୪ ଆସନରେ ନାମାଙ୍କନ ଭରି ଚର୍ଚ୍ଚାରେ ଜ୍ଞାନେନ୍ଦ୍ର

ସମ୍ବଲପୁର,୭।୫(ଭବାନୀ ଶଙ୍କର ଭୋଇ):ଚଳିତ ସାଧାରଣ ନିର୍ବାଚନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରାର୍ଥୀମାନେ ଚର୍ଚ୍ଚାର ପରିସରକୁ ଆସୁଛନ୍ତି । ଏମିତି ଜଣେ ସ୍ବାଧୀନ ପ୍ରାର୍ଥୀ ହେଲେ ଜ୍ଞାନେନ୍ଦ୍ର ବେହେରା, ଯିଏ ଦୁଇଟି ଲୋକ ସଭା ଏବଂ ଦୁଇଟି ବିଧାନସଭା ଆସନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନେତାମାନେ ଗୋଟିଏ ବିଧାନସଭା କିମ୍ବା ଲୋକ ସଭାରେ ପ୍ରାର୍ଥୀ ହୋଇ ପ୍ରଚାର ପାଇଁ ନାକେଦମ ହେଉଥିବା ବେଳେ ଜ୍ଞାନେନ୍ଦ୍ର ବରଗଡ଼ ଏବଂ ସମ୍ବଲପୁର ଲୋକ ସଭା ସହ ଝାରସୁଗୁଡ଼ା ଏବଂ ସମ୍ବଲପୁର ବିଧାନସଭା କ୍ଷେତ୍ରରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୋମବାର ଜ୍ଞାନେନ୍ଦ୍ର ଏକ ରିକ୍ସାରେ ଏକ ମୃତ ରୋଗୀର ପୁତ୍ତଳିକାକୁ ବୋହି ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସାଥିରେ ଥିବା ତାଙ୍କର ସମର୍ଥକ ବିଭିନ୍ନ ପ୍ରସଙ୍ଗରେ ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ପ୍ରଦର୍ଶନ କରିଥିଲେ। ବୁର୍ଲା ଡାକ୍ତରଖାନାର ପ୍ରକୃତ ଅବସ୍ଥା ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ତାଙ୍କର ଏହା ଅଭିନବ ପ୍ରୟାସ ବୋଲି ସେ କହିଥିଲେ। ନାମାଙ୍କନପତ୍ର କାଏମ ରହିଲେ ଚାରୋଟିଯାକ ଅଞ୍ଚଳରେ କିଭଳି ପ୍ରଚାର କରିବେ, ସେ ନେଇ ପଚାରିବାରୁ ଜ୍ଞାନେନ୍ଦ୍ର କହିଛନ୍ତି, ଅଧିକ ପୋଷ୍ଟର ବ୍ୟାନର ଲଗାଇ ଗାଡ଼ି ବୁଲାଇ ପ୍ରଚାର ପାଇଁ ମୋ ପାଖରେ ଅର୍ଥ ନାହିଁ। ତେବେ ନିଜେ ଦୁଇଟିଯାକ ଲୋକ ସଭାର ବିଭିନ୍ନ ଅଞ୍ଚଳ ବୁଲି ସ୍ଥାନୀୟ ସମସ୍ୟା ବିଷୟରେ ଲୋକଙ୍କୁ ସଚେତନ କରି ଭୋଟ ଭିକ୍ଷା କରିବେ ବୋଲି କହିଛନ୍ତି।
ଯେ, ଜ୍ଞାନେନ୍ଦ୍ର ବେହେରା ପୂର୍ବରୁ ମଧ୍ୟ ଝାରସୁଗୁଡା ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସମାଜିକକର୍ମୀ ଭାବେ ପରିଚିତ ଜ୍ଞାନେନ୍ଦ୍ରଙ୍କର ଝାରସୁଗୁଡାରେ ନିଜସ୍ବ ବ୍ୟବସାୟ ରହିଛି। ସେ ଦୀର୍ଘବର୍ଷ ହେବ ଶିଳ୍ପାଞ୍ଚଳରେ ସ୍ଥାନୀୟ ନିଯୁକ୍ତି ଏବଂ କଳକାରଖାନାର ଦୌରାତ୍ମ୍ୟକୁ ନେଇ ଲଢେଇ କରି ଆସୁଛନ୍ତି। ସମ୍ବଲପୁରୀ ସ୍ବାଭିମାନକୁ ନେଇ ସେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା କହିଛନ୍ତି। ସାମାଜିକ ସମ୍ପର୍କକୁ ଆଧାର କରି ସେ ନିର୍ବାଚନୀ ମଇଦାନରେ ଜନସାଧାରଣଙ୍କ ଭୋଟ ପାଇବା ନେଇ ଆଶାବାଦୀ ରହିଥିବା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

ଅଭିଜିତ ଦୀପକେ, ସୌରଭ ଦାସଙ୍କ ସମେତ ୩ ଜଣଙ୍କୁ ହାଇକୋର୍ଟ ଦେଲେ ଅଲ୍‌ଟିମେଟମ୍‌: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀ ହାଇକୋର୍ଟ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଦଳର ଅନ୍ୟ ତିନି ନେତା ଆଶୁତୋଷ ରାଙ୍କା, ରତ୍ନା ସିଂହ ଓ ସୌରଭ…

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

ଅଭ୍ୟାସ ବେଳେ ହଠାତ୍‌ କାହିଁକି ରାଗିଗଲେ କୋହଲି? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୨୬।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୨୭ ତାରିଖରେ ତିରୁଭାନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଗୁରୁବାରଠାରୁ…

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର କୃଷି-ବନୀକରଣ ୭୦% ହ୍ରାସ ଘଟିପାରେ

ନୂଆଦିଲ୍ଲୀ, ୨୬ା୯: କ୍ରମାଗତ ଜଳବାୟୁ ଉଷ୍ମତା ଯୋଗୁ ୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର ଛୋଟ ଛୋଟ କୃଷି-ବନୀକରଣ ଅଞ୍ଚଳରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଦେଇପାରେ ଏବଂ ବଡ଼…

୩୦ରେ ହେବ ଓଏସ୍‌ଏସ୍‌ଟିଇଟି

କଟକ,୨୬ା୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-୨୦୨୬ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୩୦ରେ…

ସ୍ପଷ୍ଟୀକରଣ ମାଗିଲେ ଏନ୍‌ଡିଏର ୩ ସହଯୋଗୀ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ଚାଲିଆସିଛି। ନିକଟରେ ନିର୍ବାଚନ କମିଶନ (ଇସି)ର ଦୁଇ ସଦସ୍ୟଙ୍କ ସମ୍ମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?