ଏଇ ଭାରତରେ

ଜୁନାଗଡ଼ରେ ଏମିତି ଏକ କାଫେ ଅଛି, ଯେଉଁଠି ପୋଷକ ଖାଦ୍ୟ ଖାଇଲେ କିଛି ଦେୟ ଦେବାକୁ ପଡ଼ୁନାହିଁ। କାରଣ କ’ଣ ଜାଣନ୍ତି? ଏଠାରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଦେଲେ ମାଗଣାରେ ଖାଇବାକୁ ମିଳୁଛି। ଉକ୍ତ କାଫେର ନାମ ‘ପ୍ରକୃତି ପ୍ଲାଷ୍ଟିକ କାଫେ’। ବଡ଼ କଥା ହେଉଛି, ଏହି କାଫେକୁ ‘ଓମ୍‌ ଶାନ୍ତି’ ସ୍ବୟଂସହାୟିକା ଗୋଷ୍ଠୀର ସଦସ୍ୟାମାନେ ପରିଚଳାନା କରୁଛନ୍ତି। ଏହି ବ୍ୟବସ୍ଥାର ପ୍ରାୟୋଜକ ହେଉଛନ୍ତି ଜୁନାଗଡ଼ ଜିଲାପାଳ ରଚିତ ରାଜ ଓ ତାଙ୍କ ଟିମ୍‌। ସହରକୁ ସିଙ୍ଗଲ ୟୁଜ୍‌ଡ ପ୍ଲାଷ୍ଟିକ୍‌ ବା ଏକକ ବ୍ୟବହୃତ ପ୍ଲାଷ୍ଟିକମୁକ୍ତ ରଖିବା ଲାଗି ରାଜ୍‌ ଏଭଳି କାଫେ କରିଛନ୍ତି। କାଫେରେ ମିଲ୍‌ ପାଇଁ ଲୋକେ ଯେଉଁ ପ୍ଲାଷ୍ଟିକ ବର୍ଜ୍ୟ ଦାଖଲ କରୁଛନ୍ତି, ତାହାକୁ ‘ପ୍ଲାଷ୍ଟିକ ମନି’ କୁହାଯାଉଛି। ପ୍ଲାଷ୍ଟିକ୍‌ ମନି ଦେଇ ସେମାନେ ମନ ପସନ୍ଦ ଶାକାହାରୀ ଖାଦ୍ୟ ପାଉଛନ୍ତି। ସମସ୍ତ ଖାଦ୍ୟ ପ୍ରାକୃତିକ ପଦ୍ଧତିରେ ଉପତ୍ାଦିତ ପରିବାରେ ପ୍ରସ୍ତୁତ କରାଯାଉଛି। ଏଥିପାଇଁ ପ୍ରାକୃତିକ ପଦ୍ଧତିରେ ଚାଷ କରୁଥିବା କୃଷକମାନଙ୍କ ସହ ଚୁକ୍ତି କରାଯାଇଛି। ଅଧାକେଜି ପ୍ଲାଷ୍ଟିକ ଦେଲେ କାଫେରେ ଗୋଟିଏ ପାନୀୟ ମିଳୁଛି ଓ ୧ କେଜି ପ୍ଲାଷ୍ଟିିକ ବର୍ଜ୍ୟ ବଦଳରେ ମିଳୁଛି ଗୋଟିଏ ମିଲ୍‌। ୩୦ ଜୁନ୍‌ ୨୦୨୨ରେ ଏହି କାଫେ ଆରମ୍ଭ କରାଯାଇଥିଲା। ଏବେ ସୁଦ୍ଧା ଖାଉଟିଙ୍କଠାରୁ କାଫେ ୬୭୩ କେ.ଜି. ବର୍ଜ୍ୟ ସଂଗ୍ରହ କରିସାରିଲାଣି। ଏହି ବର୍ଜ୍ୟକୁ ରିସାଇକିଲିଂ ପାଇଁ ପଠାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri