ପାରିଲେନି; କରୋନା ସହ ଲଢ଼େଇରେ ହାରିଗଲେ ‘ଶୁଟର୍‌ ଦାଦି’

ବମ୍ବେ: ଆଉ ନାହାନ୍ତି ଶୁଟର୍‌ ଦାଦି ନାମରେ ଖ୍ୟାତ ଚନ୍ଦ୍ରୋ ତୋମାର। କରୋନା ସହ ଲଢ଼େଇରେ ସେ ହାରି ଯାଇଛନ୍ତି। କିଛି ଦିନ ତଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଉତ୍ତରପ୍ରଦେଶର ବାଗପତର ଜୋହରି ଗ୍ରାମର ଏହି ୮୯ ବର୍ଷୀୟ ଦାଦି କରୋନାରେ ସଂକ୍ରମିତ ହୋଇଥିଲେ । ତାଙ୍କୁ ମେରଠର ଆନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ଜଣାପଡ଼ିବା ପରେ ଖେଳ ଜଗତ ସହ ସିନେମା ଓ ରାଜନୀତିଜଗତର ପ୍ରମୁଖ ବ୍ୟକ୍ତିବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ଭାରତର ସବୁଠାରୁ ବୟସ୍କ ଶାର୍ପସୁଟର ଚନ୍ଦ୍ରୋ ଓ ପ୍ରକାଶି ତୋମରଙ୍କ ଜୀବନକାହାଣୀକୁ ନେଇ ଫିଲ୍ମ ‘ସାଣ୍ଢ କି ଆନ୍ଖ’ ନିର୍ମିତ ହୋଇଥିଲା। ଏଥିରେ ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ଓ ଭୂମି ପେଡନେକର ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଏବେ ଚନ୍ଦ୍ରୋଙ୍କ ପରଲୋକ ଖବର ଶୁଣି ସେମାନେ ମର୍ମାହତ ହୋଇଛନ୍ତି। ସବୁବେଳେ ସେ ସବୁ ଝିଅଙ୍କ ପାଇଁ ପ୍ରେରଣାର ଉତ୍ସ ରହିବେ ବୋଲି ଅଭିନେତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆଦିପୁରୁଷ’ର ୧୦ ହଜାର ଟିକେଟ ମାଗଣାରେ ଦେବେ ‘ଦ କଶ୍ମୀର ଫାଇଲ୍ସ’ର ପ୍ରଡ୍ୟୁସର

ମୁମ୍ବାଇ: ମନୋରଞ୍ଜନ ଦୁନିଆର ଆଗଧାଡିର ନାୟକ ପ୍ରଭାସ, କ୍ରିତି ସାନନ, ସନି ସିଂ, ଦେବଦତ୍ତ ନାଗେ ଏବଂ ଶୈଫ ଅଲି ଖାଁ ଷ୍ଟାରର ମୁଭି ‘ଆଦିପୁରୁଷ’...

ଅଖିଳେଶଙ୍କୁ ଭେଟିଲେ ରଜନୀକାନ୍ତ

ମୁମ୍ବାଇ/ଲକ୍ଷ୍ନୌ,୨୦।୮: ସାଉଥ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ମୁଭି ‘ଜେଲର’ର ସକସେସ ପରେ ଏବେ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି। ଏହି ସମୟରେ ଥଲାଇଭା ଆକ୍ଟର ଉତ୍ତର...

ପ୍ରଯୋଜକଙ୍କ ପ୍ରେମରେ ପଡ଼ିଛନ୍ତି ଏହି ଦକ୍ଷିଣ ଭାରତୀୟ ସୁନ୍ଦରୀ ଅଭିନେତ୍ରୀ, ଜନ୍ମଦିନରେ…

ହାଇଦ୍ରାବାଦ: ପ୍ରେମରେ ପଡ଼ିଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରକୁଲ ପ୍ରିତ। ଆଜି ରକୁଲ ନିଜର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହାକୁ ନେଇ ତାଙ୍କ ନିକଟକୁ...

ଅଭିନେତାରୁ ନିର୍ଦ୍ଦେଶକ

ଓଡ଼ଆ ଚଳଚ୍ଚିତ୍ର ‘ରୁପା ଗାଁରେ ସୁନା କନିଆ’ରୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ ଜୀବନ। ପରବର୍ତ୍ତୀ ସମୟରେ ସେ ‘ସ୍ତ୍ରୀ’, ‘ସତମିଛ’, ‘କିଏ ପୋଛିବ ମୋ...

ଇନ୍ଦ୍ରଜାଲ

ମଣିଷ ଜୀବନରେ ଅନେକ ଘଟଣା ଘଟିଥାଏ। ବେଳେବେଳେ ସେହି ଘଟଣା ମଧ୍ୟରୁ କେତେକ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରେ। ଆଉ ତାହାର ଆଶାତୀତ ଦଣ୍ଡ...

ବିବାହ ପରେ ନାମ ବଦଳାଇଲେ କାଜଲ; ଅଗ୍ରଓ୍ବାଲ ପରିବର୍ତ୍ତେ ରଖିଲେ କିଚଲୁ

ବମ୍ବେ: ଜୀବନରେ ଅନେକ କିଛି ପରିବର୍ତ୍ତନ କରିଦିଏ ବିବାହ। ସେଭଳି ଗୋଟିଏ ହେଉଛି ନାମ ପରିବର୍ତ୍ତନ। ମହିଳାଟିଏ ବିବାହ ପରେ ନିଜ ସରନେମ୍‌ ବଦଳାଇଥାଏ। ଯଦିଓ...

ବିବାହର ନଅ ବର୍ଷ ପରେ ବାପା ହେଲେ ଏହି ଅଭିନେତା, ଘରକୁ ଆସିଲା କୁନି ଅତିଥି

ବମ୍ବେ: ବିବାହର ନଅ ବର୍ଷ ପରେ ‘କସୌଟି ଜିନ୍ଦେଗୀ କି-୨’ ଫେମ୍‌ ସାହିଲ ଆନନ୍ଦଙ୍କ ଘରକୁ ଆସିଛି ନୂଆ ଅତିଥି। ସେ ବାପା ହୋଇଥିବା ନେଇ...

ବର୍ଷା ପ୍ରେମରେ ଏହି ଅଭିନେତ୍ରୀ, ଖୋଲା ଆକାଶ ତଳେ କଲେ ଡ୍ୟାନ୍ସ, ଭିଡିଓ ଭାଇରାଲ

ମୁମ୍ବାଇ: ବର୍ଷା ଋତୁ କାହାକୁ ପସନ୍ଦ ନୁହେଁ କହିଲେ। ମୟୂର ମଧ୍ୟ ଆକାଶରେ କଳାହାଣ୍ଡିଆ ମେଘ ଦେଖି ଖୁସିରେ ନାଚି ଉଠେ। ଏଥିରୁ ଅଭିନେତ୍ରୀ ବା...

Advertisement
Archives

Model This Week