ଝିଅ ସାମ୍ନାରେ ଅଭିନେତ୍ରୀଙ୍କୁ ପିଟୁଥିଲେ ସ୍ବାମୀ

ବମ୍ବେ: ଅଭିନୟ ସହ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଛୋଟ ପରଦାର ହିଟ୍‌ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ। ଭୋଜପୁରୀ ସମେତ ବଲିଉଡ୍‌ ଫିଲ୍ମରେ କାମ କରିଥିବା ଶ୍ୱେତା ଦୁଇ ଦୁଇ ଥର ବିବାହ କରିଥିଲେ ହେଁ ହୋଇଛନ୍ତି ବିଫଳ। ଜୀବନସାଥୀ ଚୟନରେ ସେ କରିଥିବା ଭୁଲକୁ ନେଇ ସେ ପଶ୍ଚାତାପ କରୁଛନ୍ତି। ହେଲେ ତାଙ୍କ ପିଲାମାନଙ୍କ କଷ୍ଟ ତାଙ୍କୁ ଭାଙ୍ଗି ଦେଉଛି ବୋଲି ଶ୍ୱେତା ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି।

ପ୍ରଥମ ବିବାହରୁ ଶ୍ୱେତାଙ୍କର ଏକ କନ୍ୟା ପଲକ ରହିଥିବା ବେଳେ ଦ୍ୱିତୀୟ ବିବାହରୁ ଏକ ପୁଅ ରହିଛି। ଉଭୟଙ୍କୁ ବହୁତ ଭଲ ପାଆନ୍ତି ଶ୍ୱେତା। ଝିଅ ପଲକଙ୍କୁ ଯେତେବେଳେ ଛଅ ବର୍ଷ ହୋଇଥିଲା ସେତେବେଳେ ସେ ମା’ଙ୍କ ଉପରେ ଘରୋଇ ହିଂସା ହେଉଥିବା ଦେଖିଥିଲେ। କାରଣ ଶ୍ୱେତାଙ୍କୁ ପ୍ରଥମ ସ୍ବାମୀ ରାଜା ଚୌଧୁରୀ ମାର୍‌ପିଟ୍‌ କରୁଥିଲେ। ଏହାପରେ ଅଭିନେତ୍ରୀ ଜୀବନର ବଡ଼ ପଦକ୍ଷେପ ନେଇଥିଲେ। ଉଭୟ ପୁଅଝିଅ ଛୋଟ ହୋଇଥିବା ବେଳେ ପୋଲିସ, କୋର୍ଟ ଭଳି ସ୍ଥାନକୁ ଯାଇଛନ୍ତି। ମା’ ଭାବେ କିଭଳି ସେ ନିଜ ସନ୍ତାନମାନଙ୍କୁ ସମ୍ଭାଳିବେ ତଥା ସେସବୁ ବିଷୟରେ ବୁଝାଇବେ ଜାଣିପାରି ନ ଥିବା ଶ୍ୱେତା କହିଛନ୍ତି।

ରାଜାଙ୍କୁ ଛାଡ଼ପତ୍ର ଦେବା ପରେ ୨୦୧୩ରେ ଅଭିନବ କୋହଲୀଙ୍କୁ ବିବାହ କରିଥିଲେ ଶ୍ୱେତା। ୨୦୧୬ରେ ଉଭୟଙ୍କ ପୁଅ ରିୟାଂଶ ହୋଇଥିଲା। ପ୍ରଥମ ବିବାହର ଦୁଃଖ ଭୁଲିଯିବେ ବୋଲି ଭାବିଥିବା ଶ୍ୱେତା ପୁଣିଥରେ ସମାନ ଭାବେ ଘରୋଇ ହିଂସାର ସମ୍ମୁଖୀନ ହୋଇଥିଲେ। ଶେଷରେ ସେ ଦ୍ୱିତୀୟ ସ୍ବାମୀଙ୍କଠାରୁ ମଧ୍ୟ ଅଲଗା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାହେବାକୁ ପ୍ରସ୍ତୁତ ହେଲେଣି ଅରବାଜ !

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଅରବାଜ ଖାଁ ପତ୍ନୀ ମଲାଇକାଙ୍କଠାରୁ ଅଲଗା ହେବା ପରେ ଯେତିକି ଚର୍ଚ୍ଚାକୁ ଆସି ନ ଥିଲେ ତା’ଠାରୁ ଅଧିକ ଚର୍ଚ୍ଚିତ ହୋଇଥିଲେ...

ପ୍ରଥମ କାର୍ଯ୍ୟକୁ ନେଇ ‘ବିଗ୍‌ବସ୍‌-୧୩’ ଟ୍ରୋଲ, ନିରାଶ ପ୍ରଶଂସକ କହିଲେ ‘ଫ୍ଲପ୍‌ ଶୋ’

ମୁମ୍ବାଇ: ଆରମ୍ଭରୁ ବିବାଦରେ ଲୋକପ୍ରିୟ ଟେଲିଭିଜନ ଶୋ’ ‘ବିଗ୍‌ ବସ୍‌ ୧୩’। ଶୋ’ ଆରମ୍ଭ ହେବାର ଦୁଇ ଦିନ ନ ପୁରୁଣୁ ଏହା ବିରୋଧରେ ପ୍ରଶଂସକମାନେ...

‘ଇଣ୍ଡିଆନ୍‌ ଆଇଡଲ’ରେ ଅନୁଙ୍କ ସ୍ଥାନ ନେଲେ ହିମେଶ

ବମ୍ବେ: ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ସ୍ଥାନ ନେଲେ ହିମେଶ ରେଶମିୟା। ଲୋକପ୍ରିୟ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌’ ଜଜ୍‌(ବିଚାରପତି) ଆସନ ଅନୁ...

ଆଇପିଏଲ୍‌ ନିଲାମୀରେ କିଙ୍ଗ ଖାନଙ୍କ ପୁଅ, ୟୁଜର୍ସ କହିଲେ…

୨୦୨୧ ବଲିଉଡର କିଙ୍ଗ ଖାନ ତଥା ଶାହାରୁଖ ଖାନଙ୍କ ପାଇଁ ବହୁତ କଷ୍ଟକର ଦିନ ଥିଲା । ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଆର୍ୟନଙ୍କୁ ଗିରଫ...

ଜନ୍ମଦିନରେ ବଡ଼ ଘୋଷଣା କଲେ କରଣ

ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ନିର୍ଦ୍ଦେଶକ କରଣ ଜୋହର ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ଏକ ବଡ଼ ଘୋଷଣା କରିଛନ୍ତି। ଜନ୍ମଦିନରେ...

ଏହି ଲୋକପ୍ରିୟ ଅଭିନେତାଙ୍କୁ ଗୁଳିକରି ହତ୍ୟା: ପ୍ରେମିକାଙ୍କ ଘର ସମ୍ମୁଖରୁ ମିଳିଲା ମୃତଦେହ

ହଲିଉଡ୍‌ର ଲୋକପ୍ରିୟ ଅଭିନେତା ଏଡି ହୈଜଲଙ୍କର ମୃତ୍ୟୁ ଘଟିଛି। ୩୦ ବର୍ଷୀୟ ଏହି ଅଭିନେତାଙ୍କୁ କେହି ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି। ଟେକ୍ସାସର ଗ୍ରାଣ୍ଡ ପ୍ରିରିରେ...

ଶୁଟିଂ ସେଟ୍‌ରେ ଆହତ ହେଲେ ସୃଷ୍ଟି

ମୁମ୍ବାଇ: ଟେଲି ଜଗତର ପପୁଲାର ଶୋ’ ‘ହମାରି ଓ୍ବାଲି ଗୁଡ ନ୍ୟୁଜ୍‌’ ଶୁଟିଂ ସେଟ୍‌ରେ ଏକ ଅଘଟଣ ଘଟିଛି। ଶୁଟିଂ ସମୟରେ ଅଭିନେତ୍ରୀ ସୃଷ୍ଟି ଜୈନ...

ଡେଲିଗେଟ୍‌ଙ୍କୁ ‘ନାଟୁ ନାଟୁ’ ଷ୍ଟେପ୍‌ ଶିଖାଇଲେ ରାମଚରଣ

ମୁମ୍ବାଇ: ଶ୍ରୀନଗରରେ ସୋମବାରଠାରୁ ଜି-୨୦ ସମିଟ୍‌ ୩ୟ ୱାର୍କିଂ ଗ୍ରୁପ୍‌ ମିଟିଂ ଆରମ୍ଭ ହୋଇଛି। ଏହି ମିଟିଂ ୩ ଦିନ ଧରି ଚାଲିବ। ତେବେ ଏଥିରେ ଯୋଗଦେବାକୁ...

Advertisement
Archives

Model This Week