ଘନଶ୍ୟାମ ମହାପାତ୍ରଙ୍କୁ ‘ଶ୍ରୀ ଜୟଦେବ ସମ୍ମାନ’

ଭୁବନେଶ୍ୱର, ୬।୧୧(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୯ ମସିହା ପାଇଁ ୩୧ତମ ‘ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର’ ଓ ୮ମ ‘ରାଜ୍ୟ ଓଡ଼ିଆ ଟେଲି ଚଳଚ୍ଚିତ୍ର ପୁରସ୍କାର’ ପ୍ରଦାନ କରାଯିବ। ଏନେଇ ଶୁକ୍ରବାର ସଂସ୍କୃତି ଭବନ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ପ୍ରଯୋଜକ ତଥା ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର ସର୍ବୋଚ୍ଚ ପୁରସ୍କାର ‘ଶ୍ରୀ ଜୟଦେବ ସମ୍ମାନ’ ପାଇବେ। ପୁରସ୍କାର ବାବଦରେ ତାଙ୍କୁ ୨ଲକ୍ଷ ଟଙ୍କା ଅର୍ଥରାଶି ସହିତ ମାନପତ୍ର, ଉପଢୌକନ ପ୍ରଦାନ କରାଯିବ। ସେହିପରି ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘କାଲିର ଅତୀତ’କୁ ‘ମୋହନ ସୁନ୍ଦର ଦେବ ଗୋସ୍ବାମୀ ସମ୍ମାନ’ ଦିଆଯିବ। ପୁରସ୍କାର ବାବଦରେ ୫୦ହଜାର ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯିବ। ଏହା ବ୍ୟତୀତ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ନୀଳମାଧବ ପଣ୍ଡା (କାଲିର ଅତୀତ), ଶ୍ରେଷ୍ଠ ଅଭିନେତା ଭାବେ ସରୋଜ ପରିଡା (ଖୁସି), ଶ୍ରେଷ୍ଠ ଅଭିନେତ୍ରୀ କାବ୍ୟା କିରଣ (ଖୁସି), ଶ୍ରେଷ୍ଠ କାହାଣୀ ପାଇଁ ସ୍ବର୍ଗତ କପିଳେଶ୍ୱର ପ୍ରସାଦ ମହାପାତ୍ର (ଶଲା ବୁଢ଼ାର ବଦ୍‌ଲା) ଓ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ବୈଦ୍ୟନାଥ ଦାସଙ୍କୁ (ନାୟକର ନାଁ ଦେବଦାସ) ‘ବାଳକୃଷ୍ଣ ସମ୍ମାନ’, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ ସ୍ବୟମ୍‌ ପାଢୀ (ଭିଜା ଭିଜା ପ୍ରେମଛିଟା), ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଦୀପ୍ତିରେଖା ପାଢୀ (ଏ କେଉଁ ଋତୁ ଏ କେଉଁ ରାସ୍ତା) ଓ ଶ୍ରେଷ୍ଠ ଚିତ୍ରଗ୍ରହଣ ପାଇଁ ରବୀନ୍ଦ୍ର ବେହେରାଙ୍କୁ (ବାବୁ ଭାଇଜାନ୍‌) ‘ପ୍ରମୋଦ ପତି ସମ୍ମାନ’, ଶ୍ରେଷ୍ଠ ସମ୍ପାଦନା ପାଇଁ ରାଜେଶ ଦାସ୍‌ (ଖୁସି), ଶ୍ରେଷ୍ଠ ଗୀତିକାର ଭାବେ ଅରୁଣ ମନ୍ତ୍ରୀ (ଭିଜେଇ ଦେଇ ଯା ଥରେ…), ଶ୍ରେଷ୍ଠ ଚିତ୍ରନାଟ୍ୟ ସନ୍ତୋଷ ନାରାୟଣ ଦାଶ (ବାବୁ ଭାଇଜାନ୍‌), ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ବବି ମିଶ୍ର (ବାବୁ ଭାଇଜାନ), ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଅଞ୍ଜନା ଦାଶ (ବାପା ତୁମେ ଭାରି ଦୁଷ୍ଟ), ଶ୍ରେଷ୍ଠ ହାସ୍ୟ କଳାକାର ତ୍ରିଭୁବନ ପଣ୍ଡା (ଗୋଲ୍‌ମାଲ୍‌ ଲଭ୍‌), ଶ୍ରେଷ୍ଠ ଶିଶୁ କଳାକାର ଐଶ୍ୱର୍ଯ୍ୟା ମିଶ୍ର (ଖୁସି), ଶ୍ରେଷ୍ଠକଳା ନିର୍ଦ୍ଦେଶକ କଳିଙ୍ଗ କେଶରୀ ନାୟକ (କାଲିର ଅତୀତ), ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ ଚନ୍ଦ୍ରଶେଖର ଶର୍ମା (ଶଲା ବୁଢାର ବଦ୍‌ଲା), ସ୍ବତନ୍ତ୍ର ଜୁରୀ ପୁରସ୍କାର ଅଭିନେତା ରୋହିତ୍‌ ରାଜ୍‌ (କୋଟିଏରେ ଗୋଟିଏ ମନ), ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଶିଶୁ ଚଳଚ୍ଚିତ୍ର ପାଇଁ ସୁବ୍ରତ କୁମାର ରଥ (ବାଜି) ଓ ଅଭିଷେକ କୁମାର ଦାସ (ଫ୍ରମ୍‌ ସଞ୍ଜୁ), ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ରରେ ପ୍ରଯୋଜକ ଆଶୁତୋଷ ପଟ୍ଟନାୟକ (ଶ୍ରୀ କ୍ଷେତ୍ରରୁ ସାହିଯାତ) ଏବଂ ନିର୍ଦ୍ଦେଶକ ଭାବେ ବନମାଳୀ ରଣା ଓ ସ୍ବରାଜ ମିଶ୍ର (ରସଗୋଲା), ଓଡ଼ିଶାରେ ପ୍ରାନ୍ତୀୟ ଭାଷାରେ ପ୍ରସ୍ତୁତ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପ୍ରଯୋଜକ ଶ୍ରୀକର ମିଶ୍ର (ଝରନ୍‌), ଶ୍ରେଷ୍ଠ ସଂଳାପ ଲେଖକ ଭାବେ ସ୍ବର୍ଗତ ଅଟଳ ବିହାରୀ ପଣ୍ଡା (ଶଲା ବୁଢ଼ାର ବଦ୍‌ଲା), ଶ୍ରେଷ୍ଠ ରୂପ ସଜ୍ଜାକାରୀ ରାଜୁ (ବାବୁ ଭାଇଜାନ୍‌), ଶ୍ରେଷ୍ଠ ନୃତ୍ୟ ସଂଯୋଜନା ପାଇଁ ଗିରୀଶ ମହାନ୍ତି (ବାବୁ ଭାଇଜାନ୍‌) ମନୋନୀତ ହୋଇଛନ୍ତି। ଚଳଚ୍ଚିତ୍ରରେ ମୋଟ୍‌ ୨୭ଟି ବିଭାଗ ପାଇଁ ୬ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଗଠିତ କମିଟିରେ ବିଶିଷ୍ଟ ସିନେମାଟୋଗ୍ରାଫର ସୁରେନ୍ଦ୍ର ସାହୁ ଜୁରୀ ଅଧ୍ୟକ୍ଷ ରହିଥିବାବେଳେ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ, ଅଭିନେତ୍ରୀ ତ୍ରିପୁରା ମିଶ୍ର, ଚଳଚ୍ଚିତ୍ର ପ୍ରଯୋଜକ ଜିତେନ୍ଦ୍ର ମିଶ୍ର, ଚଳଚ୍ଚିତ୍ର ସାମ୍ବାଦିକ ଆଦିକନ୍ଦ ରାଉତ ଓ ଗୀତିକାର ଗୌର ପଟ୍ଟନାୟକ ଜୁରୀ ସଦସ୍ୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri