ବନ୍ୟାଜଳରେ ବନ୍ୟଜନ୍ତୁ: ଟାପୁରେ ଫସିିଛନ୍ତି ହରିଣ

ମାଲକାନଗିରି,୧୮ା୭ (ଡି.ଏନ୍‌.ଏ.): ପ୍ରବଳ ବର୍ଷା ଯୋଗୁ ଗତ ୬ଦିନ ଧରି ଓଡ଼ିଶା ସହ ଆନ୍ଧ୍ର ପ୍ରଦେଶ ବନ୍ୟାରେ ପ୍ରଭାବିତ ହୋଇଛି। ଏହି ବନ୍ୟାରେ ଅନେକ ଘରଦ୍ୱାର, ଚାଷଜମି ନଷ୍ଟ ହୋଇଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ବନ୍ୟଜନ୍ତୁ। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ିଶା ସୀମାନ୍ତ ଆନ୍ଧ୍ରର ପୂର୍ବ ଗୋଦାବରୀ ଜିଲାରେ। ଏହି ଜିଲାର କାଡିୟମ ବ୍ଲକ ଅନ୍ତର୍ଗତ ପୁଲସଲଙ୍କା ଗ୍ରାମ ନିକଟ ଧବଳେଶ୍ୱର ବ୍ୟାରେଜ୍‌ ନିକଟରେ ଥିବା ଗୋଦାବରୀ ନଦୀର ଏକ ଟାପୁରେ ୧୦୦ରୁ ଊର୍ଦ୍ଧ୍ୱ ହରିଣ ଫସି ରହିଛନ୍ତି। ପୂର୍ବ ଗୋଦାବରୀ ନଦୀରେ ବନ୍ୟାଜଳ ବୃଦ୍ଧି ପାଇବାରୁ ଏହି ହରିଣପଲ ଟାପୁରେ ଫସିରହିଥିବା ଜଣାପଡିଛି। ନିକଟସ୍ଥ ଗ୍ରାମବାସୀ ଜଳରେ ପହଁରି ଆସୁଥିବା ୪ଟି ହରିଣଙ୍କୁ ଉଦ୍ଧାର କରିଥିବା ବେଳେ ଗୋଟିଏ ହରିଣକୁ କୁକୁରମାନେ ମାରି ଦେଇଛନ୍ତି। ଏହି ଘଟଣା ଜାଣିବା ପରେ ଆନ୍ଧ୍ର ଗୋଦାବରୀ ଜିଲାର ବନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚତ୍ କିପରି ହରିଣଗୁଡିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେ ନେଇ ଉଦ୍ୟମ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗା ମିଶନ ବଢ଼ାଉଛି ଜବରଦଖଲ

ନୟାଗଡ଼ ଅଫିସ,୧୮।୪: ଜବରଦଖଲକୁ ଜାଗା ମିଶନ ଯୋଜନା ପ୍ରୋତ୍ସାହିତ କରୁଛି। ଏହି ଯୋଜନାରେ ୮୦୨ରୁ ୪୯୬ ହିତାଧିକାରୀଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର (ପଟ୍ଟା) ମିଳିବା ପରେ...

ସ୍ବାଭାବିକ ହେଲା ବଜେଟ ଆଲୋଚନା

ଭୁବନେଶ୍ୱର,୨୬।୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ଆଗତ କରାଯାଇଥିବା ବଜେଟ ଉପରେ ମଙ୍ଗଳବାର ଆଲୋଚନା ହୋଇଛି। ସୋମବାର ବିରୋଧୀ ଦଳଗୁଡ଼ିକର...

ନନ୍ଦନକାନନ ଟିକେଟ କାଉଣ୍ଟର ବନ୍ଦ: ହଟହଟା ପର୍ଯ୍ୟଟକ

ଭୁବନେଶ୍ୱର,୭।୧(ବ୍ୟୁରୋ): ନନ୍ଦନକାନନ ଟିକେଟ କାଉଣ୍ଟରକୁ ବନ୍ଦ କରିଦିଆଯାଇଛି। ସରକାରଙ୍କ ନୂଆ କୋଭିଡ ନିୟମ ଅନୁଯାୟୀ, ଶୁକ୍ରବାରଠାରୁ ଫେବୃୟାରୀ ପହିଲା ପର୍ଯ୍ୟନ୍ତ ନନ୍ଦନକାନନ ଟିକେଟ କାଉଣ୍ଟର ବନ୍ଦ...

ପୂର୍ବତନ ମନ୍ତ୍ରୀ ଶେଖ୍‌ ମତଲୁବ ଅଲ୍ଲୀଙ୍କ ପରଲୋକ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶେଖ୍‌ ମତଲୁବ ଅଲ୍ଲୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଅସୁସ୍ଥତା...

ଭଦ୍ରକ-କୋଲକତା ବସ୍‌ ଚଳାଚଳ ବନ୍ଦ

ଭଦ୍ରକ ଅଫିସ,୧୩।୭-ଭଦ୍ରକରୁ କୋଲକତା କୌଣସି ବସ୍‌ ଯାଇପାରିବନି କି ଆସିପାରିବନି। କୋଲକତାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗୁରୁବାର ଏପରି ପଦକ୍ଷେପ ନେଇଛି...

ଦୈନିକ ବଜାରରେ ଅଗ୍ନିକାଣ୍ଡ: ଜଳିଗଲା ୧୦ରୁ ଊର୍ଦ୍ଧ୍ୱ ଦୋକାନ

ବରଗଡ଼ ଅଫିସ,୨୬ା୫: ବରଗଡ଼ ସହର ପେଣ୍ଠସ୍ଥଳୀରେ ରହିଥିବା ଦୈନିକ ବଜାର(ହାଟପଦା)ରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୦ରୁ ଊର୍ଦ୍ଧ୍ୱ ଦୋକାନ ଜଳିପୋଡ଼ି ଛାରଖାର...

କୂଅରେ ପଡ଼ିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଯୁବକଙ୍କ ଜୀବନ ଗଲା

ଛେଣ୍ଡିପଦା,୨୧ା୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ଥାନା ଅନ୍ତର୍ଗତ ଶିମିଳିପାଳ ଗ୍ରାମ ପୁରିହାପାଟ ଠାକୁରାଣୀ ପୀଠ ନିକଟରେ ଥିବା କୂଅରେ ପଡ଼ିଯାଇଥିବା ୩ ବର୍ଷର ଶିଶୁକୁ ଉଦ୍ଧାର...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କଲା ପାଇକ ସଙ୍ଗଠନ

ଭୁବନେଶ୍ୱର, ୨୯ା୬(ବ୍ୟୁରୋ): ପୂର୍ବ ଭାରତ ସମୃଦ୍ଧ ହେଲେ ଭାରତ ସମୃଦ୍ଧ ହେବ। ହେଲେ ଓଡିଶାର ନେତୃତ୍ୱ ବିନା ପୂର୍ବ ଭାରତ ସମୃଦ୍ଧଶାଳୀ ହୋଇପାରିବ ନାହିଁ। ପୂର୍ବରୁ...

Advertisement
Archives

Model This Week