୪ବର୍ଷରେ ବଢ଼ିଛି ଦୁଇଗୁଣା ସିଏସ୍‌ଆର୍‌ ବଜେଟ

ଭୁବନେଶ୍ୱର,୧୪।୪: ସମାଜର ମଙ୍ଗଳ ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥା ମଧ୍ୟରେ ଏକ ପ୍ରକାର ତୀବ୍ର ପ୍ରତିଦ୍ବନ୍ଦ୍ୱିତା ଦେଖାଦେଇଛି। ଫଳରେ ବର୍ତ୍ତମାନ ଏକ ନୂଆ ଧାରା ଦେଖିବାକୁ ମିଳୁଛି, ବଡ କଥା ହେଉଛି ଏ ଦିଗରେ ମୋଟ ବଜେଟ ଦୁଇ ଗୁଣା ବୃଦ୍ଧି ହୋଇଛି। ୨୦୧୫ରେ ସିଏସ୍‌ଆର୍‌ ବାବଦରେ ପ୍ରାୟ୧୦ହଜାର କୋଟି ଟଙ୍କାର ବଜେଟ ପରିମାଣ ଧାର୍ଯ୍ୟ ହେଉଥିବା ବେଳେ ୨୦୧୯ରେ ତାହା ୧୯ହଜାର କୋଟିକୁ ବୃଦ୍ଧି ଘଟିଛି। ରାଜ୍ୟର ପ୍ରମୁଖ ଶିଳ୍ପସଂସ୍ଥାଗୁଡିକର ଏକ ରାଜ୍ୟସ୍ତରୀୟ ସିଏସଆର ସମ୍ମିଳନୀରୁ ଉକ୍ତ ସୂଚନା ସମ୍ପର୍କରେ ଜଣାପଡିଛି। ନିକଟରେ ଭର୍ଚୁଆଲ୍‌ ମୋଡ୍‌ରେ ଆୟୋଜିତ ହୋଇଥିବା ଉକ୍ତ ସମ୍ମିଳନୀ ‘ସାମାଜିକ କାର୍ଯ୍ୟକ୍ରମ କରିବା,ରାଜ୍ୟକୁ ପରିବର୍ତ୍ତନର ସ୍ରୋତରେ ଆଗେଇ ନେବା’ ଶୀର୍ଷକ ଆଲୋଚନାଚକ୍ରରେ ରାଜ୍ୟର ବିଶିଷ୍ଟ ବକ୍ତାମାନେ ନିଜ ନିଜର ମତ ଉପସ୍ଥାପନ କରିଥିଲେ।
ବେଦାନ୍ତ,ଜେଏସପିଏଲ,ଜେଏସଡବ୍ଲ୍ୟୁ, ଏମସିଏଲ, ହାଲ, ଆର୍ସେଲର ମିତ୍ତଲ, ହିଣ୍ଡାଲକୋ-ଉତ୍କଳ ଆଲୁମିନା, ଟିପିସିଓଡିଏଲ୍‌, ଡାଲମିଆ ସିମେଣ୍ଟ, ନାଲୋକ, ଫେକର, ଟାଟା ଷ୍ଟିଲ୍‌ ଭଳି ଅଗ୍ରଣୀ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉକ୍ତ ସମ୍ମିଳନୀରେ ସାମିଲ ଥିଲେ। ସେହିଭଳି ସିଆଇଆଇ, ୟୁସିସିଆଇ ଭଳି ଶିଳ୍ପସଂଘ ମଧ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସି.ଜେ.ଭେନୁଗୋପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିବେଶ ସୁରକ୍ଷା ଓ ଜଳବାୟୁ ଏବଂ ସବୁଜ ଶକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ। ଅପରପକ୍ଷରେ କର୍ପୋରେଟ ଆଇକନ ତପନ ଚାନ୍ଦ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ କହିଥିଲେ ସିଏସ୍‌ଆର୍‌ ଉପରେ ଆଇନଗତ ବ୍ୟବସ୍ଥା ପ୍ରଣୟନ ହେବା ଫଳରେ ଉକ୍ତ ବଜେଟ୍‌ ପରିମାଣ ଦ୍ୱିଗୁଣିତ ହୋଇପାରିଛି। ବିଶେଷକରି ଶିଳ୍ପପତିଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ୱିତା ବଢିଛି, ତେବେ ସିଏସଆରରେ ନୂଆ ଟ୍ରେଣ୍ଡ ଉପରେ ଆମକୁ ଅଧିକ ଫୋକସ ଦେବାକୁ ପଡିବ ବୋଲି ସେ କହିଛନ୍ତି। ସେହିଭଳି ସମସ୍ତ ଶିଳ୍ପ ସଂସ୍ଥା ସେମାନଙ୍କର ଫ୍ଲାଗସିପ୍‌ ସିଏସଆର ପ୍ରକଳ୍ପ ବିଷୟରେ ଏଥିରେ ଉପସ୍ଥାପନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri