ଘନଶ୍ୟାମ ମହାପାତ୍ରଙ୍କୁ ‘ଶ୍ରୀ ଜୟଦେବ ସମ୍ମାନ’

ଭୁବନେଶ୍ୱର, ୬।୧୧(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୯ ମସିହା ପାଇଁ ୩୧ତମ ‘ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର’ ଓ ୮ମ ‘ରାଜ୍ୟ ଓଡ଼ିଆ ଟେଲି ଚଳଚ୍ଚିତ୍ର ପୁରସ୍କାର’ ପ୍ରଦାନ କରାଯିବ। ଏନେଇ ଶୁକ୍ରବାର ସଂସ୍କୃତି ଭବନ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ପ୍ରଯୋଜକ ତଥା ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର ସର୍ବୋଚ୍ଚ ପୁରସ୍କାର ‘ଶ୍ରୀ ଜୟଦେବ ସମ୍ମାନ’ ପାଇବେ। ପୁରସ୍କାର ବାବଦରେ ତାଙ୍କୁ ୨ଲକ୍ଷ ଟଙ୍କା ଅର୍ଥରାଶି ସହିତ ମାନପତ୍ର, ଉପଢୌକନ ପ୍ରଦାନ କରାଯିବ। ସେହିପରି ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘କାଲିର ଅତୀତ’କୁ ‘ମୋହନ ସୁନ୍ଦର ଦେବ ଗୋସ୍ବାମୀ ସମ୍ମାନ’ ଦିଆଯିବ। ପୁରସ୍କାର ବାବଦରେ ୫୦ହଜାର ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯିବ। ଏହା ବ୍ୟତୀତ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ନୀଳମାଧବ ପଣ୍ଡା (କାଲିର ଅତୀତ), ଶ୍ରେଷ୍ଠ ଅଭିନେତା ଭାବେ ସରୋଜ ପରିଡା (ଖୁସି), ଶ୍ରେଷ୍ଠ ଅଭିନେତ୍ରୀ କାବ୍ୟା କିରଣ (ଖୁସି), ଶ୍ରେଷ୍ଠ କାହାଣୀ ପାଇଁ ସ୍ବର୍ଗତ କପିଳେଶ୍ୱର ପ୍ରସାଦ ମହାପାତ୍ର (ଶଲା ବୁଢ଼ାର ବଦ୍‌ଲା) ଓ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ବୈଦ୍ୟନାଥ ଦାସଙ୍କୁ (ନାୟକର ନାଁ ଦେବଦାସ) ‘ବାଳକୃଷ୍ଣ ସମ୍ମାନ’, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ ସ୍ବୟମ୍‌ ପାଢୀ (ଭିଜା ଭିଜା ପ୍ରେମଛିଟା), ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଦୀପ୍ତିରେଖା ପାଢୀ (ଏ କେଉଁ ଋତୁ ଏ କେଉଁ ରାସ୍ତା) ଓ ଶ୍ରେଷ୍ଠ ଚିତ୍ରଗ୍ରହଣ ପାଇଁ ରବୀନ୍ଦ୍ର ବେହେରାଙ୍କୁ (ବାବୁ ଭାଇଜାନ୍‌) ‘ପ୍ରମୋଦ ପତି ସମ୍ମାନ’, ଶ୍ରେଷ୍ଠ ସମ୍ପାଦନା ପାଇଁ ରାଜେଶ ଦାସ୍‌ (ଖୁସି), ଶ୍ରେଷ୍ଠ ଗୀତିକାର ଭାବେ ଅରୁଣ ମନ୍ତ୍ରୀ (ଭିଜେଇ ଦେଇ ଯା ଥରେ…), ଶ୍ରେଷ୍ଠ ଚିତ୍ରନାଟ୍ୟ ସନ୍ତୋଷ ନାରାୟଣ ଦାଶ (ବାବୁ ଭାଇଜାନ୍‌), ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ବବି ମିଶ୍ର (ବାବୁ ଭାଇଜାନ), ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଅଞ୍ଜନା ଦାଶ (ବାପା ତୁମେ ଭାରି ଦୁଷ୍ଟ), ଶ୍ରେଷ୍ଠ ହାସ୍ୟ କଳାକାର ତ୍ରିଭୁବନ ପଣ୍ଡା (ଗୋଲ୍‌ମାଲ୍‌ ଲଭ୍‌), ଶ୍ରେଷ୍ଠ ଶିଶୁ କଳାକାର ଐଶ୍ୱର୍ଯ୍ୟା ମିଶ୍ର (ଖୁସି), ଶ୍ରେଷ୍ଠକଳା ନିର୍ଦ୍ଦେଶକ କଳିଙ୍ଗ କେଶରୀ ନାୟକ (କାଲିର ଅତୀତ), ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ ଚନ୍ଦ୍ରଶେଖର ଶର୍ମା (ଶଲା ବୁଢାର ବଦ୍‌ଲା), ସ୍ବତନ୍ତ୍ର ଜୁରୀ ପୁରସ୍କାର ଅଭିନେତା ରୋହିତ୍‌ ରାଜ୍‌ (କୋଟିଏରେ ଗୋଟିଏ ମନ), ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଶିଶୁ ଚଳଚ୍ଚିତ୍ର ପାଇଁ ସୁବ୍ରତ କୁମାର ରଥ (ବାଜି) ଓ ଅଭିଷେକ କୁମାର ଦାସ (ଫ୍ରମ୍‌ ସଞ୍ଜୁ), ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ରରେ ପ୍ରଯୋଜକ ଆଶୁତୋଷ ପଟ୍ଟନାୟକ (ଶ୍ରୀ କ୍ଷେତ୍ରରୁ ସାହିଯାତ) ଏବଂ ନିର୍ଦ୍ଦେଶକ ଭାବେ ବନମାଳୀ ରଣା ଓ ସ୍ବରାଜ ମିଶ୍ର (ରସଗୋଲା), ଓଡ଼ିଶାରେ ପ୍ରାନ୍ତୀୟ ଭାଷାରେ ପ୍ରସ୍ତୁତ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପ୍ରଯୋଜକ ଶ୍ରୀକର ମିଶ୍ର (ଝରନ୍‌), ଶ୍ରେଷ୍ଠ ସଂଳାପ ଲେଖକ ଭାବେ ସ୍ବର୍ଗତ ଅଟଳ ବିହାରୀ ପଣ୍ଡା (ଶଲା ବୁଢ଼ାର ବଦ୍‌ଲା), ଶ୍ରେଷ୍ଠ ରୂପ ସଜ୍ଜାକାରୀ ରାଜୁ (ବାବୁ ଭାଇଜାନ୍‌), ଶ୍ରେଷ୍ଠ ନୃତ୍ୟ ସଂଯୋଜନା ପାଇଁ ଗିରୀଶ ମହାନ୍ତି (ବାବୁ ଭାଇଜାନ୍‌) ମନୋନୀତ ହୋଇଛନ୍ତି। ଚଳଚ୍ଚିତ୍ରରେ ମୋଟ୍‌ ୨୭ଟି ବିଭାଗ ପାଇଁ ୬ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଗଠିତ କମିଟିରେ ବିଶିଷ୍ଟ ସିନେମାଟୋଗ୍ରାଫର ସୁରେନ୍ଦ୍ର ସାହୁ ଜୁରୀ ଅଧ୍ୟକ୍ଷ ରହିଥିବାବେଳେ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ, ଅଭିନେତ୍ରୀ ତ୍ରିପୁରା ମିଶ୍ର, ଚଳଚ୍ଚିତ୍ର ପ୍ରଯୋଜକ ଜିତେନ୍ଦ୍ର ମିଶ୍ର, ଚଳଚ୍ଚିତ୍ର ସାମ୍ବାଦିକ ଆଦିକନ୍ଦ ରାଉତ ଓ ଗୀତିକାର ଗୌର ପଟ୍ଟନାୟକ ଜୁରୀ ସଦସ୍ୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?