କରୋନା ରୋଗୀ-ଯୋଦ୍ଧାଙ୍କ ପାଇଁ ତିଆରି ହେଲା ସ୍ବତନ୍ତ୍ର ଚପଲ, ଏହା ଦେବ ଅକ୍ସିଜେନ

କରୋନା ମହାମାରୀର ଦ୍ୱିତୀୟ ଲହର ଏବେ ସମଗ୍ର ବିଶ୍ୱକୁ କବଳିତ କରିଛି। ଚାରିଆଡ଼େ ଖାଲି ମୃତ୍ୟୁ ହିଁ ମୃତ୍ୟୁ। ଏହି ସମୟରେ କିଛି କମ୍ପାନୀ କରୋନା ଆକ୍ରାନ୍ତ ଏବଂ କରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ଜର୍ମାନୀର ଏକ କମ୍ପାନୀ କରୋନା ରୋଗୀ ଏବଂ ମେଡିକାଲ ଷ୍ଟାଫ୍‌ଙ୍କ ପାଇଁ ଏକ ସ୍ବତନ୍ତ୍ର ଧରଣର ଚପଲ ତିଆରି କରିଛି।

ସାଧାରଣତଃ ଜୋତା ଏବଂ ଚପଲରେ ୭ ଘଣ୍ଟା ପର୍ଯ୍ୟନ୍ତ ବ୍ୟାକ୍ଟେରିଆ ଲାଗି ରହିଥାନ୍ତି। ଏହି ଚପଲକୁ ସହଜରେ ସାନିଟାଇଜ୍‌ କରାଯାଇପାରିବ। ସାଧାରଣତଃ ଜଣେ ବ୍ୟକ୍ତି ଦିନକୁ ୩୦୦୦ ପାଦ ଚାଲିଥାନ୍ତି। କିନ୍ତୁ ଜର୍ମାନୀର ଭନ୍‌ ଓ୍ବେଲେକ୍ସ (von-wellx) କମ୍ପାନୀର ଚପଲକୁ ପିନ୍ଧି ୮୦୦୦ ପାଦ ପର୍ଯ୍ୟନ୍ତ ଯାଇହେବ। କମ୍ପାନୀ କହିବା କଥା, ଏହି ସ୍ବତନ୍ତ୍ର ଧରଣର ଚପଲ କରୋନା ରୋଗୀ ଏବଂ କରୋନା ଯୋଦ୍ଧାଙ୍କୁ ବହୁତ ସାହାଯ୍ୟ କରିବ।

ଫ୍ୟାକ୍ଟ୍ରିରେ ବହୁ ପରିମାଣରେ ଚପଲ ତିଆରି କରାଯାଉଛି। ଏହି ଚପଲ ପିନ୍ଧି ଚାଲିଲେ ମାଂସପେଶୀ ସୁଦୃଢ଼ ହୋଇଥାଏ। ଯାହାକି ଶରୀରରେ ରକ୍ତ ସଞ୍ଚାଳନ ଓ ଅକ୍ସିଜେନକୁ ଖୁବ ଦ୍ରୁତ ଗତିରେ ବଢ଼ାଇଥାଏ। କରୋନା ଭାଇରସକୁ ଦୃଷ୍ଟିରେ ରଖି ଏହି ଚପଲ ପ୍ରସ୍ତୁତ କରିବାରେ ସ୍ବତନ୍ତ୍ର ଧରଣର ମ୍ୟାଟେରିଆଲ ବ୍ୟବହୃତ ହୋଇଛି। ଏହାକୁ ପିନ୍ଧିବା ପରେ ରୋଗୀ ଏବଂ କରୋନା ଯୋଦ୍ଧା ସମ୍ପୂର୍ଣ୍ଣ ଭାବରେ ଆକ୍ଟିଭ ଓ ଫିଟ୍‌ ରହିବେ ବୋଲି କମ୍ପାନୀ କହିଛି।

ଉକ୍ତ କମ୍ପାନୀ ଦେଶରେ କୋଭିଡ୍‌ ରୋଗୀ ଓ ମେଡିକାଲ ହେଲଥ ଓ୍ବାର୍କର୍ସଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ୍‌ ଦ୍ବାରା ଦେବାର ଘୋଷଣା କରିଛି। ଜୋତା ବ୍ୟବସାୟର ମୁଖ୍ୟ ଆଶିଷ ଜୈନ କହିଛନ୍ତି, କମ୍ପାନୀ ୧୦ ହଜାର ହଳ ଚପଲ ଦାନ କରିବ। ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା ରହିଛି। ଦେଶର ଭିନ୍ନ ଭିନ୍ନ ହସ୍ପିଟାଲରେ ଏହି ଚପଲକୁ ମାଗଣାରେ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହିତ ହୋଇ ଅନୈତିକ ସମ୍ପର୍କରେ ପାର୍ଟନରଙ୍କ ବିରୋଧରେ କରିପାରିବେନି ଅଭିଯୋଗ

ବେଙ୍ଗାଲୁରୁ,୨୨।୬: ବିବାହିତ ହୋଇ ଅନୈତିକ ସମ୍ପର୍କରେ ପାର୍ଟନରଙ୍କ ବିରୋଧରେ କରିପାରିବେନି ଅଭିଯୋଗ। ଏନେଇ ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି କର୍ନାଟକ ହାଇକୋର୍ଟ। ଅଭିଯୁକ୍ତଙ୍କୁ...

ସୋନିଆ ଇଡିରେ ହାଜର ହେବା ଦିନ ଦେଶବ୍ୟାପି ଆନ୍ଦୋଳନ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୪ ।୭: ବହୁ ଚର୍ଚ୍ଚିତ ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ସମନ ପଠାଯିବାକୁ ବିରୋଧ କରି କଂଗ୍ରେସ...

ପାକିସ୍ତାନ ହରାଇବ ଅଣନାଟୋ ମିତ୍ର ପରିଚୟ

ଓ୍ବାଶିଂଟନ, ୫।୧(ପି.ଟି.): ଆମେରିକାରେ କରୋନା ମହାମାରୀ ସଙ୍କଟ ଓ ରାଜନୈତିକ ଅନିଶ୍ଚିତତା ମଧ୍ୟରେ ରବିବାର ୧୧୭ତମ କଂଗ୍ରେସ ଆରମ୍ଭ ହୋଇଛି। ଏହାର ପ୍ରଥମ ଦିନରେ ପାକିସ୍ତାନକୁ...

ମହାରାଷ୍ଟ୍ର ରାଜନୀତି ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, ଏନସିପିର ମତଭେଦକୁ କହିଲେ ପାରିବାରିକ ମାମଲା

ମୁମ୍ବାଇ,୬।୭: ଜାତୀୟ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାର ମହାରାଷ୍ଟ୍ରର ଶିନ୍ଦେ ସରକାରରେ ଯୋଗଦେବା ପରେ ଏହାକୁ ସବୁଆଡେ ସମାଲୋଚନା କରାଯାଉଛି। ଉଭୟ ଏନସିପି...

ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ଷେପଣାସ୍ତ୍ରର ପରୀକ୍ଷଣ

ନୂଆଦିଲ୍ଲୀ,୧୨।୫: ସୁଖୋଇ ଯୁଦ୍ଧବିମାନରୁ ଗୁରୁବାର ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ଷେପଣାସ୍ତ୍ର ପରିବର୍ତ୍ତିତ ଭର୍ସନ୍‌ର ସଫଳ ପରୀକ୍ଷା କରାଯାଇଛି। ବଙ୍ଗୋପସାଗରରେ ଧାର୍ଯ୍ୟ ଲକ୍ଷ୍ୟସ୍ଥଳକୁ ଏହା ସିଧାସଳଖ ମାଡ଼ କରିଥିଲା...

ଜେଡିୟୁକୁ ସମର୍ଥନ ଦେବାକୁ ଆରଜେଡି ପ୍ରସ୍ତୁତ

ପାଟନା,୮।୮: ବିହାରରେ ଭାଜପା ଓ ଜେଡିୟୁ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଦୁଇ ଦଳ ସରକାରରେ ଥିଲେ ମଧ୍ୟ ପରସ୍ପରକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି।...

ଶୁଟର ଦାଦିଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ୟୁପି ସରକାର

ଲକ୍ଷ୍ନୌ,୭।୯: ଦେଶର ଶୁଟର ଦାଦି ତଥା ଅନ୍ତରାଷ୍ଟ୍ରୀୟ ଖାତି ସମ୍ପନ୍ନ ବିଶ୍ୱର ସବୁଠାରୁ ବୟସ୍କ ମହିଳା ବନ୍ଧୁକଚାଳିକା ଚନ୍ଦ୍ରୋ ତୋମରଙ୍କର ଦିଲ୍ଲୀସ୍ଥିିତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ...

ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ଯୁଦ୍ଧ: ପାକିସ୍ତାନ ମନ୍ତ୍ରୀ

ଇସ୍‌ଲାମାବାଦ,୧୪।୧୨: ନିଜର ବେକାବୁ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାକୁ ଆସି ପରିହାସର ଶିକାର ହେଉଥିବା ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ଏଥର ମଧ୍ୟ ସେମିତି ଏକ...

Advertisement
Archives

Model This Week