ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ ଜଣ ମନୋନୀତ ହୋଇଛନ୍ତି। ସେଥିରୁ ଗଞ୍ଜାମ ବ୍ଲକର ଶିବପ୍ରସାଦ ଜେନା କବାଡ଼ି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆସନ୍ତା ୨୯ରେ ରାଇପୁର ଗସ୍ତ କରିବେ। ସେଠାରେ ୧ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିସ କ୍ୟାମ୍ପ ଏବଂ ୬ରୁ ୯ଅ ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେଠାରୁ ଗୋଲ୍ଡ ମେଡାଲ ଜିତିବା ଲକ୍ଷ୍ୟ ରଖିଛନ୍ତି ଶିବପ୍ରସାଦ। ଶିବପ୍ରସାଦ ହେଉଛନ୍ତି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଗୋଖରକୁଦା ଗ୍ରାମର ବଟେଶ୍ୱର ଜେନାଙ୍କ ଏକମାତ୍ର ପୁଅ। ବାପା ବୃତ୍ତିରେ ଜଣେ ବଣିକ। ମା’ ବିଷ୍ଣୁପ୍ରିୟା ଗୃହିଣୀ। ଭଲ ପାଠ ପଢ଼ାଇ ଭଲ ମଣିଷ କରିବା ପାଇଁ ନିଜ ଘର ଛାଡ଼ି ସ୍ତ୍ରୀ ପିଲାଙ୍କୁ ଧରି ଦୀର୍ଘ ବର୍ଷ ହେବ ଗଞ୍ଜାମ ବଡ଼ ବଜାରଠାରେ ରହି ଆସୁଛନ୍ତି ବଟେଶ୍ୱରଙ୍କ ପରିବାର। ଶିବପ୍ରସାଦ ସ୍ଥାନୀୟ ଜୟଶ୍ରୀ କେମିକାଲସ୍‌ କରମେଟ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଷ୍ଟାଣ୍ଡାର୍ଡ ଥ୍ରୀରେ ପାଠ ପଡୁଥିବା ବେଳେ ବିଭିନ୍ନ ଖେଳକୁଦ ପ୍ରତି ଶିବପ୍ରସାଦଙ୍କ ଆଗ୍ରହ ବଢ଼ିଥିଲା। ପୁଅର ଆଗ୍ରହ ଦେଖି ବାପା ମା’ ସମସ୍ତ ସହଯୋଗ କରିବା ସହ ତାଲିମ ନିମନ୍ତେ କୋଚ ସିଏଚ୍‌ ପ୍ରସାଦ ନାୟକଙ୍କ ଯୋଗାଯୋଗ କରିଥିଲେ।

ସେହିଦିନ ଠାରୁ ପଛକୁ ଫେରିନାହାନ୍ତି ଶିବପ୍ରସାଦ।ସେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛନ୍ତି। ପ୍ରଥମେ ସ୍କୁଲ ତରଫରୁ ବ୍ରହ୍ମପୁର ସ୍ୟାଣ୍ଡ ଭିନସନରେ ଅନୁଷ୍ଠିତ ଟାଇକୋଣ୍ଡ ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ଜିତି ସ୍କୁଲ ତଥା ଗାଁ ଓ ସହର ପାଇଁ ଗୌରବ ଆଣିଦେଇଥିଲେ। ପରେ ଜିଲା ସ୍ତରୀୟ ୧୪ ବର୍ଷରୁ କମ୍‌ ପ୍ରତିଯୋଗିତାରେ ପୁରୁଷୋତ୍ତମପୁରଠାରେ ପୁଣି ଗୋଲ୍ଡ ଏବଂ ପୁରୀରେ ଅନୁଷ୍ଠିତ ଏକ ପ୍ରତିଯୋଗିତାରେ ସିଲଭର ପାଇ ସମସ୍ତଙ୍କୁ ଚକିତ କରିଥିଲେ ଶିବପ୍ରସାଦ। ଏଥିସହ କେନ୍ଦୁଝର ନିର୍ମାଣ କୋଭିଡ ସ୍କୁଲରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେଇ ସେଠାରେ ମଧ୍ୟ ଗୋଲ୍ଡ ମେଡାଲ ଜିତି ରାଜ୍ୟ ପାଇଁ ଗୌରବ ଆଣିବା ସହ ଜାତୀୟ ସ୍ତରରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି ଶିବପ୍ରସାଦ। ଗତ ୮ରେ ତାମିଲଡୁର କଇଁବାତୁର ଆରମ୍ଭ ହେବାକୁ ଥିବା ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଭାଗ ନେବାକୁ ତାମିଲଲାଡ଼ୁ ଯାଇଥିଲେ ଶିବପ୍ରସାଦ। ତାଙ୍କର ଏହି ସଫଳତା ପାଇଁ ଗତ ଅଗଷ୍ଟ ୩୧ ସ୍ବାୟତ୍ତ ଶାସନ ଦିବସ ଅବସରରେ ଏନ୍‌ଏସି ପ୍ରଶାସନ ପକ୍ଷରୁ ଶିବପ୍ରସାଦଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ନିଜ ସଫଳତା ପାଇଁ ବାପା ଓ ମା’ ଙ୍କ ପ୍ରେରଣା ଆଶୀର୍ବାଦ ଏବଂ କୋଚଙ୍କ ପ୍ରଶିକ୍ଷଣକୁ ଶ୍ରେୟ ଦେଇଛନ୍ତି ଶିବପ୍ରସାଦ। ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ଭବିଷ୍ୟତରେ ଅନ୍ତର୍ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେବାକୁ ଲକ୍ଷ୍ୟ ରଖିଥିବା ଚଳିତ ବର୍ଷ ଶିବପ୍ରସାଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri