Posted inଫୁରସତ

ଶ୍ରବଣବାଧିତଙ୍କ ପାଇଁ ସାଙ୍କେତିକ ଭାଷା

ଚିକିତ୍ସା ବିଜ୍ଞାନ ଅନୁସାରେ ଶୁଣି ଅନୁକରଣ କରିବା ପ୍ରତିଟି ପ୍ରାଣୀର ସହଜାତ ପ୍ରବୃତ୍ତି। ମାତ୍ର ଶ୍ରବଣ ସମସ୍ୟା ରହିଲେ ଅନୁକରଣ କରିବା ସମ୍ଭବ ହୋଇ ନ ଥାଏ। ଶ୍ରବଣ ସମସ୍ୟା ଯୋଗୁ ବାକ୍‌ କ୍ଷମତା ହରାଇଥିବା ଶିଶୁ ବଡ଼ ହୋଇ କିଭଳି ସହଜରେ ନିଜ ଜୀବନ ଜିଇଁପାରିବ ସେ ନେଇ ବିଭିନ୍ନ ସାଙ୍କେତିକ ଭାଷା ମାଧ୍ୟମରେ ତା’ର ବୋଧଗମ୍ୟତାର ବିକାଶ କରାଯାଇଥାଏ।
ପୃଥିବୀରେ ଏଭଳି ଲୋକଙ୍କ ସଂଖ୍ୟା ୭୦ ନିୟୁତରୁ ଅଧିକ। ୱାଲର୍‌ଡ ଫେଡେରେଶନ ଅଫ୍‌ ଡିଫ୍‌ (ଡବ୍ଲ୍ୟୁଏଫ୍‌ଡି) ଅନୁସାରେ ଅନ୍ୟର ଭାବନାକୁ ବୁଝିବା ପାଇଁ ସେମାନେ ୩୦୦ରୁ ଅଧିକ ସାଙ୍କେତିକ ଭାଷାର ବ୍ୟବହାର କରିଥାନ୍ତି।
ଏଭଳି ଲୋକଙ୍କ ମାନବିକ ଅଧିକାରକୁ ସୁରକ୍ଷିତ କରିବା ଲାଗି ଅନ୍ତର୍ଜାତୀୟସ୍ତରରେ ପ୍ରୟାସ କରାଯାଇଥିଲା। ଶ୍ରବଣବାଧିତଙ୍କ ଭାଷା ପରିଚୟକୁ ପ୍ରୋତ୍ସାହିତ କରିବା ପାଇଁ ୧୯୫୧ ସେପ୍ଟେମ୍ବର ୨୩ରେ ଡବ୍ଲ୍ୟୁଏଫ୍‌ଡି ଗଠନ ହୋଇଥିଲା। ଏଥିରେ ୧୩୫ଟି ଜାତୀୟ ସଂଗଠନକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଶ୍ରବଣବାଧିତଙ୍କ ଲାଗି ଅନ୍ତର୍ଜାତୀୟ ସପ୍ତାହ ପ୍ରଥମେ ୧୯୫୮ ସେପ୍ଟେମ୍ବରରେ ପାଳନ କରାଯାଇଥିଲାା ପରେ ୨୦୧୭ ଡିସେମ୍ବର ୧୯ରେ ଜାତିସଂଘର ସାଧାରଣ ସଭାରେ ୯୭ ଜଣ ସଦସ୍ୟ ରାଷ୍ଟ୍ର ଡବ୍ଲ୍ୟୁଏଫ୍‌ଡି ଗଠନ ସ୍ମୃତିରେ ୨୩ ସେପ୍ଟେମ୍ବରକୁ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ଭାବରେ ପାଳନ କରିବାକୁ ସହମତି ପ୍ରକାଶ କରିଥିଲେ। ୨୦୧୮ ସେପ୍ଟେମ୍ବର ୨୩ରେ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ପ୍ରଥମେ ପାଳନ କରାଯାଇଥିଲା। ଏହି ଅବସରରେ ଶ୍ରବଣବାଧିତଙ୍କ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ ନେଇ ସଚେତନତା ଉପରେ ଗୁରୁତ୍ୱାରୋପ ଦିଆଯାଇଥାଏ। ସେହିପରି ଭାଷାଭିତ୍ତିକ ଏବଂ ସାଂସ୍କୃତିକ ବିବିଧତାର ଏକ ଅଂଶ ଭାବରେ ସଙ୍କେତ ଭାଷାଗୁଡ଼ିକୁ ସଂରକ୍ଷଣ ନେଇ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?