କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା। ଫଳରେ ମନ୍ଦିରରେ ଅବସ୍ଥାନ କରୁଥିବା ପୂଜକ ମିତ୍ରଭାନୁ ପଟେଲ ଓ ତାଙ୍କ ସ୍ତ୍ରୀ ଦୁନିଆ ଦୀର୍ଘ ୮ଘଣ୍ଟା ପର୍ଯ୍ୟନ୍ତ ପାଣି ଘେରରେ ଫସି ରହିଥିଲେ। ସେମାନେ ବ୍ୟାକୁଳ ଓ ଭୟଭୀତ ହୋଇ ଉଦ୍ଧାର ପାଇଁ ଗ୍ରାମବାସୀ ତଥା ପରିବାର ଲୋକଙ୍କୁ ଫୋନରେ ଆକୁଳ ନିବେଦନ କରିଥିଲେ। ପରେ କୁଚିଣ୍ଡାରୁ ଦମକଳ ବାହିନୀ ପହଞ୍ଚି ପୂଜକ ପଟେଲ ଦମ୍ପତିଙ୍କୁ ଲାଇଫ୍ ଜ୍ୟାକେଟ୍ ମାଧ୍ୟମରେ ଉଦ୍ଧାର କରିଛନ୍ତି।
ସୂଚନାଯୋଗ୍ୟ, ପୂଜକ ପଟେଲ ଓ ତାଙ୍କ ସ୍ତ୍ରୀ ଉଭୟେ ମନ୍ଦିର ପୂଜା କରି ରାତିରେ ସେଠାରେ ରୁହନ୍ତି। ଖବରପାଇ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ, କୁଚିଣ୍ଡା ବିଡିଓ ଜୟନ୍ତ ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ବନ୍ୟାପାଣିରେ ଅଧା ବୁଡ଼ିରହିଥିବା ଚକଦରହ ମନ୍ଦିର ବନ୍ୟାସ୍ଥିତି ପରିଦର୍ଶନ କରିଛନ୍ତି।

