୪ବର୍ଷରେ ବଢ଼ିଛି ଦୁଇଗୁଣା ସିଏସ୍‌ଆର୍‌ ବଜେଟ

ଭୁବନେଶ୍ୱର,୧୪।୪: ସମାଜର ମଙ୍ଗଳ ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥା ମଧ୍ୟରେ ଏକ ପ୍ରକାର ତୀବ୍ର ପ୍ରତିଦ୍ବନ୍ଦ୍ୱିତା ଦେଖାଦେଇଛି। ଫଳରେ ବର୍ତ୍ତମାନ ଏକ ନୂଆ ଧାରା ଦେଖିବାକୁ ମିଳୁଛି, ବଡ କଥା ହେଉଛି ଏ ଦିଗରେ ମୋଟ ବଜେଟ ଦୁଇ ଗୁଣା ବୃଦ୍ଧି ହୋଇଛି। ୨୦୧୫ରେ ସିଏସ୍‌ଆର୍‌ ବାବଦରେ ପ୍ରାୟ୧୦ହଜାର କୋଟି ଟଙ୍କାର ବଜେଟ ପରିମାଣ ଧାର୍ଯ୍ୟ ହେଉଥିବା ବେଳେ ୨୦୧୯ରେ ତାହା ୧୯ହଜାର କୋଟିକୁ ବୃଦ୍ଧି ଘଟିଛି। ରାଜ୍ୟର ପ୍ରମୁଖ ଶିଳ୍ପସଂସ୍ଥାଗୁଡିକର ଏକ ରାଜ୍ୟସ୍ତରୀୟ ସିଏସଆର ସମ୍ମିଳନୀରୁ ଉକ୍ତ ସୂଚନା ସମ୍ପର୍କରେ ଜଣାପଡିଛି। ନିକଟରେ ଭର୍ଚୁଆଲ୍‌ ମୋଡ୍‌ରେ ଆୟୋଜିତ ହୋଇଥିବା ଉକ୍ତ ସମ୍ମିଳନୀ ‘ସାମାଜିକ କାର୍ଯ୍ୟକ୍ରମ କରିବା,ରାଜ୍ୟକୁ ପରିବର୍ତ୍ତନର ସ୍ରୋତରେ ଆଗେଇ ନେବା’ ଶୀର୍ଷକ ଆଲୋଚନାଚକ୍ରରେ ରାଜ୍ୟର ବିଶିଷ୍ଟ ବକ୍ତାମାନେ ନିଜ ନିଜର ମତ ଉପସ୍ଥାପନ କରିଥିଲେ।
ବେଦାନ୍ତ,ଜେଏସପିଏଲ,ଜେଏସଡବ୍ଲ୍ୟୁ, ଏମସିଏଲ, ହାଲ, ଆର୍ସେଲର ମିତ୍ତଲ, ହିଣ୍ଡାଲକୋ-ଉତ୍କଳ ଆଲୁମିନା, ଟିପିସିଓଡିଏଲ୍‌, ଡାଲମିଆ ସିମେଣ୍ଟ, ନାଲୋକ, ଫେକର, ଟାଟା ଷ୍ଟିଲ୍‌ ଭଳି ଅଗ୍ରଣୀ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉକ୍ତ ସମ୍ମିଳନୀରେ ସାମିଲ ଥିଲେ। ସେହିଭଳି ସିଆଇଆଇ, ୟୁସିସିଆଇ ଭଳି ଶିଳ୍ପସଂଘ ମଧ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସି.ଜେ.ଭେନୁଗୋପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିବେଶ ସୁରକ୍ଷା ଓ ଜଳବାୟୁ ଏବଂ ସବୁଜ ଶକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ। ଅପରପକ୍ଷରେ କର୍ପୋରେଟ ଆଇକନ ତପନ ଚାନ୍ଦ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ କହିଥିଲେ ସିଏସ୍‌ଆର୍‌ ଉପରେ ଆଇନଗତ ବ୍ୟବସ୍ଥା ପ୍ରଣୟନ ହେବା ଫଳରେ ଉକ୍ତ ବଜେଟ୍‌ ପରିମାଣ ଦ୍ୱିଗୁଣିତ ହୋଇପାରିଛି। ବିଶେଷକରି ଶିଳ୍ପପତିଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ୱିତା ବଢିଛି, ତେବେ ସିଏସଆରରେ ନୂଆ ଟ୍ରେଣ୍ଡ ଉପରେ ଆମକୁ ଅଧିକ ଫୋକସ ଦେବାକୁ ପଡିବ ବୋଲି ସେ କହିଛନ୍ତି। ସେହିଭଳି ସମସ୍ତ ଶିଳ୍ପ ସଂସ୍ଥା ସେମାନଙ୍କର ଫ୍ଲାଗସିପ୍‌ ସିଏସଆର ପ୍ରକଳ୍ପ ବିଷୟରେ ଏଥିରେ ଉପସ୍ଥାପନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?