ଏସ୍‌ଆଇ ପରୀକ୍ଷା ଜାଲିଆତି: ଆସିଲା ରାଜନୈତିକ ଲିଙ୍କ୍‌

ଭୁବନେଶ୍ୱର,(ସତ୍ୟଜିତ ରାଉତ)/ବାଲେଶ୍ୱର, ୬ା୧୦ (ବାଞ୍ଛାନିଧି ଦେ): ବହୁଚର୍ଚ୍ଚିତ ପୋଲିସ ଏସ୍‌ଆଇ ପରୀକ୍ଷା ନିଯୁକ୍ତି ଜାଲିଆତି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଛାନଭିନ୍‌ ଚଳାଇଛି। ଏଥିରେ ବହୁ ବଡ଼ ଅଧିକାରୀ, ନେତା ଓ ପ୍ରଭାବଶାଳୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଉଠୁଥିବାରୁ କ୍ରାଇମ୍‌ବ୍ରାଞ୍ଚ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ତେବେ ଏହି ମାମଲାରେ ବାଲେଶ୍ୱରରୁ ଷଷ୍ଠ ମଧ୍ୟସ୍ଥଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ଆଣିଛି। ସେ ହେଲେ ଚନ୍ଦନ ମଲ୍ଲିକ।

ବାଲେଶ୍ୱର ସଦର ବ୍ଲକ ଚାନ୍ଦିପୁର ଥାନା ରଣସାହି ପଞ୍ଚାୟତ ତପସ୍ବୀ ଗ୍ରାମସ୍ଥିତ ଘରୁ ଚନ୍ଦନଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ କାବୁ କରଛି। ତେବେ ତାଙ୍କୁ କ୍ରାଇମବ୍ରାଞ୍ଚ ମାରାଥନ୍‌ ଜେରା କରି ପ୍ରମାଣ ସଂଗ୍ରହ କରିବାରେ ଲାଗିଛି। ଚନ୍ଦନଙ୍କୁ ପଚରାଉଚରା ବେଳେ ଘଟଣା ସହ ରାଜନୈତିକ ଲିଙ୍କ୍‌ର ସୁରାକ ମିଳିଥିବା ସୂଚନା ମିଳିଛି।

ରବିବାର ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ନାବରା ଗ୍ରାମର (ପଞ୍ଚମ ମଧ୍ୟସ୍ଥ) ଅରବିନ୍ଦ ଦାସଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ଗିରଫ କରିଥିବା ବେଳେ ତାଙ୍କଠାରୁ ଚନ୍ଦନଙ୍କ ଲିଙ୍କ୍‌ ମିଳିଥିଲା। ଚନ୍ଦନ ଜାଲିଆତିର ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ପଞ୍ଚସଫ୍ଟ ସମେତ ବିଭିନ୍ନ ସଂସ୍ଥାର ମାଲିକ ଶଙ୍କର ପୃଷ୍ଟିଙ୍କର ଅନ୍ୟତମ ଘନିଷ୍ଠ ସହଯୋଗୀ ଥିଲେ ବୋଲି ସୂଚନା ମିଳିଛି।

ଚନ୍ଦନ ହେଉଛନ୍ତି ଏକ ରାଜନୈତିକ ଦଳର ଯୁବନେତା। ଏଥିସହ ସେ ନିଜକୁ ସମାଜସେବୀ ବୋଲି ପରିଚୟ ଦିଅନ୍ତି। ବାଲେଶ୍ୱର ରେମୁଣା ବିଧାନସଭା ନିର୍ବାଚନ ମଣ୍ଡଳୀରେ ତାଙ୍କର ରାଜନୈତିକ ପତିଆରା ରହିଛି। ନିର୍ଦ୍ଦିଷ୍ଠ ରାଜନୈତିକ ଦଳର ଆଗଧାଡିର ନେତାମାନଙ୍କ ସହ ଚନ୍ଦନଙ୍କ ଅନେକ ଫଟୋ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଅଧିକ ଚର୍ଚ୍ଚା ଚାଲିଛି।

ସେପଟେ ଶଙ୍କର ଏବଂ ତାଙ୍କ ସହଯୋଗୀ କଟକ ବାଙ୍କୀର ମୁନା ମହାନ୍ତି ଫେରାର ଥିବା ବେଳେ କ୍ରାଇମବ୍ରାଞ୍ଚ ଏଯାଏ ଉଭୟଙ୍କ ପତ୍ତା ପାଇପାରିନାହିଁ। ଭୁବନେଶ୍ୱର ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁରସ୍ଥିତ ପ୍ଲଟ୍‌ ନଂ.୩୨୦/୩୫୯୦ରେ ଥିବା ଅନ୍‌ଲାଇନ ପରୀକ୍ଷା କେନ୍ଦ୍ର (ଶ୍ରୀ ଲିଙ୍ଗରାଜ ଇନ୍‌ଫୋସୋଲ୍‌)ରେ କ୍ରାଇମବ୍ରାଞ୍ଚ ଟିମ୍‌ ରବିବାର ଚଢ଼ାଉ କରିଥିଲା। ଆଗକୁ ଅନ୍‌ଲାଇନ୍‌ ପରୀକ୍ଷା କେନ୍ଦ୍ରଗୁଡିକରେ କ୍ରାଇମବ୍ରାଞ୍ଚ ଚଢ଼ାଉ କରିବ ବୋଲି ତାଲିକା ପ୍ରସ୍ତୁତ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଏହି ମାମଲାରେ ୧୧୪ ପରୀକ୍ଷାର୍ଥୀ ଓ ୫ଜଣ ମଧ୍ୟସ୍ଥଙ୍କ ସମେତ ୧୧୯ ଗିରଫ ହୋଇ ଜେଲ୍‌ରେ ଅଛନ୍ତି।

Dharitri – Odisha’s No.1 Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ: ଅଟକିଲା ଆମ୍ବୁଲାନ୍ସ, ଗାଡି ପାଉ ନ ଥିଲେ ଲୋକେ

ନୂଆପଡ଼ା,୮ା୧୧ (ମକାରୁ ବେମାଲ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରୋଡ୍‌ ଶୋରେ ନୂଆପଡ଼ା ସହରର ଏକତା ଛକ ଓ ଖରିଆର ରୋଡ୍‌ ଏନ୍‌ଏସରେ ପ୍ରବଳ ଭିଡ଼...

ଭାରତକୁ ଆଖି ଦେଖାଇଲା ପାକିସ୍ତାନ! ବାଂଲାଦେଶରୁ କଲା ଗର୍ଜନ…

ଢାକା,୯।୧୧: ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେବା ପରଠାରୁ, ପାକିସ୍ତାନ ସହିତ ବାଂଲାଦେଶର ସମ୍ପର୍କରେ ଯଥେଷ୍ଟ ଉନ୍ନତି ଆସିଛି। ଏହା ପ୍ରଥମ ଥର ପାଇଁ...

ରାତି ପାହିଲେ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ: ପୂର୍ବରୁ ୨୫୬ଟି ଅଭିଯୋଗ ଶୁଣି କରିଥିଲେ ରେକର୍ଡ

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସର ମଧ୍ୟରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷନ ଏବଂ ଏଏସ୍‌ପି ହରିଶ ବିସିଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ...

ମ୍ୟାନ ଅଫ ଦି ମ୍ୟାଚ ଖେଳାଳି କେତେ ଟଙ୍କା ପାଆନ୍ତି? ଏହା ମ୍ୟାଚ ଫି ଠାରୁ କେତେ କମ

ନୂଆଦିଲ୍ଲୀ,୯।୧୧: ନିକଟରେ, ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ମହିଳା ODI ବିଶ୍ୱକପ ଜିତିଥିଲା। ଫାଇନାଲ ମ୍ୟାଚରେ, ଶାଫାଲି ବର୍ମା ଏକ ଚମତ୍କାର ଇନିଂସ...

ଦାରିଙ୍ଗବାଡିରେ ଖସୁଛି ପାରଦ: ୨ ଦିନ ହେଲା ଶୀତ, ନିଆଁ ଲଗାଇ ବସୁଛନ୍ତି…

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିବାରେ ବିଳମ୍ବ ହୋଇଛି । ତେବେ ଗତ ୨ ଦିନ ହେଲା ପାରଦ ଖସୁଛି ଏବଂ...

ବିଜେଡି, ଭାଜପାର ରୋଡ୍‌ ଶୋ’କୁ ନେଇ ଚର୍ଚ୍ଚା

ନୂଆପଡ଼ା,୯ା୧୧(ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ। ରବିବାର ପ୍ରଚାର ଶେଷ ହୋଇଯିବ। ଅପରାହ୍ନ ୪ଟା ସୁଦ୍ଧା ନୂଆପଡ଼ା ଛାଡ଼ି ଚାଲିଯିବାକୁ ବାହାର ନେତା...

ନୂଆପଡ଼ା ଉପନିର୍ବାଚନ ବିଜୟ ପାଇଁ ପ୍ରମୁଖ ଦଳର କସରତ୍‌

ନୂଆପଡ଼ା,୯ା୧୧ (ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ଆଲୋଚନା ସେତେ...

ଘାସିରାମ ନିଷ୍କଳଙ୍କ: ଚେୟାରମ୍ୟାନ ଥାଇ ନିଜ ବିଡିଓଙ୍କୁ ଧରାଇଥିଲେ ଭିଜିଲାନ୍ସ ହାତରେ

ନୂଆପଡ଼ା,୯ା୧୧ (ମକାରୁ ବେମାଲ): କଂଗ୍ରେସ ହେଉଛି ଏକମାତ୍ର ଦଳ ଯିଏ ଏହି ମାଟିର ମଣିଷ, ନିଷ୍କଳଙ୍କ ବ୍ୟକ୍ତି ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri