Advertisement
Posted inଜାତୀୟ

ଶିବସେନା ନେତାଙ୍କୁ ଗୁଳି ମାରିଥିବା ଅଭିଯୁକ୍ତଙ୍କ ଗାଡ଼ିରୁ ମିଳିଲା କମେଡିଆନ ଭାରତୀଙ୍କ ଫଟୋ

ନୂଆଦିଲ୍ଲୀ,୪।୧୧: ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାରେ ତଦନ୍ତ କରୁଥିବା ପୋଲିସକୁ ଅଭିଯୁକ୍ତ ସନ୍ଦିପ ସିଂଙ୍କ ଗାଡ଼ିରୁ ମିଳିଛି ଏକ ଫାଇଲ୍‌। ଉକ୍ତ ଫାଇଲ୍‌ରୁ କମେଡିଆନ୍‌ ଭାରତୀ ସିଂ ଏବଂ ଆତଙ୍କବାଦୀ ବିରୋଧୀ ସାମ୍ମୁଖ୍ୟର ଅଧ୍ୟକ୍ଷ ମନିନ୍ଦର ଜିତ ସିଂ ବିଟାଙ୍କ ଫଟୋ ମିଳିଛି। ଏହାକୁ ନେଇ ପୋଲିସ ତଦନ୍ତ ଜୋରଦାର କରିଛି।

ପ୍ରକାଶ ଯେ, ଅମୃତସରର ଗୋପାଳ ମନ୍ଦିରରେ ମୂର୍ତ୍ତି ଭଙ୍ଗାରୁଜାକୁ ନେଇ ଶିବସେନା ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଭିଡ଼ ଭିତରୁ କେହି ଜଣେ ସୁରୀଙ୍କୁ ଗୁଳି କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଆକ୍ରମଣକାରୀଙ୍କୁ ଗିରଫ କରାଯିବା ସହ ତାଙ୍କଠାରୁ ବନ୍ଧୁକ ଜବତ ହୋଇଛି। ଆକ୍ରମଣକାରୀ ଅନ୍ୟ ୩ ଜଣଙ୍କ ସହ ଏକ ଏସ୍‌ୟୁଭିରେ ଆସିଥିଲେ। ଆକ୍ରମଣ ପଛର କାରଣ ସମ୍ପର୍କରେ ତଦନ୍ତ ଜାରି ରହିଥିବା ପୋଲିସ କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ କଲା ରେକର୍ଡ: ଚାଇନା-ଆମେରିକା ପଡ଼ିଲେ ପଛରେ …

ନୂଆଦିଲ୍ଲୀ,୨୧।୪: କରୋନା ଲଢ଼େଇ କ୍ଷେତ୍ରରେ ଭାରତ ଏକ ନୂଆ ରେକର୍ଡ ରଚିଛି। ଶୀଘ୍ର ସାର୍ବଜନୀକ ଟିକାଦାନ କରି ଭାରତ ପୃଥିବୀରେ ନୂଆ ରେକର୍ଡ କରିଛି। ଟିକାଦାନରେ...

୫୦୦ ଟନ୍‌ର ଲୁହା ପୋଲ ଚୋରି, ଅଫିସର ଭାବେ ପରିଚୟ ଦେଇଥିଲେ ଚୋର…

ରୋହତାସ, ୯।୪ : ବିହାରର ରୋହତାସ ଜିଲାରେ ଚୋରିର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନକଲି ଅଫିସର ଭାବରେ ନିଜକୁ ପରିଚୟ ଦେଇ ଚୋରମାନେ...

ଓ୍ବାଇସିଙ୍କ ଗାଡ଼ି ଉପରେ ଗୁଳି ମାଡ଼

ନୂଆଦିଲ୍ଲୀ,୩।୨: ଉତ୍ତରପ୍ରଦେଶରୁ ଦିଲ୍ଲୀ ଫେରୁଥିବା ବେଳେ କାର ଉପରେ ଗୁଳି ମାଡ଼ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଏଆଇଏମ୍‌ଆଇଏମ୍‌ ନେତା ଅସାଦୁଦ୍ଦିନ ଓ୍ବାଇସି। ତେବେ ଏହି ଘଟଣାରେ...

ସିବିଆଇ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ…

ନୂଆଦିଲ୍ଲୀ,୮।୭: ରାଜଧାନୀରେ ଦିଲ୍ଲୀରେ ଥିବା ସିବିଆଇ କାର୍ଯ୍ୟାଳୟରେ ଗୁରୁବାର ପୂର୍ବାହ୍ନ ୧୧ଟା ୩୫ରେ ଅଗ୍ନିକାଣ୍ଡ ଘଟିଛି। ପାର୍କିଂ ସ୍ଥଳରେ ଥିବା ଇଲୋକ୍ଟ୍ରୋନିକ୍ସ୍‌ ରୁମ୍‌ରେ ଅଗ୍ନିକାଣ୍ଡ ଘଟିବା...

ନୂଆ ମହାମାରୀ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ଭାରତ…

ନୂଆଦିଲ୍ଲୀ,୨୬।୧୦ : ସମଗ୍ର ବିଶ୍ୱରେ କରୋନାର ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଭାରତ ସରକାର ପରବର୍ତ୍ତୀ ସମ୍ଭାବ୍ୟ ମହାମାରୀ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।...

ଗର୍ଜିଲେ ପ୍ରିୟଙ୍କା

ମୁଜାଫରନଗର,୨୦ ।୨: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଇତିମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କ୍‌ା ଗାନ୍ଧୀ...

ଦିଲ୍ଲୀ ସ୍ଥିତି ଅଣାୟତ: ୩୦୦ରୁ ଅଧିକ ପୋଲିସ ଆହତ, ୨୨ ମାମଲା ରୁଜୁ

ନୂଆଦିଲ୍ଲୀ,୨୭।୧: ରାଜଧାନୀ ଦିଲ୍ଲୀରେ ପୋଲିସ ଏବଂ ଅନ୍ନଦାତା ମୁହାଁମୁହିଁ ହୋଇଛନ୍ତି। ଫଳରେ ସ୍ଥିତି ଅଣାୟତ ହେବାରେ ଲାଗିଛି। ଅନ୍ନଦାତାଙ୍କ ସହିତ ଧସ୍ତାଧସ୍ତିରେ ୩୦୦ରୁ ଅଧିକ ପୋଲିସ...

ନିଜକୁ ଦ୍ୱିତୀୟ ଲାଲୁ ବୋଲି କହିଲେ ତେଜ ପ୍ରତାପ

ପାଟନା,୧୭।୪: ଗୋଟିଏ ପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆର୍‌ଜେଡି ନେତା ଲାଲୁ ପ୍ରସାନ ଯାଦବଙ୍କ ଝିଅ ମିଶା ଭାରତୀଙ୍କ ପାଇଁ ଭୋଟ ମାଗୁଥିବା ବେଳେ...

Advertisement
Archives

Model This Week