Posted inଫୁରସତ

ଶ୍ରବଣବାଧିତଙ୍କ ପାଇଁ ସାଙ୍କେତିକ ଭାଷା

ଚିକିତ୍ସା ବିଜ୍ଞାନ ଅନୁସାରେ ଶୁଣି ଅନୁକରଣ କରିବା ପ୍ରତିଟି ପ୍ରାଣୀର ସହଜାତ ପ୍ରବୃତ୍ତି। ମାତ୍ର ଶ୍ରବଣ ସମସ୍ୟା ରହିଲେ ଅନୁକରଣ କରିବା ସମ୍ଭବ ହୋଇ ନ ଥାଏ। ଶ୍ରବଣ ସମସ୍ୟା ଯୋଗୁ ବାକ୍‌ କ୍ଷମତା ହରାଇଥିବା ଶିଶୁ ବଡ଼ ହୋଇ କିଭଳି ସହଜରେ ନିଜ ଜୀବନ ଜିଇଁପାରିବ ସେ ନେଇ ବିଭିନ୍ନ ସାଙ୍କେତିକ ଭାଷା ମାଧ୍ୟମରେ ତା’ର ବୋଧଗମ୍ୟତାର ବିକାଶ କରାଯାଇଥାଏ।
ପୃଥିବୀରେ ଏଭଳି ଲୋକଙ୍କ ସଂଖ୍ୟା ୭୦ ନିୟୁତରୁ ଅଧିକ। ୱାଲର୍‌ଡ ଫେଡେରେଶନ ଅଫ୍‌ ଡିଫ୍‌ (ଡବ୍ଲ୍ୟୁଏଫ୍‌ଡି) ଅନୁସାରେ ଅନ୍ୟର ଭାବନାକୁ ବୁଝିବା ପାଇଁ ସେମାନେ ୩୦୦ରୁ ଅଧିକ ସାଙ୍କେତିକ ଭାଷାର ବ୍ୟବହାର କରିଥାନ୍ତି।
ଏଭଳି ଲୋକଙ୍କ ମାନବିକ ଅଧିକାରକୁ ସୁରକ୍ଷିତ କରିବା ଲାଗି ଅନ୍ତର୍ଜାତୀୟସ୍ତରରେ ପ୍ରୟାସ କରାଯାଇଥିଲା। ଶ୍ରବଣବାଧିତଙ୍କ ଭାଷା ପରିଚୟକୁ ପ୍ରୋତ୍ସାହିତ କରିବା ପାଇଁ ୧୯୫୧ ସେପ୍ଟେମ୍ବର ୨୩ରେ ଡବ୍ଲ୍ୟୁଏଫ୍‌ଡି ଗଠନ ହୋଇଥିଲା। ଏଥିରେ ୧୩୫ଟି ଜାତୀୟ ସଂଗଠନକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଶ୍ରବଣବାଧିତଙ୍କ ଲାଗି ଅନ୍ତର୍ଜାତୀୟ ସପ୍ତାହ ପ୍ରଥମେ ୧୯୫୮ ସେପ୍ଟେମ୍ବରରେ ପାଳନ କରାଯାଇଥିଲାା ପରେ ୨୦୧୭ ଡିସେମ୍ବର ୧୯ରେ ଜାତିସଂଘର ସାଧାରଣ ସଭାରେ ୯୭ ଜଣ ସଦସ୍ୟ ରାଷ୍ଟ୍ର ଡବ୍ଲ୍ୟୁଏଫ୍‌ଡି ଗଠନ ସ୍ମୃତିରେ ୨୩ ସେପ୍ଟେମ୍ବରକୁ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ଭାବରେ ପାଳନ କରିବାକୁ ସହମତି ପ୍ରକାଶ କରିଥିଲେ। ୨୦୧୮ ସେପ୍ଟେମ୍ବର ୨୩ରେ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ପ୍ରଥମେ ପାଳନ କରାଯାଇଥିଲା। ଏହି ଅବସରରେ ଶ୍ରବଣବାଧିତଙ୍କ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ ନେଇ ସଚେତନତା ଉପରେ ଗୁରୁତ୍ୱାରୋପ ଦିଆଯାଇଥାଏ। ସେହିପରି ଭାଷାଭିତ୍ତିକ ଏବଂ ସାଂସ୍କୃତିକ ବିବିଧତାର ଏକ ଅଂଶ ଭାବରେ ସଙ୍କେତ ଭାଷାଗୁଡ଼ିକୁ ସଂରକ୍ଷଣ ନେଇ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri