Posted inଜାତୀୟ

ସିଦ୍ଦାରାମାୟା କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୯ା୫: କର୍ନାଟକ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ୫ ଦିନ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଚଳାବସ୍ଥା ଦୂର ହୋଇଛି। ବରିଷ୍ଠ କଂଗ୍ରେସ ନେତା ସିଦ୍ଦାରାମାୟା ମୁଖ୍ୟମନ୍ତ୍ରୀ ଏବଂ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଡି.କେ. ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବେ। ବେଙ୍ଗାଲୁରୁରେ ଉଭୟେ ଶନିବାର ଅପରାହ୍ଣ ୧୨ଟା ୩୦ରେ ଶପଥ ନେବେ ବୋଲି ଗୁରୁବାର କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟପାଳ ଥାଓ୍ବରଚନ୍ଦ ଗେହଲଟଙ୍କୁ ଏହି ବିଷୟ ଜଣାଇବା ପାଇଁ କଂଗ୍ରେସ ବିଧାୟକ ଜି. ପରମେଶ୍ୱରଙ୍କୁ ଦଳୀୟ ପ୍ରତିନିଧି ଭାବେ ପଠାଯାଇଥିଲା। ଇତିମଧ୍ୟରେ ସିଦ୍ଦାରାମାୟା ସରକାର ଗଠନ ଲାଗି ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଛନ୍ତି।
କର୍ନାଟକ ବିଧାନସଭାର ୨୨୪ ଆସନ ପାଇଁ ଗତ ୧୦ ତାରିଖରେ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ ୧୩୫ ଆସନ ଦଖଲ କରି ଅଭୂତପୂର୍ବ ସଫଳତା ପାଇଛି। ୧୩ରେ ଫଳାଫଳ ଆସିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ହିସାବ ଛିଣ୍ଡି ନ ଥିଲା। ୭୫ ବର୍ଷୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏବଂ ଏହି ବିଜୟର ସଫଳ ବିନ୍ଧାଣି କୁହାଯାଉଥିବା ୬୧ ବର୍ଷୀୟ ଶିବକୁମାର ମୁଖ୍ୟମନ୍ତ୍ରୀ ହେବା ପାଇଁ ଅଡ଼ିବସିଥିଲେ। ଫଳରେ ଦଳୀୟ ହାଇକମାଣ୍ଡଙ୍କୁ ନିଷ୍ପତ୍ତି ନେବାରେ ବିଳମ୍ବ ହେଲା। ଦିଲ୍ଲୀରେ ଅନେକ ପର୍ଯ୍ୟାୟ ଆଲୋଚନା ଓ ବିଚାରବିମର୍ଶ ପରେ ଶେଷରେ କେନ୍ଦ୍ରୀୟ ନେତୃତ୍ୱ ଓଲର୍‌ଡ ହର୍ସ ସିଦ୍ଦାରାମାୟାଙ୍କ ଉପରେ ଅଧିକ ଭରସା କରିଛନ୍ତି। ଶିବକୁମାର ସିଦ୍ଦାରାମାୟାଙ୍କ ଡେପୁଟି ହେବେ ବୋଲି କଂଗ୍ରେସ ମୁଖ୍ୟାଳୟରେ ସାଧାରଣ ସମ୍ପାଦକ (ସଙ୍ଗଠନ) କେ.ସି. ବେଣୁଗୋପାଳ ଘୋଷଣା କରିଛନ୍ତି। ଶିବକୁମାର ଜଣେ ମାତ୍ର ଉପମୁଖ୍ୟମନ୍ତ୍ରୀ ହେବେ।ଏଥିସହ ୨୦୨୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ପିସିସି ସଭାପତି ପଦରେ ରହିବେ।
ଏହି ଘୋଷଣା ପରେ କର୍ନାଟକର ଭବିଷ୍ୟତ ଓ ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ଦୁଇ ନେତା ମିଳିମିଶି କାର୍ଯ୍ୟ କରିବେ ବୋଲି ଶିବକୁମାର ଟୁଇଟ୍‌ କରିଛନ୍ତି। ସେହିପରି କନ୍ନାଡିଗାମାନଙ୍କ ସ୍ବାର୍ଥରକ୍ଷା ଲାଗି କଂଗ୍ରେସ ଦଳ ଏକ ପରିବାର ଭାବେ କାମ କରିବ ବୋଲି ସିଦ୍ଦାରାମାୟା କହିଛନ୍ତି। ସିଦ୍ଦାରାମାୟା ଓ ଶିବକୁମାର ଗୁରୁବାର ସକାଳେ ବେଣୁଗୋପାଳଙ୍କୁ ଭେଟିଥିଲେ। ଶୀର୍ଷ ପଦବୀ ପାଇଁ ଦୁଇନେତାଙ୍କ ମଧ୍ୟରେ ଟଣାଓଟରା ଆରମ୍ଭ ହେବା ପରେ ଏହା ଥିଲା ଉଭୟଙ୍କ ପ୍ରଥମ ସାକ୍ଷାତ। ସେଠାରୁ ଦୁହେଁ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେଙ୍କୁ ଭେଟିବାକୁ ଯାଇଥିଲେ। ଏହା ପୂର୍ବରୁ ଖାର୍ଗେ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶିବକୁମାରଙ୍କୁ ଦୁଇଟି ଅଫର କରିଥିଲେ। ତାହା ହେଲା ଉଭୟେ ପାଳିକରି ମୁଖ୍ୟମନ୍ତ୍ରୀ ହେବେ ଏବଂ ଶିବକୁମାର ପ୍ରଥମେ ଉପମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବା ସହ ପିସିସି ସଭାପତି ପଦ ନିଜ ପାଖରେ ରଖିବେ। ଏହି ଦୁଇ ପ୍ରସ୍ତାବକୁ ସେ ଗ୍ରହଣ କରିବାକୁ ମନା କରିଦେଇଥିଲେ। ସିଦ୍ଦାରାମାୟା ମଧ୍ୟ ଏଥିରେ ରାଜି ହୋଇ ନ ଥିଲେ। ଶେଷରେ କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କ ହସ୍ତକ୍ଷେପ ପରେ ଶିବକୁମାର ନଂ.୨ ପୋଜିଶନରେ ରହିବା ପାଇଁ ରାଜି ହୋଇଛନ୍ତି। ସେ ପୂର୍ବବତ୍‌ ପିସିସି ସଭାପତି ପଦରେ ରହିଥିବେ। ଦଳୀୟ ସ୍ବାର୍ଥ ପାଇଁ ସେ ତ୍ୟାଗ କରିବାକୁ ସହମତି ପ୍ରକାଶ କରିଥିବା କୁହାଯାଉଛି। କଂଗ୍ରେସ ଏମ୍‌ପି ତଥା ଶିବକୁମାରଙ୍କ ଭାଇ ଡି.କେ. ସୁରେଶ କହିଛନ୍ତି, ଏହି ନିଷ୍ପତ୍ତିକୁ ନେଇ ଆମେ ଖୁସି ନୋହୁଁ। ଭାଇ ଶିବକୁମାର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ।
ସିଦ୍ଦାରାମାୟା ଓ ଶିବକୁମାରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ଲାଗି କ୍ଷମତା ଭାଗବଣ୍ଟା ଉପରେ କୌଣସି ନିଷ୍ପତ୍ତି ନିଆଯାଇଥିବା ନେଇ କିଛି ସ୍ପଷ୍ଟ ହୋଇନାହିଁ। ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଉପରେ ଏହା ନିର୍ଭର କରେ ବୋଲି କୁହାଯାଉଛି। ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ଭୋକାଲିଙ୍ଗା ସମ୍ପ୍ରଦାୟ ଶିବକୁମାରଙ୍କୁ ସମର୍ଥନ କରୁଥିବାବେଳେ ସିଦ୍ଦାରାମାୟାଙ୍କ ସପକ୍ଷରେ କଂଗ୍ରେସକୁ ଭୋଟ ଦେଇଥିବା ଅହିନ୍ଦ ମଞ୍ଚ ( ସଂଖ୍ୟାଲଘୁ, ଅନ୍ୟ ପଛୁଆ ବର୍ଗ ଏବଂ ଦଳିତଙ୍କ ଏକ ପୁରୁଣା ସାମାଜିକ ସମୀକରଣ) ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟଙ୍କୁ ସପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୪: ସୋମବାର (ଏପ୍ରିଲ ୨୯, ୨୦୨୪) ସୁପ୍ରିମକୋର୍ଟ ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କୁ ଆଶ୍ୱସ୍ତି ପ୍ରଦାନ କରଛନ୍ତି। କୋର୍ଟ କହିଛନ୍ତି...

ମୁଁ କଂଗ୍ରେସର ଉଦ୍ଦେଶ୍ୟ ପୂରଣ ହେବାକୁ ଦେବି ନାହିଁ: କର୍ନାଟକରେ ଗର୍ଜିଲେ ମୋଦି

ବେଙ୍ଗାଲୁରୁ,୨୯।୪: ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କର୍ନାଟକରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୯।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନରୁ ଭାଜପା ପ୍ରାର୍ଥୀ ଭାବରେ ପୁନଃ ମନୋନୀତ ହୋଇଛନ୍ତି। ସୋମବାର ସେ ଏଠାରୁ ପ୍ରାର୍ଥିପତ୍ର ଦାଖଲ...

ଫସିଗଲେ କହ୍ନେୟା କୁମାର, ଉଦିତ ରାଜ

ନୂଆଦିଲ୍ଲୀ,୨୯।୪: କହ୍ନେୟା କୁମାର ଏବଂ ଉଦିତ ରାଜଙ୍କୁ ଲୋକ ସଭା ପ୍ରାର୍ଥୀ କରାଯିବା ପରେ ଦିଲ୍ଲୀ କଂଗ୍ରେସରେ ଯେଉଁ ଆଲୋଡ଼ନ ସୃଷ୍ଟି ହୋଇଛି, ତାହା ଏପର୍ଯ୍ୟନ୍ତ...

କଂଗ୍ରେସକୁ ବଡ ଝଟ୍‌କା, ନାମାଙ୍କନ ଫେରାଇ ନେଲେ ପ୍ରାର୍ଥୀ

ଇନ୍ଦୋର,୨୯।୪: ଲୋକ ସଭା ନିର୍ବାଚନ ପୂର୍ବରୁ ଇନ୍ଦୋରରେ କଂଗ୍ରେସକୁ ବଡ ଝଟ୍‌କା ଲାଗିଛି। କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ବାମ ଆଜି ଦଳକୁ ଚକିତ କରି...

ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟ୍‌କା

ନୂଆଦିଲ୍ଲୀ,୨୯।୪: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ସନ୍ଦେଶଖାଲି ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ କୌଣସି ଆଶ୍ୱସ୍ତି ପାଇନାହାଁନ୍ତି। ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ସନ୍ଦେଶଖାଲି...

ଜମ୍ମୁ-କଶ୍ମୀରରେ ତୁଷାରପାତ

ଶ୍ରୀନଗର,୨୯ା୪: ଏପ୍ରିଲର ଶେଷ ଦିନରେ ଜମ୍ମୁ-କଶ୍ମୀରରେ ପାଣିପାଗ ଧାରା ବଦଳିଛି। ଗୁରେଜ, ମଛିଲ, ରାଜଦାନ ସମେତ ରାଜ୍ୟର ଅନେକ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହୋଇଛି। ଏଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri