Posted inଜାତୀୟ

ଶିଙ୍କୁଲା ପାସ୍‌ରେ ହେବ ବିଶ୍ୱର ସର୍ବବୃହତ୍‌ ଟନେଲ

ନୂଆଦିଲ୍ଲୀ,୧୬ା୨: ପୂର୍ବ ଲଦାଖ ଓ ହିମାଚଳ ପ୍ରଦେଶକୁ ଯୋଡ଼ିବାକୁ ଥିବା ବିଶ୍ୱର ସର୍ବବୃହତ୍‌ ସୁଡ଼ଙ୍ଗ ଶିଙ୍କୁଲା ଟନେଲ (ସମୁଦ୍ର ପତ୍ତନରୁ ୧୬,୭୦୩ ଫୁଟ୍‌ ଉଚ୍ଚ) ନିର୍ମାଣ ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ଏଥିସହ ଭାରତ-ଚାଇନା ମଧ୍ୟସ୍ଥ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ସଂଲଗ୍ନ ଅଞ୍ଚଳର ସୁରକ୍ଷା ଦାୟିତ୍ୱରେ ଥିବା ଇଣ୍ଡୋ-ତିବ୍ବତୀୟ ସୀମା ପୋଲିସ (ଆଇଟିବିପି)ର ୭ଟି ନୂଆ ବାଟାଲିୟନ୍‌ ପ୍ରତିଷ୍ଠା ପ୍ରସ୍ତାବ ଉପରେ ମଧ୍ୟ ମୋହର ପଡ଼ିଛି।
ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍‌ (ସିସିଏସ୍‌) ବୈଠକ ଲଦାଖ ସହ ଦେଶର ଅବଶିଷ୍ଟ ଅଞ୍ଚଳକୁ ସବୁ ଋତୁରେ ଯୋଡ଼ିବା ଲକ୍ଷ୍ୟରେ ୪ କି.ମି. ଲମ୍ବର ଶିଙ୍କୁଲା ଟନେଲ୍‌ ଓ ଏହାର ଆପ୍ରୋଚ୍‌ ରୋଡ୍‌ ନିର୍ମାଣକୁ ମଞ୍ଜୁରୀ ଦେଇଛି। ଏହାକୁ ବର୍ଡର ରୋଡ୍‌ ଅର୍ଗାନାଇଜେଶନ୍‌ (ବିଆର୍‌ଓ) ନିର୍ମାଣ କରିବ।
ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପ୍ରସ୍ତାବ ଅନୁଯାୟୀ, ୧,୮୦୮ କୋଟି ଟଙ୍କା ବ୍ୟୟରେ ୨୦୨୫-୨୬ ସୁଦ୍ଧା ଏକ ସେକ୍ଟର ହେଡ୍‌କ୍ୱାର୍ଟର ପ୍ରତିଷ୍ଠା କରାଯିବ। ଏଥିପାଇଁ ୯,୪୦୦ ପଦବୀ ସୃଷ୍ଟି କରାଯିବ। ଯବାନଙ୍କ ରାଶନ ଓ ଖାଦ୍ୟ ବାବଦକୁ ୯୬୩ କୋଟି ଟଙ୍କା ଖର୍ଚ୍ଚ ହେବ। ୪୭ଟି ନୂଆ ଆଉଟ୍‌ପୋଷ୍ଟ ଓ ୧୨ ଷ୍ଟେଜିଂ କ୍ୟାମ୍ପ୍‌ ମଧ୍ୟ ପ୍ରତିଷ୍ଠା କରାଯିବ। ଏହାଫଳରେ ସ୍ବାସ୍ଥ୍ୟ, ପର୍ଯ୍ୟଟନ ଓ ଶିକ୍ଷା କ୍ଷେତ୍ରରେ ନିବେଶ ବଢ଼ିବା ସହ ଶୀତଋତୁରେ ଯୋଗାଣ ଶୃଙ୍ଖଳ ମଜଭୁତ ହେବ। ଯବାନମାନଙ୍କ ଯାତାୟାତ ମଧ୍ୟ ସୁଗମ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଠାକୁର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri