ଶପିଂ ମୋହ

ମହିଳାମାନଙ୍କୁ ଶପିଂ କରିବା ପାଇଁ ଭଲ ଲାଗେ। କିନ୍ତୁ ଅନେକ ସମୟରେ ଆବଶ୍ୟକ ନ ଥାଇ ସେମାନଙ୍କର ଶପିଂ କରିବା ଏକ ନିଶାଭଳି ହୋଇ ଯାଇଥାଏ। ସମୟ ପୂର୍ବରୁ ଏନେଇ ସଚେତନ ନ ହେଲେ କେବଳ ଖର୍ଚ୍ଚାନ୍ତ ହେବା ହିଁ ସାର ହୋଇଥାଏ…

ଘର ପରିବାର ସମସ୍ତଙ୍କ ପାଇଁ ଆବଶ୍ୟକ ଜିନିଷସବୁ କିଣିବାର ଦାୟିତ୍ୱ ପ୍ରାୟତଃ ମହିଳାଙ୍କର। ଏଥିପାଇଁ ତ ସେମାନେ ହିଁ ଅଧିକାଂଶ ସମୟରେ ମାର୍କେଟିଂ କରିଥାନ୍ତି। କିନ୍ତୁ ଶପିଂ କରିବା ସମୟରେ ବେଳେବେଳେ ସେମାନେ ଏଭଳି ମାୟାଜାଲରେ ଫଶିଯାନ୍ତି ଯେ ଅନାବଶ୍ୟକ ଖର୍ଚ୍ଚ କରି ବସନ୍ତି। ଦରକାର ନ ଥାଇ ବି ଅନେକଗୁଡିଏ ଜିନିଷ କିଣି ପକାନ୍ତି। ଏଥିପାଇଁ ଖର୍ଚ୍ଚାନ୍ତ ତ ହେବାକୁ ପଡେ ତା’ ସାଙ୍ଗକୁ ଅର୍ଥହାନି ବି ହୁଏ। ଅନ୍ୟପଟେ ଦୋକାନୀମାନେ ଅଧିକ ବିକ୍ରି କରିବା ପାଇଁ ବିଭିନ୍ନ ଅଫର, ଡିସକାଉଣ୍ଟ ଆଦିର ଲୋଭ ଦେଖାଇ ଗ୍ରାହକମାନଙ୍କୁ ଆକୃଷ୍ଟ କରିଥାନ୍ତି। ଆଉ ଦୋକାନୀଙ୍କର ଏଭଳି ଲୋଭନୀୟ ଅଫର ମୋହରେ ବିଶେଷଭାବେ ଆକୃଷ୍ଟ ହୋଇଥାନ୍ତି ମହିଳାମାନେ। ତେଣୁ ଏଭଳି ମାୟାଜାଲରୁ ମୁକୁଳିବା ପାଇଁ ମହିଳାମାନେ ମାର୍କେଟିଂ ସମୟରେ ସତର୍କ ରୁହନ୍ତୁ।
ଶସ୍ତା ସେଲ୍‌: ବେଳେବେଳେ ମହିଳାମାନେ ଅଯଥାରେ କିଣାକିଣି କରିବାକୁ ଯାଆନ୍ତି, କାହିଁକି ନା ସେମାନେ ଖବର ପାଇଥାନ୍ତି ଶସ୍ତାରେ ବିଭିନ୍ନ ସାମଗ୍ରୀ ସେଲ୍‌ ହେଉଛି। ତେଣୁ ଆବଶ୍ୟକତା ନ ଥିଲେ ବି ଅନେକ ସମୟରେ ଏମିତି ଶସ୍ତାରେ ବିକ୍ରି ହେଉଥିବା କହି ସେମାନେ ଅନେକଗୁଡ଼ିଏ ଜିନିଷ କିଣିପକାନ୍ତି। ଏପରି କରିବା ଫଳରେ ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ, ଯାହା ବଜେଟ ମ୍ୟାନେଜମେଣ୍ଟକୁ ବିଗାଡି ଦେଇଥାଏ।
କ୍ରେଡିଟ୍‌ କାର୍ଡ ଶପିଂ: କ୍ରେଡିଟ କାର୍ଡରେ କିଛି ଜିନିଷ କିଣିବାର ଅର୍ଥ ଋଣ ବା ଧାର କରି କିଣିବା। ବିଶେଷକରି ଶପିଂ କରିବା ସମୟରେ କ୍ରେଡିଟ କାର୍ଡ ଆବଶ୍ୟକ ହୋଇଥାଏ। ବେଳେବେଳେ ସଉକରେ ମହିଳାମାନେ ନିଜ ପାଇଁ ସୁନାଗହଣା ହେଉ କିମ୍ବା ଲୁଗାପଟା ଅବା ଘର ପାଇଁ କିଛି ଜିନିଷ କ୍ରେଡିଟ କା଼ର୍ଡରେ କିଣି ଦେଇଥାନ୍ତି। କିନ୍ତୁ ଏକଥା ଭୁଲି ଯାଇଥାନ୍ତି ଯେ କ୍ରେଡିଟ କାର୍ଡରେ ଅର୍ଥ ଶୁଝିବା ସମୟରେ ଅନେକ ସମୟରେ ଟ୍ୟାକ୍ସ ବି ଅଧିକ ଦେବାକୁ ପଡ଼ିଥାଏ। ତେଣୁ କ୍ରେଡିଟ କାର୍ଡରେ ଅଧିକ କିଣାକିଣି କରିବା ଫଳରେ ତାହା ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ। ତେଣୁ ଲଗ୍‌ଜୁରୀ ଶପିଂ ନିମନ୍ତେ କ୍ରେଡିଟ କାର୍ଡ ବ୍ୟବହାର କରିବା ଉଚିତ ନୁହେଁ।
ଡିସକାଉଣ୍ଟ ପାଇବାକୁ : ଅଧିକ ଜିନିଷ କିଣାକିଣି କରିବା ପାଇଁ ଗ୍ରାହକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଦୋକାନୀମାନେ ଡିସ୍‌କାଉଣ୍ଟର ଲୋଭ ଦେଖାଇଥାନ୍ତି। ଆଉ ଗ୍ରାହକମାନେ ବି ଏହି ଡିସକାଉଣ୍ଟ ଜାଲରେ ଫଶି ଯାଆନ୍ତି। ତିନୋଟି କିଣିବା ପରେ ଗୋଟିଏ ଫ୍ରି କିମ୍ବା ୩ ହଜାର ଟଙ୍କାର କିଣିବା ପରେ ପାଞ୍ଚ ଶହ ଟଙ୍କାର ଫ୍ରି ଏମିତି ଅଫରରେ ଆକୃଷ୍ଟ ହୋଇ ମହିଳାମାନେ ଆବଶ୍ୟକ ନ ଥାଇ ଅଧିକ କିଣାକିଣି କରି ଦିଅନ୍ତି। କିନ୍ତୁ ଏମିତି କରିବା ଫଳରେ ଆବଶ୍ୟକଠାରୁ ଅଧିକ ପଇସା ଖର୍ଚ୍ଚ ହୋଇଯାଏ।
ଅନଲାଇନ୍‌ ଶପିଂ ଡିଲ୍‌ :
ବେଳେବେଳେ ଅନ୍‌ଲାଇନ୍‌ ଶପିଂ ଡିଲ୍‌ ଦେଖି ମହିଳାମାନେ କିଣାକିଣି କରିଥାନ୍ତି। ସୋସିଆଲ ମିଡିଆରେ ଦେଖିବାବେଳେ କିଛି ଜିନିଷ ଶସ୍ତାରେ ବିକ୍ରି ହେଉଥିବା ଦେଖି ସେମାନେ ଜିନିଷ କିଣି ଦେଇଥାନ୍ତି। ଶପିଂ ନିମନ୍ତେ ମୁଡ୍‌ ନ ଥିଲେ ବି ଅନଲାଇନ୍‌ ସେଲ୍‌ ଦେଖି ସଙ୍ଗେ ସଙ୍ଗେ କିଣିବାକୁ ଇଚ୍ଛା ହୁଏ। ଆବଶ୍ୟକ ନ ଥିଲେ ବି ମାତ୍ର ଦୁଇ କିମ୍ବା ତିନି ଦିନ ପାଇଁ ଶପିଂ ଡିଲ୍‌ ରହିଥିବା ଦେଖି ବହୁତଗୁଡିଏ ଜିନିଷ କିଣି ଦେଇଥାନ୍ତି। ତେଣୁ ଏଭଳି ଅଭ୍ୟାସ ଫଳରେ ବି ଅଯଥାରେ ଖର୍ଚ୍ଚ ହୋଇଯାଏ।

 

ଏମାନେ କ’ଣ କହନ୍ତି…

ଶସ୍ତା ଥିଲାବେଳେ କିଣିଲେ ଲାଭ
ଶସ୍ତା ଥିଲେ ମୁଁ ଅଧିକ ଜିନିଷ କିଣି ଦେଇଥାଏ। ଅନ୍‌ଲାଇନରେ ବି ଶସ୍ତାରେ ଜିନିଷ ଦେଖିଲେ ମୁଁ କିଣିବା ପାଇଁ ଚେଷ୍ଟା କରିଥାଏ। କାହିଁକିନା ଘର ପାଇଁ ଜିନିଷ ତ ଦରକାର ପଡିବ ନା। ଅବଶ୍ୟ ଏବେ ଦରକାର ନ ଥିଲେ ଆଗକୁ ତ ନିଶ୍ଚୟ ଦରକାର ହେବ। ସେଥିପାଇଁ ଶସ୍ତା ଥିବାବେଳେ କିଣିଲେ ଲାଭ ହିଁ ହୋଇଥାଏ।
-ଅରୁନ୍ଧତୀ ମହାନ୍ତି
ଚୂଡ଼ାମଣି, ବାସୁଦେବପୁର, ଭଦ୍ରକ
ଆଗକୁ ଦରକାର ହୁଏ
ଶସ୍ତା ଥିବାବେଳେ ଜିନିଷ କିଣି ମୁଁ ଟଙ୍କା ବଞ୍ଚାଇଥାଏ। କାହିଁକିନା ଆଗରୁ କିଣି ରଖିଥିଲେ ଦରକାର ସମୟରେ କିଣିବାକୁ ପଡି ନ ଥାଏ। ସେଥିପାଇଁ ମୋ ପାଇଁ ଆଉ ପିଲାମାନଙ୍କ ଲାଗି ଆଗରୁ ହିଁ ଡ୍ରେସ କିମ୍ବା ଅନ୍ୟ ଜିନିଷ କିଣି ରଖିଥାଏ। ବେଳେବେଳେ ଘରକୁ କେହି ଆସିଲେ ସେମାନଙ୍କୁ ଉପହାର ବି ଦେଇଥାଏ। ତେଣୁ ଥରେ ଖର୍ଚ୍ଚ କରି ମୁଁ ଭବିଷ୍ୟତ ପାଇଁ ସେଭିଂ କରିଥାଏ। ଅବଶ୍ୟ ମୋର ଏମିତି କିଣାକିଣି ଅଭ୍ୟାସକୁ ମୋ ସ୍ବାମୀ ଅଯଥା ଖର୍ଚ୍ଚ କହିଥାନ୍ତି, କିନ୍ତୁ ମୋ ମତରେ ଏମିତି ଶପିଂ କରିବା ଲାଭଦାୟକ।
-ପୁଷ୍ପାଞ୍ଜଳି ଗୋଚ୍ଛି
ଶିକ୍ଷୟିତ୍ରୀ, ବମିଖାଲ, ଭୁବନେଶ୍ୱର
ଡିସକାଉଣ୍ଟରେ କିଣିଲେ
ବହୁତ ଖୁସି ଲାଗେ
ମତେ ଶପିଂ କରିବାକୁ ବହୁତ ଭଲଲାଗେ। ସେଥିପାଇଁ ତ ଯେଉଁଠି ବି ସେଲ କିମ୍ବା ଅଫର ଥାଏ ମୁଁ ସେଠାକୁ ଯାଇ ବୁଲି ଆସିଲେ ମତେ ବହୁତ ଭଲ ଲାଗେ। ତା’ଛଡ଼ା ଯଦି ବହୁତ ଶସ୍ତାରେ ଜିନିଷ ମିଳୁଥିବା ଅନୁଭବ କରେ ତା’ହେଲେ କିଛି କିଣାକିଣି ବି ନିଶ୍ଚୟ କରେ। ଆଉ ଏଥିପାଇଁ ସ୍ବାମୀଙ୍କୁ ବିଭିନ୍ନ କଥା କହି ଟଙ୍କା ନେବାକୁ ପଡ଼ିଥାଏ। ସେ ଯାହା ହେଉ ଡିସକାଉଣ୍ଟରେ କିଣିଲେ ମନ ବହୁତ ଖୁସି ହୋଇଯାଏ।
-ଦୀପ୍ତିମୟୀ ନାୟକ, ଦଶପଲ୍ଲା, ନୟାଗଡ଼


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri