ସ୍ବାଭିମାନ ଅଞ୍ଚଳରେ ପୁଷ୍ପା-୨ର ଶୁଟିଂ

ମାଲକାନଗିରି,୨୦ା୪(ଡି.ଏନ୍‌.ଏ.): ବହୁଚର୍ଚ୍ଚିତ ଦକ୍ଷିଣ ଭାରତର ଲୋକପ୍ରିୟ ଚଳଚ୍ଚିତ୍ର ‘ପୁଷ୍ପା ଦି ରାଇଜ୍‌’ ସମଗ୍ର ଦେଶରେ ସୁନାମ ଅର୍ଜନ କରିଛି। ଏବେ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ପୁଷ୍ପା-୨ର ଶୁଟିଂ ଓଡ଼ିଶାର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ କରିବାକୁ ନିଷ୍ପତ୍ତି ନେବା ପରେ ଏଥିପାଇଁ ପୂରା ଟିମ୍‌ ମଙ୍ଗଳବାର ଆସି ପହଞ୍ଚତ୍ଛନ୍ତି। ପୂର୍ବରୁ ଏହି ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ମାତା ସ୍ବାଭିମାନ ଅଞ୍ଚଳରେ ପହଞ୍ଚତ୍ ଏହାର ପ୍ରାକୃତିକ ପରିବେଶ, ଘଞ୍ଚ ଜଙ୍ଗଲ, ନଦୀ ଏବଂ ଚିରସ୍ରୋତା ଝରଣା ବୁଲି ଯାଇଥିଲେ। ପରେ ଟିମ୍‌ ଆଲୋଚନା କରି ଚଳଚ୍ଚିିତ୍ର ଶୁଟିଂ ପାଇଁ କେତୋଟି ସ୍ଥାନ ଚୟନ କରିଛି। ଗତ ଦୁଇ ସପ୍ତାହ ତଳେ ଉପରୋକ୍ତ ଅଞ୍ଚଳରେ ପୁଷ୍ପା-୨ର ଶୁଟିଂ କରିବାକୁ ପ୍ରଯୋଜନା ସଂସ୍ଥା ମାଲକାନଗିରି ଜିଲାପାଳ ଓ ଏସ୍‌ପିଙ୍କୁ ଅନୁମତି ପାଇଁ ଆବେଦନ କରିଥିଲା। ଅନୁମତି ପରେ ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡା ନିକଟସ୍ଥ ତରାବୁ ଜଳପ୍ରପାତ ନିକଟରେ ପୁଷ୍ପା-୨ର ଶୁଟିଂ ନିମନ୍ତେ ନିର୍ଦ୍ଦେଶକ, ପ୍ରଯୋଜକ, ମୈତ୍ରୀ ମୁଭି ମେକର ଟିମ୍‌ ଦୁଇଟି ସ୍ବତନ୍ତ୍ର ବସ୍‌ ଯୋଗେ କଳାକାରମାନଙ୍କୁ ଧରି ପହଞ୍ଚତ୍ଛନ୍ତି। ସେଠାରେ ଜଙ୍ଗଲୀ ସେଟ୍‌ ତିଆରି ଚାଲିଛି। ଟିମ୍‌ରେ ମୈତ୍ରୀ ମୁଭି ମେକର ପକ୍ଷରୁ ଫାଇଟ ମାଷ୍ଟର ପିଟର ହାଇସନ୍‌, କଳା ନିର୍ଦ୍ଦେଶକ ରାମକ୍ରିଷ୍ଣା, ଫାଇଟ ମାଷ୍ଟର ଡ୍ରାଗନ ପ୍ରକାଶ, ସହକାରୀ ପ୍ରଯୋଜକ ଶୁଭ୍ରମଣ୍ୟମ୍‌ଙ୍କ ସହ ନିର୍ଦ୍ଦେଶକ ପ୍ରସାଦ ମାରିସେଟି, କ୍ୟାମେରାମ୍ୟାନ ଦେବରାଜ ରହିିଛନ୍ତି। ସେମାନେ ବିଭିନ୍ନ ସ୍ଥାନ ବୁଲି ଲୋକେଶନ ସେଟ୍‌ କରୁଛନ୍ତି। ଏହି ଶୁଟିଂ ସମୟରେ ଶୁଟିଂ ଦେଖିବାକୁ ଯେପରି ପ୍ରବଳ ଭିଡ ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେଇ ଟିମ୍‌ ସ୍ଥାନୀୟ ପୋଲିସ ପ୍ରଶାସନ ସହଯୋଗରେ ଶୁଟିଂ ଆରମ୍ଭ କରିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ମଙ୍ଗଳବାର ଏହି ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ପରୀକ୍ଷାମୂଳକ ଭାବେ କେତେକାଂଶରେ ଶୁଟିଂ ହୋଇଥିବା ଖବର ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?