜଷ୍ଟିନ୍‌ ଟ୍ରୁଡୋଙ୍କ ପୂର୍ବ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଜଣେ ଶିଖ୍‌ ହରଜିତ୍‌ ସାଜନ ଥିଲେ। ତେଣୁ ଖଲିସ୍ତାନୀ ଆନ୍ଦୋଳନରେ ସାମିଲ ହୋଇ କେତେକ ଶିଖ୍‌ ସଙ୍ଗଠନ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବା ନେଇ ଖବର ପ୍ରକାଶ ପାଉଛି। ଏଭଳି ସ୍ଥଳେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ସେହି ପ୍ରସଙ୍ଗକୁ ଠିକ୍‌ ଭାବେ ପରିଚାଳନା କରିପାରୁ ନ ଥିବାରୁ ବିଷମ ସ୍ଥିତି ଉପୁଜୁଛି। କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡୋ ଯେତେବେଳେ ନିଜ୍ଜାରଙ୍କ ହତ୍ୟା ପଛରେ ଭାରତୀୟଙ୍କ ହାତ ରହିଛି ବୋଲି କହିଥିଲେ, ସେତେବେଳେ ଭାରତ ପ୍ରତିବାଦ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କାନାଡ଼ା ସମେତ ଆମେରିକା, ବ୍ରିଟେନ୍‌, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର ମିଳିତ ଗୋଇନ୍ଦା ସଂସ୍ଥା ‘ଫାଇଭ୍‌ ଆଇଜ୍‌’ରୁ କାନାଡ଼ା ପାଇଥିବା ତଥ୍ୟ ଅନୁଯାୟୀ ନିଜ୍ଜାରଙ୍କ ହତ୍ୟା ପଛରେ ଭାରତର ହାତ ଥିବା ସଂକ୍ରାନ୍ତ ବଳିଷ୍ଠ ପ୍ରମାଣ ବିଷୟ ଉଲ୍ଲେଖ କରିଥିଲା। ଟ୍ରୁଡୋଙ୍କ ଏଭଳି ଅଭିଯୋଗର କିଛି ମାସ ପରେ ଆମେରିକାର ନ୍ୟାୟ ବିଭାଗ ଅନ୍ୟ ଜଣେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଗୁରପତ୍‌ଓ୍ବନ୍ତ ସିଂ ପନ୍ନୁଙ୍କୁ ସେହି ଦେଶ ମାଟିରେ ହତ୍ୟା କରିବା ଲାଗି ଜଣେ ଭାରତୀୟ ନାଗରିକ ଷଡ଼ଯନ୍ତ୍ର କରିଥିବା ବିଷୟ ଦର୍ଶାଇଥିଲା। ଦେଖିବାକୁ ଗଲେ ଭାରତ ତା’ର ସବୁ ଆଭ୍ୟନ୍ତରୀଣ ବିଷୟକୁ ‘ଜାତୀୟ ସୁରକ୍ଷା’ ଆଳରେ ଗୋପନୀୟ ରଖି ଜନସାଧାରଣଙ୍କୁ କୌଣସି ତଥ୍ୟ ଦେଉନାହିଁ। ଏପରିକି ଇଲେକ୍ଟୋରାଲ ବଣ୍ଡ୍‌ ବିଷୟକୁ ସୂଚନା ଅଧିକାର ଆଇନ ବହିଭୂର୍ର୍ତ ରଖାଯିବା ଫଳରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇ କେତେକ ନାଗରିକ ସେହି ତଥ୍ୟ ପାଇପାରିଲେ। ଅପରପକ୍ଷେ ଭାରତ ସରକାର ପ୍ରତ୍ୟେକ କଥାରେ କାନାଡ଼ା ଭଳି ବିଦେଶୀ ସରକାରଙ୍କୁ ତଥ୍ୟ ମାଗୁଥିବା ହେତୁ ସେମାନେ ତଥ୍ୟ ଦେବାକୁ ଅରାଜି ହେଉଥିବା ଯଥାର୍ଥ ମନେହେଉଛି।
ଭାରତ ଅଭିଯୋଗ କରୁଛି ଯେ, କାନାଡ଼ାରେ ଟ୍ରୁଡୋଙ୍କ ରାଜନୈତିକ ଦଳ ଲୋକପ୍ରିୟତା ହରାଇ ବସିଥିବାରୁ ଶିଖ୍‌ମାନଙ୍କ ଭୋଟ ହାତେଇବା ପାଇଁ ସେ ଏଭଳି ଭେଳିକି ଦେଖାଉଛନ୍ତି। ରାଜନୈତିକ ଚଷମାରେ ଦେଖିବାକୁ ଗଲେ ଭାରତର ଶାସକ ଦଳ ମଧ୍ୟ ବିଭିନ୍ନ କୌଶଳ ବ୍ୟବହାର କରି ଭୋଟ ହାତେଇବାର ଉଦ୍ୟମ କରୁଥିବା ଦେଖାଯାଉଛି। ତେଣୁ ଏହା ହେଉଛି ଗଣତନ୍ତ୍ରର ବିଶେଷତା। କାନାଡ଼ାର ଟ୍ରୁଡୋଙ୍କ ଦଳ ଯଦି ଶିଖ୍‌ ଭୋଟ ଟାଣିବାକୁ ଚେଷ୍ଟା କରୁଛି ତେବେ ତାହା କୌଣସି ମତେ ଖୁଣି ହେବ ନାହିଁ।

ଭାରତ ଅଭିଯୋଗ କରୁଛି ଯେ, କାନାଡ଼ାରେ ଟ୍ରୁଡୋଙ୍କ ରାଜନୈତିକ ଦଳ ଲୋକପ୍ରିୟତା ହରାଇ ବସିଥିବାରୁ ଶିଖ୍‌ମାନଙ୍କ ଭୋଟ ହାତେଇବା ପାଇଁ ସେ ଏଭଳି ଭେଳିକି ଦେଖାଉଛନ୍ତି। ରାଜନୈତିକ ଚଷମାରେ ଦେଖିବାକୁ ଗଲେ ଭାରତର ଶାସକ ଦଳ ମଧ୍ୟ ବିଭିନ୍ନ କୌଶଳ ବ୍ୟବହାର କରି ଭୋଟ ହାତେଇବାର ଉଦ୍ୟମ କରୁଥିବା ଦେଖାଯାଉଛି। ତେଣୁ ଏହା ହେଉଛି ଗଣତନ୍ତ୍ରର ବିଶେଷତା। କାନାଡ଼ାର ଟ୍ରୁଡୋଙ୍କ ଦଳ ଯଦି ଶିଖ୍‌ ଭୋଟ ଟାଣିବାକୁ ଚେଷ୍ଟା କରୁଛି ତେବେ ତାହା କୌଣସି ମତେ ଖୁଣି ହେବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?