ଅପରପକ୍ଷେ ଏହି ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ମଲାସପଦର ନିକଟରେ ଥିବା ଭଞ୍ଜନଗର ଆଦର୍ଶ ବିଦ୍ୟାଳୟ ମୁଖ୍ୟ ଫାଟକୁ ହାତୀପଲ ବୁଧବାର ରାତିରେ ଭାଙ୍ଗି ଦେଇଛନ୍ତି। ବର୍ତ୍ତମାନ ଜମିରେ ଫସଲ ନାହିଁ। ତେଣୁ ହାତୀପଲ ଗ୍ରାମ ଅଭିମୁଖେ ଆସି ବିଭିନ୍ନ ପ୍ରକାର ଫସଲ କ୍ଷତି କରୁଛନ୍ତି। ଯାହାକୁ ନେଇ ଲୋକେ ଚିନ୍ତାରେ ଅଛନ୍ତି। ଅନ୍ୟ ପଟେ ବିଭାଗୀୟ କର୍ମଚାରୀ ମାନେ ମଧ୍ୟ ବନ୍ୟପ୍ରାଣୀ ଏବଂ ସାଧାରଣ ଜନତା ଉଭୟ କିଭଳି ସୁରକ୍ଷିତ ରହିପାରିବେ ସେନେଇ ପଦକ୍ଷେପ ନିଆଯାଇଛି।

