ଏଇ ଭାରତରେ

ଜୁନାଗଡ଼ରେ ଏମିତି ଏକ କାଫେ ଅଛି, ଯେଉଁଠି ପୋଷକ ଖାଦ୍ୟ ଖାଇଲେ କିଛି ଦେୟ ଦେବାକୁ ପଡ଼ୁନାହିଁ। କାରଣ କ’ଣ ଜାଣନ୍ତି? ଏଠାରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଦେଲେ ମାଗଣାରେ ଖାଇବାକୁ ମିଳୁଛି। ଉକ୍ତ କାଫେର ନାମ ‘ପ୍ରକୃତି ପ୍ଲାଷ୍ଟିକ କାଫେ’। ବଡ଼ କଥା ହେଉଛି, ଏହି କାଫେକୁ ‘ଓମ୍‌ ଶାନ୍ତି’ ସ୍ବୟଂସହାୟିକା ଗୋଷ୍ଠୀର ସଦସ୍ୟାମାନେ ପରିଚଳାନା କରୁଛନ୍ତି। ଏହି ବ୍ୟବସ୍ଥାର ପ୍ରାୟୋଜକ ହେଉଛନ୍ତି ଜୁନାଗଡ଼ ଜିଲାପାଳ ରଚିତ ରାଜ ଓ ତାଙ୍କ ଟିମ୍‌। ସହରକୁ ସିଙ୍ଗଲ ୟୁଜ୍‌ଡ ପ୍ଲାଷ୍ଟିକ୍‌ ବା ଏକକ ବ୍ୟବହୃତ ପ୍ଲାଷ୍ଟିକମୁକ୍ତ ରଖିବା ଲାଗି ରାଜ୍‌ ଏଭଳି କାଫେ କରିଛନ୍ତି। କାଫେରେ ମିଲ୍‌ ପାଇଁ ଲୋକେ ଯେଉଁ ପ୍ଲାଷ୍ଟିକ ବର୍ଜ୍ୟ ଦାଖଲ କରୁଛନ୍ତି, ତାହାକୁ ‘ପ୍ଲାଷ୍ଟିକ ମନି’ କୁହାଯାଉଛି। ପ୍ଲାଷ୍ଟିକ୍‌ ମନି ଦେଇ ସେମାନେ ମନ ପସନ୍ଦ ଶାକାହାରୀ ଖାଦ୍ୟ ପାଉଛନ୍ତି। ସମସ୍ତ ଖାଦ୍ୟ ପ୍ରାକୃତିକ ପଦ୍ଧତିରେ ଉପତ୍ାଦିତ ପରିବାରେ ପ୍ରସ୍ତୁତ କରାଯାଉଛି। ଏଥିପାଇଁ ପ୍ରାକୃତିକ ପଦ୍ଧତିରେ ଚାଷ କରୁଥିବା କୃଷକମାନଙ୍କ ସହ ଚୁକ୍ତି କରାଯାଇଛି। ଅଧାକେଜି ପ୍ଲାଷ୍ଟିକ ଦେଲେ କାଫେରେ ଗୋଟିଏ ପାନୀୟ ମିଳୁଛି ଓ ୧ କେଜି ପ୍ଲାଷ୍ଟିିକ ବର୍ଜ୍ୟ ବଦଳରେ ମିଳୁଛି ଗୋଟିଏ ମିଲ୍‌। ୩୦ ଜୁନ୍‌ ୨୦୨୨ରେ ଏହି କାଫେ ଆରମ୍ଭ କରାଯାଇଥିଲା। ଏବେ ସୁଦ୍ଧା ଖାଉଟିଙ୍କଠାରୁ କାଫେ ୬୭୩ କେ.ଜି. ବର୍ଜ୍ୟ ସଂଗ୍ରହ କରିସାରିଲାଣି। ଏହି ବର୍ଜ୍ୟକୁ ରିସାଇକିଲିଂ ପାଇଁ ପଠାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri