ଶପିଂ ମଲରେ ଗୁଳିକାଣ୍ଡ,ସନ୍ଦିଗ୍ଧଙ୍କ ସମେତ ୪ ଜଣଙ୍କ ମୃତ୍ୟୁ…

ଓ୍ବାଶିଂଟନ,୧୮।୭ : ଆମେରିକାରେ ବନ୍ଧୁକ ସଂସ୍କୃତି ଯୋଗୁ ବିଭିନ୍ନ ସମୟରେ ଗୁଳିକାଣ୍ଡ ଘଟଣା ଘଟିବାରେ ଲାଗିଛି। ଏଭଳି ଘଟଣା ଧୀରେଧୀରେ ବଢ଼ିବାରେ ମଧ୍ୟ ଲାଗିଛି। ସିଏନଏନ ରିପୋର୍ଟ ଅନୁଯାୟୀ, ରବିବାର ସାରେ ଇଣ୍ଡିଆନାର ଗ୍ରୀନଉଡ ପାର୍କ ଶପିଂ ମଲରେ ଗୁଳିକାଣ୍ଡ ଘଟିଛି।

ଏହି ଘଟଣାରେ ସନ୍ଦିଗ୍ଧଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ବହୁ ଲୋକ ଆହତ ହୋଇଥିବା ଜଣାପଡିଛି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗ୍ରୀନଉଡ ମେୟର ମାର୍କ ମାୟର୍ସଙ୍କ ଅନୁଯାୟୀ ସନ୍ଦିଗ୍ଧ ସୁଟର ମୃତକଙ୍କ ମଧ୍ୟରେ ଅଛନ୍ତି। ଏନକାଉଣ୍ଟର ସମୟରେ ବନ୍ଧୁକଧାରୀଙ୍କୁ ଗୁଳି କରାଯାଇଥିଲା। ମେୟର ମାର୍କ ମାୟର୍ସ ଟୁଇଟ କରି କହିଛନ୍ତି, ଏହି ଦୁଃଖଦ ଘଟଣା ଆମକୁ ଗଭୀର ଆଘାତ ଦେଇଛି।

ଗ୍ରୀନଉଡ ପୋଲିସ ବିଭାଗର ମୁଖ୍ୟ ଜିମ ଆଇସନ କହିଛନ୍ତି ଯେ ଜଣେ ବ୍ୟକ୍ତି ରାଇଫଲ ଏବଂ ଗୁଳି ନେଇ ଗ୍ରୀନଉଡ ପାର୍କ ଶପିଂ ମଲ ଭିତରକୁ ପ୍ରବେଶ କରିଥିଲେ। ସେ ଫୁଡ କୋର୍ଟରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏକ ଗଣମାଧ୍ୟମ ସମ୍ମିଳନୀରେ ଇସାନ କହିଛନ୍ତି ଯେ ବନ୍ଧୁକଧାରୀଙ୍କୁ ଜଣେ ସଶସ୍ତ୍ର ନାଗରିକ ହତ୍ୟା କରିଛନ୍ତି। ଗ୍ରୀନଉଡ ମେୟର ମାର୍କ ମାୟର୍ସ କହିଛନ୍ତି ଯେ ଗ୍ରୀନଉଡ ପୋଲିସ ବିଭାଗ ଏହି ମଲକୁ ନିୟନ୍ତ୍ରଣରେ ରଖିଛି। ମୁଁ କମାଣ୍ଡ ପୋଷ୍ଟ ସହିତ ସିଧାସଳଖ ଯୋଗାଯୋଗରେ ଅଛି । ଏହି ଅଞ୍ଚଳଠାରୁ ଦୂରରେ ରହିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri