ଅନୁଭବଙ୍କ ନାଁରେ ଥାନାରେ ବର୍ଷାଙ୍କ ଅଭିଯୋଗ

କଟକ ଅଫିସ,୨୩ା୫: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ରବିବାର ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି। ଅନୁଭବ ୟୁଟ୍ୟୁବ୍‌ରେ ଛାଡ଼ିଥିବା ୨ଟି ଭିଡିଓରେ ସେ ବର୍ଷାଙ୍କ ସମ୍ମାନହାନି କଲା ଭଳି ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି। ବର୍ଷା-ଅନୁଭବଙ୍କ ବିବାଦକୁ ନେଇ କଟକ ନିମ୍ନ ଅଦାଲତରେ ୨ଟି ମାମଲା ବିଚାରାଧୀନ ରହିଛି। କଟକ ପାରିବାରିକ ଅଦାଲତରେ ଅନୁଭବ ଦାଏର କରିଥିବା ବିବାହ ବିଚ୍ଛେଦ ମାମଲା ଚାଲିଛି। ବର୍ଷାଙ୍କ ପକ୍ଷରୁ ଘରୋଇ ହିଂସା ନେଇ ଏକ ମାମଲା ଏସ୍‌ଡିଜେଏମ୍‌ କୋର୍ଟରେ ବିଚାରାଧୀନ ରହିଛି। ଏହି ସବୁ ମାମଲା କୋର୍ଟରେ ଗଡ଼ି ଚାଲିଥିବାବେଳେ ଅନୁଭବ ଭିଡିଓ କରି ଅରୁଚିକର ମନ୍ତବ୍ୟ ଦେଉଛନ୍ତି। ସୋସିଆଲ ମିଡିଆରେ ଭିଡିଓ ଛାଡ଼ି ଅନୁଭବ ତାଙ୍କ ନାରୀତ୍ୱ ପ୍ରତି ଅପମାନ କରିଛନ୍ତି ଏବଂ ସେମାନଙ୍କ ଶାରୀରିକ ସମ୍ପର୍କକୁ ନେଇ ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି ବର୍ଷା ଏତଲାରେ ଦର୍ଶାଇଛନ୍ତି। ୨୦୨୦ରେ ଅନୁଭବ ଛାଡ଼ପତ୍ର ଦେବାକୁ କହିଥିଲେ। ସେଥିରେ ରାଜି ନ ହେବାରୁ ସେ ନାନା ଧମକ ଦେଇଥିଲେ। ପରବର୍ତ୍ତୀ ସମୟରେ ଏକାଧିକ ସର୍ତ୍ତ ଥିବା ବଣ୍ଡ୍‌ ପେପରରେ ଦସ୍ତଖତ କରିବାକୁ କହିଥିଲେ। ମୁଖ୍ୟତଃ ଫିଲ୍ମଲାଇନ ଛାଡ଼ିବା ଏବଂ ରାଜନୀତିରେ ଯୋଗ ନ ଦେବାକୁ ସର୍ତ୍ତ ରହିଥିଲା। ଏକାଧିକ ଏତଲା ଦେବା ସତ୍ତ୍ୱେ ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଫଳରେ ବଞ୍ଚତ୍ବା କଷ୍ଟକର ହୋଇପଡ଼ିଛି ବୋଲି ବର୍ଷା ଏତଲାରେ ଦର୍ଶାଇଛନ୍ତି।
ସୂଚନାଥାଉ କି, ଗତ ଗୁରୁବାର ଅନୁଭବ ୟୁଟ୍ୟୁବରେ ‘ମନର ଅକୁହା କଥା’ ନାମରେ ପ୍ରଥମ ଭିଡିଓ ପୋଷ୍ଟ୍‌ କରିଛନ୍ତି। ସେଥିରେ ସେ ନ୍ୟାୟକୁ ଅପେକ୍ଷା କରିବାଠାରୁ ଭଲ ମୃତ୍ୟୁକୁ ଆପଣାଇ ନେବା ଏବଂ ଜୀବନ ସାଥୀ ବାଛିବାରେ ଭୁଲ କରିଛନ୍ତି ବୋଲି କହିଛନ୍ତି। ଏହି ଭିଡିଓ ପରେ ଅନୁଭବ ଓ ବର୍ଷା ସମର୍ଥକଙ୍କ ମଧ୍ୟରେ ଅନେକ ମତ ପ୍ରକାଶ ପାଇଛି। ହଠାତ୍‌ ଅନୁଭବ ଭିଡିଓ ୟୁଟ୍ୟୁବ୍‌ରେ ଛାଡ଼ିବା ପଛରେ ବିଳମ୍ବିତ ନ୍ୟାୟ ନୁହେଁ, ବିଜେଡି ରାଜନୀତିରେ ସେ କୋଣଠେସା ହେବା ମୁଖ୍ୟ କାରଣ ବୋଲି କେତେକେ ସମାଲୋଚନା କରିଛନ୍ତି। ଏପରି କି ବର୍ଷା ଉଭୟ ବିଜେଡି ଓ ରାଜ୍ୟ କ୍ଷମତା କେନ୍ଦ୍ରର ନିକଟତର ହେଉଥିବା ଚର୍ଚ୍ଚା ହେଉଛି। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ଦେଖିବାକୁ ମିଳୁଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ବର୍ଷା ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ଗତ ମଙ୍ଗଳବାର ମା’ ତାରାତାରିଣୀଙ୍କ ପୀଠରେ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ପୁରୋଧା ଭାବେ ଯୋଗଦେଇଥିବାବେଳେ ବର୍ଷାଙ୍କୁ ସେଠାରେ ମଧ୍ୟ ଦେଖିବାକୁ ମିଳଥିଲା। ବିଜେଡିରେ ବର୍ଷାଙ୍କ ପ୍ରଭାବ ବଢ଼ୁଥିବାରୁ ତାହା ଅନୁଭବଙ୍କୁ ବିଚଳିତ କରୁଥିବା ସମାଲୋଚକମାନେ କହୁଛନ୍ତି। ସେହିପରି ଚଳଚ୍ଚିତ୍ର ଜଗତକୁ ଫେରିଆସି ପୁଣି ଥରେ ସକ୍ରିୟ ରହିବାକୁ ଅନୁଭବଙ୍କୁ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ନିବେଦନ କରୁଛନ୍ତି। ଏଭଳିସ୍ଥଳେ ପ୍ରଥମ ୟୁଟ୍ୟୁବ୍‌ ଭିଡିଓ ପରେ ବର୍ଷାଙ୍କ ପଛରେ ତାଙ୍କ ସମର୍ଥକମାନେ ମଧ୍ୟ ଠିଆ ହୋଇ ଅନୁଭବଙ୍କୁ ନାନା ପ୍ରକାର ସମାଲୋଚନା କରୁଛନ୍ତି। ତେବେ ଗଣମାଧ୍ୟମରେ ପ୍ରକାଶିତ ଖବର ଏବଂ ସମାଲୋଚକଙ୍କ ବିଭିନ୍ନ କଥାକୁ ଦୃଷ୍ଟିରେ ରଖି ଅନୁଭବ ଶନିବାର ‘ଅନ୍‌ଟୋଲ୍ଡ ଟ୍ରୁଥ୍‌’ ନାମରେ ଆଉ ଏକ ଭିଡିଓ ପୋଷ୍ଟ୍‌ କରିଛନ୍ତି। ସେଥିରେ ଗଣମାଧ୍ୟମ ତାଙ୍କ କଥାକୁ ବିଶ୍ୱାସକୁ ନ ନେଇ ବର୍ଷାଙ୍କ କଥାକୁ ଏକପାଖିଆ ପରିବେଷଣ କରୁଛନ୍ତି। ଏପରି କି କେତେକ ମନଗଢ଼ା କଥା ତାଙ୍କ ବିରୋଧରେ କୁହାଯାଉଛି ବୋଲି ଅନୁଭବ କ୍ଷୋଭ ପ୍ରକାଶ କରିବା ସହ ଏହି ଭିଡିଓ ମାଧ୍ୟମରେ ସେ ସତ କଥା ସାମ୍ନାକୁ ଆଣିଥିବା କହିଛନ୍ତି। ଏହି ଦ୍ୱିତୀୟ ଭିଡିଓରେ ସେ ନିଜର ୮ ବର୍ଷର ବୈବାହିକ ଜୀବନ ବିଷୟରେ କହିଛନ୍ତି। ସେ ନିଜକୁ ଜଣେ ‘ମ୍ୟାରେଡ୍‌ ବ୍ୟାଚେଲର’ ବୋଲି କହିଛନ୍ତି। ବିବାହ ପରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ହେଉଛି ପବିତ୍ରର ସମ୍ପର୍କ। ହେଲେ ବର୍ଷା ସେଥିରୁ ତାଙ୍କୁ ବଞ୍ଚତ୍ତ କରିଛନ୍ତି ଓ ସ୍ବାମୀର ଅଧିକାର ତାଙ୍କୁ ଦେଇନାହାନ୍ତି। ବିଭିନ୍ନ ଆଳ ଦେଖାଇ ତାଙ୍କଠାରୁ ବର୍ଷା ଦୂରେଇ ରହିଆସିଛନ୍ତି ବୋଲି ଅନୁଭବ ଭିଡିଓରେ କହିଛନ୍ତି।
ଭିଡିଓ ମାଧ୍ୟମରେ ଅନୁଭବ ତାଙ୍କର ଚରିତ୍ର ସଂହାର କରିଛନ୍ତି ବୋଲି ବର୍ଷା ଏତଲାରେ ଦର୍ଶାଇଛନ୍ତି। ତେବେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀଘାଟ ଥାନା ସବ୍‌ଇନ୍ସପେକ୍ଟର ସ୍ବପ୍ନିଳା ସୁଚିତ୍ରା ସାହୁ କହିଛନ୍ତି। ବର୍ଷାଙ୍କ ଏତଲା ସଂକ୍ରାନ୍ତରେ ଅନୁଭବଙ୍କ ସହ ଫୋନ୍‌ ଯୋଗେ ଯୋଗାଯୋଗ ହୋଇପାରି ନ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ଏଥର ବି ଝୁଲି ରହିଲା କଟକର ୨ ଆସନ

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏଥର...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ଭାଜପା ପ୍ରାର୍ଥୀ ତାଲିକାରେ ଆଉ ୨୧ ଜଣଙ୍କ ନାଁ: ୨ଟି ସ୍ଥାନରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୨ ବିଧାନସଭା ପ୍ରାର୍ଥୀଙ୍କୁ ଭାଜପା ବଦଳାଇଛି। ରଣପୁର ଏବଂ ପଟାଙ୍ଗୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri