ଶପିଂ ମୋହ

ମହିଳାମାନଙ୍କୁ ଶପିଂ କରିବା ପାଇଁ ଭଲ ଲାଗେ। କିନ୍ତୁ ଅନେକ ସମୟରେ ଆବଶ୍ୟକ ନ ଥାଇ ସେମାନଙ୍କର ଶପିଂ କରିବା ଏକ ନିଶାଭଳି ହୋଇ ଯାଇଥାଏ। ସମୟ ପୂର୍ବରୁ ଏନେଇ ସଚେତନ ନ ହେଲେ କେବଳ ଖର୍ଚ୍ଚାନ୍ତ ହେବା ହିଁ ସାର ହୋଇଥାଏ…

ଘର ପରିବାର ସମସ୍ତଙ୍କ ପାଇଁ ଆବଶ୍ୟକ ଜିନିଷସବୁ କିଣିବାର ଦାୟିତ୍ୱ ପ୍ରାୟତଃ ମହିଳାଙ୍କର। ଏଥିପାଇଁ ତ ସେମାନେ ହିଁ ଅଧିକାଂଶ ସମୟରେ ମାର୍କେଟିଂ କରିଥାନ୍ତି। କିନ୍ତୁ ଶପିଂ କରିବା ସମୟରେ ବେଳେବେଳେ ସେମାନେ ଏଭଳି ମାୟାଜାଲରେ ଫଶିଯାନ୍ତି ଯେ ଅନାବଶ୍ୟକ ଖର୍ଚ୍ଚ କରି ବସନ୍ତି। ଦରକାର ନ ଥାଇ ବି ଅନେକଗୁଡିଏ ଜିନିଷ କିଣି ପକାନ୍ତି। ଏଥିପାଇଁ ଖର୍ଚ୍ଚାନ୍ତ ତ ହେବାକୁ ପଡେ ତା’ ସାଙ୍ଗକୁ ଅର୍ଥହାନି ବି ହୁଏ। ଅନ୍ୟପଟେ ଦୋକାନୀମାନେ ଅଧିକ ବିକ୍ରି କରିବା ପାଇଁ ବିଭିନ୍ନ ଅଫର, ଡିସକାଉଣ୍ଟ ଆଦିର ଲୋଭ ଦେଖାଇ ଗ୍ରାହକମାନଙ୍କୁ ଆକୃଷ୍ଟ କରିଥାନ୍ତି। ଆଉ ଦୋକାନୀଙ୍କର ଏଭଳି ଲୋଭନୀୟ ଅଫର ମୋହରେ ବିଶେଷଭାବେ ଆକୃଷ୍ଟ ହୋଇଥାନ୍ତି ମହିଳାମାନେ। ତେଣୁ ଏଭଳି ମାୟାଜାଲରୁ ମୁକୁଳିବା ପାଇଁ ମହିଳାମାନେ ମାର୍କେଟିଂ ସମୟରେ ସତର୍କ ରୁହନ୍ତୁ।
ଶସ୍ତା ସେଲ୍‌: ବେଳେବେଳେ ମହିଳାମାନେ ଅଯଥାରେ କିଣାକିଣି କରିବାକୁ ଯାଆନ୍ତି, କାହିଁକି ନା ସେମାନେ ଖବର ପାଇଥାନ୍ତି ଶସ୍ତାରେ ବିଭିନ୍ନ ସାମଗ୍ରୀ ସେଲ୍‌ ହେଉଛି। ତେଣୁ ଆବଶ୍ୟକତା ନ ଥିଲେ ବି ଅନେକ ସମୟରେ ଏମିତି ଶସ୍ତାରେ ବିକ୍ରି ହେଉଥିବା କହି ସେମାନେ ଅନେକଗୁଡ଼ିଏ ଜିନିଷ କିଣିପକାନ୍ତି। ଏପରି କରିବା ଫଳରେ ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ, ଯାହା ବଜେଟ ମ୍ୟାନେଜମେଣ୍ଟକୁ ବିଗାଡି ଦେଇଥାଏ।
କ୍ରେଡିଟ୍‌ କାର୍ଡ ଶପିଂ: କ୍ରେଡିଟ କାର୍ଡରେ କିଛି ଜିନିଷ କିଣିବାର ଅର୍ଥ ଋଣ ବା ଧାର କରି କିଣିବା। ବିଶେଷକରି ଶପିଂ କରିବା ସମୟରେ କ୍ରେଡିଟ କାର୍ଡ ଆବଶ୍ୟକ ହୋଇଥାଏ। ବେଳେବେଳେ ସଉକରେ ମହିଳାମାନେ ନିଜ ପାଇଁ ସୁନାଗହଣା ହେଉ କିମ୍ବା ଲୁଗାପଟା ଅବା ଘର ପାଇଁ କିଛି ଜିନିଷ କ୍ରେଡିଟ କା଼ର୍ଡରେ କିଣି ଦେଇଥାନ୍ତି। କିନ୍ତୁ ଏକଥା ଭୁଲି ଯାଇଥାନ୍ତି ଯେ କ୍ରେଡିଟ କାର୍ଡରେ ଅର୍ଥ ଶୁଝିବା ସମୟରେ ଅନେକ ସମୟରେ ଟ୍ୟାକ୍ସ ବି ଅଧିକ ଦେବାକୁ ପଡ଼ିଥାଏ। ତେଣୁ କ୍ରେଡିଟ କାର୍ଡରେ ଅଧିକ କିଣାକିଣି କରିବା ଫଳରେ ତାହା ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ। ତେଣୁ ଲଗ୍‌ଜୁରୀ ଶପିଂ ନିମନ୍ତେ କ୍ରେଡିଟ କାର୍ଡ ବ୍ୟବହାର କରିବା ଉଚିତ ନୁହେଁ।
ଡିସକାଉଣ୍ଟ ପାଇବାକୁ : ଅଧିକ ଜିନିଷ କିଣାକିଣି କରିବା ପାଇଁ ଗ୍ରାହକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଦୋକାନୀମାନେ ଡିସ୍‌କାଉଣ୍ଟର ଲୋଭ ଦେଖାଇଥାନ୍ତି। ଆଉ ଗ୍ରାହକମାନେ ବି ଏହି ଡିସକାଉଣ୍ଟ ଜାଲରେ ଫଶି ଯାଆନ୍ତି। ତିନୋଟି କିଣିବା ପରେ ଗୋଟିଏ ଫ୍ରି କିମ୍ବା ୩ ହଜାର ଟଙ୍କାର କିଣିବା ପରେ ପାଞ୍ଚ ଶହ ଟଙ୍କାର ଫ୍ରି ଏମିତି ଅଫରରେ ଆକୃଷ୍ଟ ହୋଇ ମହିଳାମାନେ ଆବଶ୍ୟକ ନ ଥାଇ ଅଧିକ କିଣାକିଣି କରି ଦିଅନ୍ତି। କିନ୍ତୁ ଏମିତି କରିବା ଫଳରେ ଆବଶ୍ୟକଠାରୁ ଅଧିକ ପଇସା ଖର୍ଚ୍ଚ ହୋଇଯାଏ।
ଅନଲାଇନ୍‌ ଶପିଂ ଡିଲ୍‌ :
ବେଳେବେଳେ ଅନ୍‌ଲାଇନ୍‌ ଶପିଂ ଡିଲ୍‌ ଦେଖି ମହିଳାମାନେ କିଣାକିଣି କରିଥାନ୍ତି। ସୋସିଆଲ ମିଡିଆରେ ଦେଖିବାବେଳେ କିଛି ଜିନିଷ ଶସ୍ତାରେ ବିକ୍ରି ହେଉଥିବା ଦେଖି ସେମାନେ ଜିନିଷ କିଣି ଦେଇଥାନ୍ତି। ଶପିଂ ନିମନ୍ତେ ମୁଡ୍‌ ନ ଥିଲେ ବି ଅନଲାଇନ୍‌ ସେଲ୍‌ ଦେଖି ସଙ୍ଗେ ସଙ୍ଗେ କିଣିବାକୁ ଇଚ୍ଛା ହୁଏ। ଆବଶ୍ୟକ ନ ଥିଲେ ବି ମାତ୍ର ଦୁଇ କିମ୍ବା ତିନି ଦିନ ପାଇଁ ଶପିଂ ଡିଲ୍‌ ରହିଥିବା ଦେଖି ବହୁତଗୁଡିଏ ଜିନିଷ କିଣି ଦେଇଥାନ୍ତି। ତେଣୁ ଏଭଳି ଅଭ୍ୟାସ ଫଳରେ ବି ଅଯଥାରେ ଖର୍ଚ୍ଚ ହୋଇଯାଏ।

 

ଏମାନେ କ’ଣ କହନ୍ତି…

ଶସ୍ତା ଥିଲାବେଳେ କିଣିଲେ ଲାଭ
ଶସ୍ତା ଥିଲେ ମୁଁ ଅଧିକ ଜିନିଷ କିଣି ଦେଇଥାଏ। ଅନ୍‌ଲାଇନରେ ବି ଶସ୍ତାରେ ଜିନିଷ ଦେଖିଲେ ମୁଁ କିଣିବା ପାଇଁ ଚେଷ୍ଟା କରିଥାଏ। କାହିଁକିନା ଘର ପାଇଁ ଜିନିଷ ତ ଦରକାର ପଡିବ ନା। ଅବଶ୍ୟ ଏବେ ଦରକାର ନ ଥିଲେ ଆଗକୁ ତ ନିଶ୍ଚୟ ଦରକାର ହେବ। ସେଥିପାଇଁ ଶସ୍ତା ଥିବାବେଳେ କିଣିଲେ ଲାଭ ହିଁ ହୋଇଥାଏ।
-ଅରୁନ୍ଧତୀ ମହାନ୍ତି
ଚୂଡ଼ାମଣି, ବାସୁଦେବପୁର, ଭଦ୍ରକ
ଆଗକୁ ଦରକାର ହୁଏ
ଶସ୍ତା ଥିବାବେଳେ ଜିନିଷ କିଣି ମୁଁ ଟଙ୍କା ବଞ୍ଚାଇଥାଏ। କାହିଁକିନା ଆଗରୁ କିଣି ରଖିଥିଲେ ଦରକାର ସମୟରେ କିଣିବାକୁ ପଡି ନ ଥାଏ। ସେଥିପାଇଁ ମୋ ପାଇଁ ଆଉ ପିଲାମାନଙ୍କ ଲାଗି ଆଗରୁ ହିଁ ଡ୍ରେସ କିମ୍ବା ଅନ୍ୟ ଜିନିଷ କିଣି ରଖିଥାଏ। ବେଳେବେଳେ ଘରକୁ କେହି ଆସିଲେ ସେମାନଙ୍କୁ ଉପହାର ବି ଦେଇଥାଏ। ତେଣୁ ଥରେ ଖର୍ଚ୍ଚ କରି ମୁଁ ଭବିଷ୍ୟତ ପାଇଁ ସେଭିଂ କରିଥାଏ। ଅବଶ୍ୟ ମୋର ଏମିତି କିଣାକିଣି ଅଭ୍ୟାସକୁ ମୋ ସ୍ବାମୀ ଅଯଥା ଖର୍ଚ୍ଚ କହିଥାନ୍ତି, କିନ୍ତୁ ମୋ ମତରେ ଏମିତି ଶପିଂ କରିବା ଲାଭଦାୟକ।
-ପୁଷ୍ପାଞ୍ଜଳି ଗୋଚ୍ଛି
ଶିକ୍ଷୟିତ୍ରୀ, ବମିଖାଲ, ଭୁବନେଶ୍ୱର
ଡିସକାଉଣ୍ଟରେ କିଣିଲେ
ବହୁତ ଖୁସି ଲାଗେ
ମତେ ଶପିଂ କରିବାକୁ ବହୁତ ଭଲଲାଗେ। ସେଥିପାଇଁ ତ ଯେଉଁଠି ବି ସେଲ କିମ୍ବା ଅଫର ଥାଏ ମୁଁ ସେଠାକୁ ଯାଇ ବୁଲି ଆସିଲେ ମତେ ବହୁତ ଭଲ ଲାଗେ। ତା’ଛଡ଼ା ଯଦି ବହୁତ ଶସ୍ତାରେ ଜିନିଷ ମିଳୁଥିବା ଅନୁଭବ କରେ ତା’ହେଲେ କିଛି କିଣାକିଣି ବି ନିଶ୍ଚୟ କରେ। ଆଉ ଏଥିପାଇଁ ସ୍ବାମୀଙ୍କୁ ବିଭିନ୍ନ କଥା କହି ଟଙ୍କା ନେବାକୁ ପଡ଼ିଥାଏ। ସେ ଯାହା ହେଉ ଡିସକାଉଣ୍ଟରେ କିଣିଲେ ମନ ବହୁତ ଖୁସି ହୋଇଯାଏ।
-ଦୀପ୍ତିମୟୀ ନାୟକ, ଦଶପଲ୍ଲା, ନୟାଗଡ଼


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?