ଇତିହାସ ରଚିଲେ ଶ୍ରେୟସ ଆୟର: ପ୍ରଥମ ଅଧିନାୟକ ଭାବେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୧୯।୫: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ପଞ୍ଜାବ କିଙ୍ଗସ ଦଳ ଆଇପିଏଲ 2025 ପ୍ଲେଅଫରେ ନିଜର ସ୍ଥାନ ନିଶ୍ଚିତ କରିଛି। ଗତବର୍ଷ ଆୟର ତାଙ୍କ ଅଧିନାୟକତ୍ୱରେ KKRକୁ ଚାମ୍ପିଅନ କରିଥିଲେ। ଏଥର ସେ ପଞ୍ଜାବ କିଙ୍ଗ୍ସର ନେତୃତ୍ୱ ନେଉଛନ୍ତି।
ପଞ୍ଜାବ କିଙ୍ଗସ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଲିଗ ପର୍ଯ୍ୟାୟର ୧୨ତମ ମ୍ୟାଚ ଖେଳିଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୧୯ ରନ କରିଥିଲା, ଜବାବରେ ରାଜସ୍ଥାନ କେବଳ ୨୦୯ ରନ କରିପାରିଥିଲା। ପଞ୍ଜାବ ୧୦ ରନରେ ମ୍ୟାଚ ଜିତିଥିଲା। ରବିବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀକୁ ୧୦ ଉଇକେଟ୍‌ରେ ପରାସ୍ତ କରିଥିଲା, ଏହା ପରେ ଗୁଜରାଟ, ପଞ୍ଜାବ ଏବଂ ବେଙ୍ଗାଲୁରୁର ପ୍ଲେଅଫ ଟିକେଟ ମଧ୍ୟ ନିଶ୍ଚିତ ହୋଇଥିଲା।

ଶ୍ରେୟସ ଆୟର ଆଇପିଏଲ ଇତିହାସରେ ପ୍ରଥମ ଅଧିନାୟକ ଭାବେ ୩ଟି ଭିନ୍ନ ଦଳକୁ ପ୍ଲେଅଫରେ ପହଞ୍ଚାଇଛନ୍ତି। ଗତ ବର୍ଷ ସେ କୋଲକାତା ନାଇଟ ରାଇଡର୍ସକୁ ଚାମ୍ପିଅନ କରିଥିଲେ। ପୂର୍ବରୁ, ଆୟର ଦିଲ୍ଲୀ କ୍ୟାପିଟାଲ୍ସକୁ ଫାଇନାଲରେ ପହଞ୍ଚାଇଥିଲେ।

ଏହି ମ୍ୟାଚ ପୂର୍ବରୁ ଶ୍ରେୟସ ଆୟରଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା, ଯାହା ଫଳରେ ସେ ଫିଲ୍ଡିଂ କରିପାରି ନ ଥିଲେ। ତଥାପି, ସେ ବ୍ୟାଟିଂ କରୁଥିବା ସମୟରେ ୩୦ ରନ କରିଥିଲେ। ଆଶା କରାଯାଉଛି ଯେ ସେ ପ୍ଲେଅଫ ମ୍ୟାଚ ପାଇଁ ସମ୍ପୂର୍ଣ୍ଣ ସୁସ୍ଥ ହେବେ, ଯଦିଓ ଦଳକୁ ଲିଗ ପର୍ଯ୍ୟାୟରେ ଆହୁରି ୨ଟି ମ୍ୟାଚ ଖେଳିବାକୁ ବାକି ଅଛି।

ପଞ୍ଜାବ କିଙ୍ଗ୍ସ ଏଥର ବହୁତ ଭଲ ଦେଖାଯାଉଛି, ସେମାନେ ଅନେକ ନିକଟତମ ମ୍ୟାଚ ଜିତିଛନ୍ତି। ପଞ୍ଜାବ କିଙ୍ଗ୍ସର ମାଲିକାଣୀ ପ୍ରୀତି ଜିଣ୍ଟା ମଧ୍ୟ ଏଥିରେ ବହୁତ ଖୁସି, ସେ କହିଛନ୍ତି, ପୂର୍ବରୁ ଆମେ ଯେଉଁ ମ୍ୟାଚ ଜିତିଥିଲୁ ତାହା ହାରୁଥିଲୁ କିନ୍ତୁ ଏଥର ଆମେ ଯେଉଁ ମ୍ୟାଚ ହାରୁଥିଲୁ ତାହା ଜିତିଛୁ।

ଏବେ ଶ୍ରେୟସ ଆୟର ଏବଂ ଦଳ ଶ୍ରେଷ୍ଠ ୨ରେ ପହଞ୍ଚିବାକୁ ଚେଷ୍ଟା କରିବେ କାରଣ ସେହି ୨ ଦଳକୁ ଫାଇନାଲ ଖେଳିବା ପାଇଁ ୨ଟି ସୁଯୋଗ ମିଳିଥାଏ, ଯେତେବେଳେ ବିପରୀତରେ ଅନ୍ୟ ୨ ଦଳକୁ ଫାଇନାଲରେ ପହଞ୍ଚିବା ପାଇଁ କ୍ରମାଗତ ୨ଟି ମ୍ୟାଚ ଜିତିବାକୁ ପଡିବ। ପଞ୍ଜାବର ବର୍ତ୍ତମାନ ୧୨ଟି ମ୍ୟାଚ ପରେ ୧୭ ପଏଣ୍ଟ ଅଛି, ଏହାର ନେଟ ରନ ରେଟ ୦.୩୮୯। ଏହାର ପରବର୍ତ୍ତୀ ୨ଟି ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ନେଇ ଜୋର୍‌ ଧରିଲା ଦାବି

ଅମରପାଲି,୧୧ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନକୁ ନେଇ ବିଭିନ୍ନ ଗ୍ରାମ ମଧ୍ୟରେ ଦାବି ଜୋର ଧରିଛି। ନିଜ…

ହାର୍ଦ୍ଦିକଙ୍କ ବିଦାୟ ପରେ ମୁମ୍ବାଇର ନୂଆ କ୍ୟାପ୍ଟେନ କିଏ? ଦୌଡ଼ରେ ୪ ବଡ଼ ନାଁ , ଜାଣନ୍ତୁ କିଏ ଅଛନ୍ତି ସବୁଠୁ ଆଗରେ…

ନୂଆଦିଲ୍ଲୀ, ୧୧।୧୧: ମୁମ୍ବାଇ ଇଣ୍ଡିଆନ୍ସର ସାଥ ଛାଡ଼ିଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ଆଗାମୀ ଆଇପିଏଲ (ଆଇପିଏଲ ୨୦୨୭)ରେ ସେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ନଜର ଆସିବେ।…

ଏୟାରଇଣ୍ଡିଆ ବିମାନକୁ ଅପହରଣ ଧମକ, ଉଡ଼ାଣ ପୂର୍ବରୁ ପାଇଖାନାରୁ ମିଳିଲା…

କୋଲକାତା,୧୧ା୧୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନବନ୍ଦରରେ ଖେଳିଯାଇଛି ହଇଚଇ। କୋଲକାତାରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ଉଡ଼ାଣ ପୂର୍ବରୁ କ୍ୟାନ୍‌ସେଲ୍‌ କରାଯାଇଛି।…

ମୁମ୍ବାଇ ଇଣ୍ଡିଆନ୍ସ ଛାଡି ପଞ୍ଜାବ କିଙ୍ଗ୍ସ ଗଲେ ହାର୍ଦ୍ଦିକ ପାଣ୍ଡ୍ୟା: ଏତିକି କୋଟି ଟଙ୍କାରେ କିଣିଲା ପଞ୍ଜାବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୧୧।୧୧: ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂହଙ୍କ ଟ୍ରେଡ ଡିଲ କ୍ରିକେଟ ଜଗତରେ ନୂଆ ଚର୍ଚ୍ଚା ସୃଷ୍ଟି…

ଚୁଲି ମୁହଁ ପଶ୍ଚିମକୁ କାହିଁକି? ଜାଣନ୍ତୁ ଏହା ପଛର କାରଣ…

ଆଗକାଳରେ ସମସ୍ତଙ୍କ ଘରେ ପ୍ରାୟ ଚୁଲିରେ ରୋଷେଇ ହେଉଥିଲା। ଏବେ ଯୁଗ ବଦଳିଛି ଲୋକେ ଗ୍ୟାସ୍‌ରେ ରୋଷେଇ କରୁଛନ୍ତି। ମାତ୍ର ଆଜି ବି କିଛି ଅଞ୍ଚଳରେ ଲୋକଙ୍କ…

ଶ୍ରେୟସଙ୍କ ହାତରୁ ଖସିବ ପଞ୍ଜାବ ଅଧିନାୟକ ପଦ? ହାର୍ଦ୍ଦିକ ହେବେ ନୂଆ କ୍ୟାପ୍‌ଟେନ୍‌! ଜାଣନ୍ତୁ କ’ଣ ହେଲା ଫାଇନାଲ

ନୂଆଦିଲ୍ଲୀ, ୧୧।୧୧: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଞ୍ଜାବ କିଙ୍ଗ୍ସରେ ଏଣ୍ଟ୍ରି ହୋଇସାରିଛି। ଅର୍ଶଦୀପ ସିଂହଙ୍କ ସହ ଟ୍ରେଡ ପରେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସର ସାଥ୍‌ ଛାଡ଼ି ପଞ୍ଜାବର ହାତ…

ଡ୍ରାଇଭର ବ୍ରେକ୍‌ ମାରିବା ସମୟରେ ଚଳନ୍ତା କୋଇଲା ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ, ଚାହୁଁଚାହୁଁ…

ପରଜଙ୍ଗ,୧୧ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ମୁଣ୍ଡେଇଲୋ ଟୋଲ୍‌ଗେଟ୍‌ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍‌ରେ ଭୟାବହ ଅଗ୍ନିକାଣ୍ଡ…

ସାଇକେଲ ଆରୋହୀଙ୍କ ଉପରେ ଟ୍ରାକ୍ଟର ମାଡ଼ି ଯାଇ ବିଲ ଭିତରକୁ ଓଲଟିଲା, ଚାଲିଗଲା ଜଣଙ୍କ ଜୀବନ, ଆଉ ଜଣେ …

ପାଟଣା,୧୧ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ-ସୋରାସକେଳା ରାସ୍ତାର ମୂଷାଖୋରୀ ପାଣି ଟାଙ୍କି ନିକଟରେ ବୁଧବାର ପୂର୍ବାହ୍ନରେ ଟ୍ରାକ୍ଟର ୨ଜଣ ସାଇକେଲ ଆରୋହୀଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?