ଅନୁଭବଙ୍କ ନାଁରେ ଥାନାରେ ବର୍ଷାଙ୍କ ଅଭିଯୋଗ

କଟକ ଅଫିସ,୨୩ା୫: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ରବିବାର ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି। ଅନୁଭବ ୟୁଟ୍ୟୁବ୍‌ରେ ଛାଡ଼ିଥିବା ୨ଟି ଭିଡିଓରେ ସେ ବର୍ଷାଙ୍କ ସମ୍ମାନହାନି କଲା ଭଳି ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି। ବର୍ଷା-ଅନୁଭବଙ୍କ ବିବାଦକୁ ନେଇ କଟକ ନିମ୍ନ ଅଦାଲତରେ ୨ଟି ମାମଲା ବିଚାରାଧୀନ ରହିଛି। କଟକ ପାରିବାରିକ ଅଦାଲତରେ ଅନୁଭବ ଦାଏର କରିଥିବା ବିବାହ ବିଚ୍ଛେଦ ମାମଲା ଚାଲିଛି। ବର୍ଷାଙ୍କ ପକ୍ଷରୁ ଘରୋଇ ହିଂସା ନେଇ ଏକ ମାମଲା ଏସ୍‌ଡିଜେଏମ୍‌ କୋର୍ଟରେ ବିଚାରାଧୀନ ରହିଛି। ଏହି ସବୁ ମାମଲା କୋର୍ଟରେ ଗଡ଼ି ଚାଲିଥିବାବେଳେ ଅନୁଭବ ଭିଡିଓ କରି ଅରୁଚିକର ମନ୍ତବ୍ୟ ଦେଉଛନ୍ତି। ସୋସିଆଲ ମିଡିଆରେ ଭିଡିଓ ଛାଡ଼ି ଅନୁଭବ ତାଙ୍କ ନାରୀତ୍ୱ ପ୍ରତି ଅପମାନ କରିଛନ୍ତି ଏବଂ ସେମାନଙ୍କ ଶାରୀରିକ ସମ୍ପର୍କକୁ ନେଇ ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି ବର୍ଷା ଏତଲାରେ ଦର୍ଶାଇଛନ୍ତି। ୨୦୨୦ରେ ଅନୁଭବ ଛାଡ଼ପତ୍ର ଦେବାକୁ କହିଥିଲେ। ସେଥିରେ ରାଜି ନ ହେବାରୁ ସେ ନାନା ଧମକ ଦେଇଥିଲେ। ପରବର୍ତ୍ତୀ ସମୟରେ ଏକାଧିକ ସର୍ତ୍ତ ଥିବା ବଣ୍ଡ୍‌ ପେପରରେ ଦସ୍ତଖତ କରିବାକୁ କହିଥିଲେ। ମୁଖ୍ୟତଃ ଫିଲ୍ମଲାଇନ ଛାଡ଼ିବା ଏବଂ ରାଜନୀତିରେ ଯୋଗ ନ ଦେବାକୁ ସର୍ତ୍ତ ରହିଥିଲା। ଏକାଧିକ ଏତଲା ଦେବା ସତ୍ତ୍ୱେ ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଫଳରେ ବଞ୍ଚତ୍ବା କଷ୍ଟକର ହୋଇପଡ଼ିଛି ବୋଲି ବର୍ଷା ଏତଲାରେ ଦର୍ଶାଇଛନ୍ତି।
ସୂଚନାଥାଉ କି, ଗତ ଗୁରୁବାର ଅନୁଭବ ୟୁଟ୍ୟୁବରେ ‘ମନର ଅକୁହା କଥା’ ନାମରେ ପ୍ରଥମ ଭିଡିଓ ପୋଷ୍ଟ୍‌ କରିଛନ୍ତି। ସେଥିରେ ସେ ନ୍ୟାୟକୁ ଅପେକ୍ଷା କରିବାଠାରୁ ଭଲ ମୃତ୍ୟୁକୁ ଆପଣାଇ ନେବା ଏବଂ ଜୀବନ ସାଥୀ ବାଛିବାରେ ଭୁଲ କରିଛନ୍ତି ବୋଲି କହିଛନ୍ତି। ଏହି ଭିଡିଓ ପରେ ଅନୁଭବ ଓ ବର୍ଷା ସମର୍ଥକଙ୍କ ମଧ୍ୟରେ ଅନେକ ମତ ପ୍ରକାଶ ପାଇଛି। ହଠାତ୍‌ ଅନୁଭବ ଭିଡିଓ ୟୁଟ୍ୟୁବ୍‌ରେ ଛାଡ଼ିବା ପଛରେ ବିଳମ୍ବିତ ନ୍ୟାୟ ନୁହେଁ, ବିଜେଡି ରାଜନୀତିରେ ସେ କୋଣଠେସା ହେବା ମୁଖ୍ୟ କାରଣ ବୋଲି କେତେକେ ସମାଲୋଚନା କରିଛନ୍ତି। ଏପରି କି ବର୍ଷା ଉଭୟ ବିଜେଡି ଓ ରାଜ୍ୟ କ୍ଷମତା କେନ୍ଦ୍ରର ନିକଟତର ହେଉଥିବା ଚର୍ଚ୍ଚା ହେଉଛି। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ଦେଖିବାକୁ ମିଳୁଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ବର୍ଷା ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ଗତ ମଙ୍ଗଳବାର ମା’ ତାରାତାରିଣୀଙ୍କ ପୀଠରେ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ପୁରୋଧା ଭାବେ ଯୋଗଦେଇଥିବାବେଳେ ବର୍ଷାଙ୍କୁ ସେଠାରେ ମଧ୍ୟ ଦେଖିବାକୁ ମିଳଥିଲା। ବିଜେଡିରେ ବର୍ଷାଙ୍କ ପ୍ରଭାବ ବଢ଼ୁଥିବାରୁ ତାହା ଅନୁଭବଙ୍କୁ ବିଚଳିତ କରୁଥିବା ସମାଲୋଚକମାନେ କହୁଛନ୍ତି। ସେହିପରି ଚଳଚ୍ଚିତ୍ର ଜଗତକୁ ଫେରିଆସି ପୁଣି ଥରେ ସକ୍ରିୟ ରହିବାକୁ ଅନୁଭବଙ୍କୁ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ନିବେଦନ କରୁଛନ୍ତି। ଏଭଳିସ୍ଥଳେ ପ୍ରଥମ ୟୁଟ୍ୟୁବ୍‌ ଭିଡିଓ ପରେ ବର୍ଷାଙ୍କ ପଛରେ ତାଙ୍କ ସମର୍ଥକମାନେ ମଧ୍ୟ ଠିଆ ହୋଇ ଅନୁଭବଙ୍କୁ ନାନା ପ୍ରକାର ସମାଲୋଚନା କରୁଛନ୍ତି। ତେବେ ଗଣମାଧ୍ୟମରେ ପ୍ରକାଶିତ ଖବର ଏବଂ ସମାଲୋଚକଙ୍କ ବିଭିନ୍ନ କଥାକୁ ଦୃଷ୍ଟିରେ ରଖି ଅନୁଭବ ଶନିବାର ‘ଅନ୍‌ଟୋଲ୍ଡ ଟ୍ରୁଥ୍‌’ ନାମରେ ଆଉ ଏକ ଭିଡିଓ ପୋଷ୍ଟ୍‌ କରିଛନ୍ତି। ସେଥିରେ ଗଣମାଧ୍ୟମ ତାଙ୍କ କଥାକୁ ବିଶ୍ୱାସକୁ ନ ନେଇ ବର୍ଷାଙ୍କ କଥାକୁ ଏକପାଖିଆ ପରିବେଷଣ କରୁଛନ୍ତି। ଏପରି କି କେତେକ ମନଗଢ଼ା କଥା ତାଙ୍କ ବିରୋଧରେ କୁହାଯାଉଛି ବୋଲି ଅନୁଭବ କ୍ଷୋଭ ପ୍ରକାଶ କରିବା ସହ ଏହି ଭିଡିଓ ମାଧ୍ୟମରେ ସେ ସତ କଥା ସାମ୍ନାକୁ ଆଣିଥିବା କହିଛନ୍ତି। ଏହି ଦ୍ୱିତୀୟ ଭିଡିଓରେ ସେ ନିଜର ୮ ବର୍ଷର ବୈବାହିକ ଜୀବନ ବିଷୟରେ କହିଛନ୍ତି। ସେ ନିଜକୁ ଜଣେ ‘ମ୍ୟାରେଡ୍‌ ବ୍ୟାଚେଲର’ ବୋଲି କହିଛନ୍ତି। ବିବାହ ପରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ହେଉଛି ପବିତ୍ରର ସମ୍ପର୍କ। ହେଲେ ବର୍ଷା ସେଥିରୁ ତାଙ୍କୁ ବଞ୍ଚତ୍ତ କରିଛନ୍ତି ଓ ସ୍ବାମୀର ଅଧିକାର ତାଙ୍କୁ ଦେଇନାହାନ୍ତି। ବିଭିନ୍ନ ଆଳ ଦେଖାଇ ତାଙ୍କଠାରୁ ବର୍ଷା ଦୂରେଇ ରହିଆସିଛନ୍ତି ବୋଲି ଅନୁଭବ ଭିଡିଓରେ କହିଛନ୍ତି।
ଭିଡିଓ ମାଧ୍ୟମରେ ଅନୁଭବ ତାଙ୍କର ଚରିତ୍ର ସଂହାର କରିଛନ୍ତି ବୋଲି ବର୍ଷା ଏତଲାରେ ଦର୍ଶାଇଛନ୍ତି। ତେବେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀଘାଟ ଥାନା ସବ୍‌ଇନ୍ସପେକ୍ଟର ସ୍ବପ୍ନିଳା ସୁଚିତ୍ରା ସାହୁ କହିଛନ୍ତି। ବର୍ଷାଙ୍କ ଏତଲା ସଂକ୍ରାନ୍ତରେ ଅନୁଭବଙ୍କ ସହ ଫୋନ୍‌ ଯୋଗେ ଯୋଗାଯୋଗ ହୋଇପାରି ନ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?