୩ ଲକ୍ଷ ଡଲାରରେ ଏଲ୍‌ଭିସ୍‌ଙ୍କ ଜେଟ୍‌ ନିଲାମ

ଓ୍ବାଶିଂଟନ୍‌, ୧୬।୨: ହଲିଉଡ୍‌ର ପ୍ରଖ୍ୟାତ ଅଭିନେତା ତଥା ଗୀତିକାର ଏଲଭିସ୍‌ ପ୍ରେସଲିଙ୍କ ପ୍ରାଇଭେଟ୍‌ ଜେଟ୍‌ ହୋଇଛି। ନ୍ୟୁମେକ୍ସିକୋର ରୋଜ୍‌ଓ୍ବେଲ୍‌ ଇଣ୍ଟରନ୍ୟାଶନାଲ ଏୟାର ସେଣ୍ଟରରେ ଏଲଭିସ୍‌ଙ୍କ ଜେଟ୍‌ ୪୦ ବର୍ଷ ଧରି ପଡ଼ିରହିଥିଲା। ଜାନୁୟାରୀ ୮ରେ ଫ୍ଲୋରିଡାରେ ଅନୁଷ୍ଠିତ ହୋଇଥିବା ‘ମେକସ କିଓିମି କଲେକ୍ଟର କାର୍‌ ଅକ୍ସନ’ରେ ଏଲ୍‌ଭିସ୍‌ଙ୍କ ପ୍ରାଇଭେଟ୍‌ ଜେଟ୍‌ ‘ଦ ହଣ୍ଡ ଡକ୍‌ ରକର୍‌’ ୨,୬୦,୦୦୦ ଡଲାରରେ ନିଲାମ ହୋଇଛି। ଏଲଭିସ୍‌ଙ୍କ କାର୍‌ ଓ ବିମାନରର ବହୁତ ସଉକ ଥିଲା। ନିଜେ କଲେକ୍ଟ କରିଥିବା ସେ ସମୟର ଲାଟେଷ୍ଟ ଗାଡ଼ି ସବୁକୁ ଦେଖି ସେ ଖୁବ୍‌ ଖୁସି ଅନୁଭବ କରୁଥିବା ଏଲଭିସ୍‌ଙ୍କ ପୂର୍ବତନ ସ୍ତ୍ରୀ ପ୍ରିସିଲା ପ୍ରେସଲି କହିଛନ୍ତି। ଏଲଭିସ୍‌ଙ୍କ ‘କିଙ୍ଗ୍‌ ଅଫ୍‌ ରକ୍‌ ଆଣ୍ଡ ରୋଲ୍‌’ ଗୀତ ତାଙ୍କୁ ବେଶ୍‌ ସଫଳତା ଦେଇଥିଲା। ନିଜ ଅଭିନୟ କ୍ୟାରିୟରରେ ସେ ଯେତିକି ଚର୍ଚ୍ଚିତ ଥିଲେ ସେତିକି ବିବାଦ ଘେରରେ ମଧ୍ୟ ରହୁଥିଲେ।

୧୯୭୭ ଅଗଷ୍ଟରେ ହୃଦ୍‌ଘାତରେ ଏଲଭିସ୍‌ଙ୍କ ବିୟୋଗ ଘଟିଥିଲା। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ହୋଇଥିଲା। ୧୯୭୬ରେ ଏଲ୍‌ଭିସ୍‌ ୮,୪୦,୦୦୦ ଡଲାରେ ‘ଦ ହଣ୍ଡ ଡକ୍‌ ରକର୍‌’ ଜେଟ୍‌ କିଣିଥିଲେ। ମ୍ୟୁଜିକାଲ୍‌ ଶୋ’କୁ ଯିବା ସମୟରେ ବ୍ୟାଣ୍ଡ, କ୍ରିଉ, ମ୍ୟାନେଜର ଓ ଏଲ୍‌ଭିସ୍‌ ଏହି ଜେଟ୍‌ରେ ହିଁ ଯାତ୍ରା କରୁଥିଲେ। ‘ଦ ହଣ୍ଡ ଡକ୍‌ ରକର୍‌’ରେ ୬୦ ଦଶକର ଭେଲଭେଟ୍‌ ସିଟ୍‌, କାଠ ଓ ସୁନାରେ ତିଆରି ପ୍ୟାନେଲ, ପୁରୁଣା ସମୟର ମନୋରଞ୍ଜନ ସିଷ୍ଟମ ଏହି ଜେଟ୍‌ରେ ରହିଛି। ଏହା ବ୍ୟତୀତ ଜେଟ୍‌ରେ ରୋଷେଇ ପାଇଁ ଥିବା ସ୍ଥାନରେ ଏକ କେନମୋରେ ମାଇକ୍ରୋଓ୍ବେଭ୍‌ ମଧ୍ୟ ରହିଛି। ୨୦୧୭ରେ କାଳିଫର୍ନିଆର ବ୍ୟବସାୟୀ ଜିମ୍‌ ଗାଗ୍ଲିଅର୍ଡି ୪,୩୦,୦୦୦ ଡଲାରରେ ଏହି ଜେଟ୍‌କୁ ନିଲାମ ଡାକିଥିଲେ। କିନ୍ତୁ କୌଣସି କାରଣରୁ ସେ ମେକ୍ସିକୋରୁ ଜେଟ୍‌କୁ ନେବାରେ ବିଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇଥିଲେ ବରିଷ୍ଠ କିରାଣୀ ଗୋବର୍ଦ୍ଧନ, ମିଳିଲା ଏମିତି ଦଣ୍ଡ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ତହସିଲ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ତଥା ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ବ ବିଭାଗରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଗୋବର୍ଦ୍ଧନ…

ବରଗଡ଼ ଧନୁଯାତ୍ରା: ଉଠିଲା କଂସ କଳାକାର ପରିବର୍ତ୍ତନ ଦାବି

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ଦିନ…

ବନ୍ଦ ହେବ ରାସାୟନିକ ପ୍ରକ୍ର୍ରିୟାକୃତ ପନିର ବିକ୍ରି

ନୂଆଦିଲ୍ଲୀ,୨୫।୯: ଖାଦ୍ୟ ଅପମିଶ୍ରଣ ଏବଂ ଖାଦ୍ୟ ପ୍ୟାକେଟ୍‌ରେ ବିଭ୍ରାନ୍ତିକର ଦାବି କରୁଥିବା କମ୍ପାନୀଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବା ଲକ୍ଷ୍ୟରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ…

୨ ଦାଦନ ସର୍ଦ୍ଦାରଙ୍କୁ ଉଠାଇନେଲା ଛତିଶଗଡ଼ ପୋଲିସ: ଶ୍ରମିକ ଚାଲାଣ କରି ନିର୍ଯାତନା ଦେବା ଅଭିଯୋଗ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଉତ୍ତରପ୍ରଦେଶକୁ ଶ୍ରମିକ ଚାଲାଣ କରି ଇଟାଭାଟିରେ ଅଧିକ ସମୟ କାମ କରାଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଛତିଶଗଡ଼ ପୋଲିସ ନୂଆପଡ଼ା…

ବଡ଼ ଦାବି କଲେ ସୋନମ ୱାଙ୍ଗଚୁକ, କହିଲେ ପ୍ରଥମେ ଜେଲରେ ଭର୍ତ୍ତି କଲେ ଏବେ ଏନକାଉଣ୍ଟର….

ନୂଆଦିଲ୍ଲୀ,୨୫।୯: ଲଦାଖରେ ହୋଇଥିବା ହିଂସାକୁ ଗୁରୁବାର ଏକ ବର୍ଷ ପୂରିଛି । ଏହି ଅବସରରେ ଆନ୍ଦୋଳନକାରୀ ତଥା Leh Apex Body (LAB) ସହ ଜଡ଼ିତ ସୋନମ…

ଗାଁରେ ବୁଲିଲା ମହାବଳ: ଲୋକେ ଭୟଭୀତ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଖପରାଖାଇ ଗଁାରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ୫ଦିନ ଦେଲା ବାଘଟି ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ…

ଆଜିଠୁ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ, ଜ୍ଞାନେଶଙ୍କୁ ଦେଶଦ୍ରୋହୀ ଆଖ୍ୟାଦେଲେ ରାହୁଲ

ନୂଆଦିଲ୍ଲୀ,୨୫।୯(ପି.ଟି.): ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗରେ ଗୁରୁତର ମତଭେଦ ସାମ୍ନାକୁ ଆସିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ…

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?