Posted inଜାତୀୟ

ସଫେଇ ଦେଲେ ଶିନ୍ଦେଙ୍କ ଶିକ୍ଷାମନ୍ତ୍ରୀ: ଭାଜପା ଅବା ଶିବସେନା କର୍ମୀ ନୁହେଁ, ବାବ୍ରି ଭାଙ୍ଗିଛନ୍ତି ହିନ୍ଦୁ…

ମୁମ୍ବାଇ,୧୧।୪ : ମଙ୍ଗଳବାର ମହାରାଷ୍ଟ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ତଥା ଭାଜପା ନେତା ଚନ୍ଦ୍ରକାନ୍ତ ପାଟିଲ ତାଙ୍କ ବିବୃତ୍ତି ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ତାଙ୍କ ବିବୃତ୍ତିକୁ ସ୍ପଷ୍ଟ କରି ସେ କହିଛନ୍ତି, ଯେଉଁମାନେ ବାବ୍ରି ମସଜିଦର ବିବାଦୀୟ ଢାଞ୍ଚା ଭାଙ୍ଗିଛନ୍ତି ସେମାନେ ଜଣେ ଜଣେ ହିନ୍ଦୁ। ସେମାନଙ୍କୁ ଭାଜପା ଅବା ଶିବସେନାର କର୍ମୀ ଭାବେ ବିଭକ୍ତ କରାଯାଇପାରିବ ନାହିଁ। ସୋମବାର ମନ୍ତ୍ରୀ କହିଥିଲେ ବାବ୍ରି ମସଜିଦ ଭାଙ୍ଗିବାବେଳେ ସେଠାରେ କୌଣସି ଶିବସେନା କର୍ମୀ ଉପସ୍ଥିତ ନ ଥିଲେ।

ପାଟିଲଙ୍କ ଏହି ବିବୃତ୍ତି ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଟାର୍ଗେଟ କରିଥିଲେ। ଏହି ବିବୃିତ୍ତି ନେଇ ଆପଣ ଇସ୍ତଫା ଦିଅନ୍ତୁ କିମ୍ବା ଆପଣଙ୍କ ମନ୍ତ୍ରୀ ପାଟିଲଙ୍କଠାରୁ ଇସ୍ତଫା ଦାବି କରନ୍ତୁ। ପାଟିଲ କହିଛନ୍ତି, ବିବୃତ୍ତି ପରେ ବିବାଦ ଦେଖାଦେଇଛି, ତା’ପରେ ମୁଖ୍ୟମନ୍ତ୍ରୀ ଶିନ୍ଦେ ମୋତେ ଡାକିଲେ, ସେ ମୋତେ ସ୍ପଷ୍ଟୀକରଣ ମାଗିଥିଲେ। ପାଟିଲ ସ୍ପଷ୍ଟ କରିଛନ୍ତି କର ସେବା ସମୟରେ ଦଳର ସଦସ୍ୟ ଭାବରେ କେହି ଅଂଶଗ୍ରହଣ କରିନାହାଁନ୍ତି। ସମସ୍ତେ ହିନ୍ଦୁ ଭାବରେ କର ସେବା କରିଥିଲେ। ବିବାଦୀୟ ଢାଞ୍ଚା ଭାଙ୍ଗିବା ସମୟରେ ଶିବସେନା ଏବଂ ଅଣ ଶିବସେନା କର୍ମୀଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନ ଥିଲା। ସମସ୍ତେ ସେଠାରେ ହିନ୍ଦୁ ଥିଲେ। ସେ କହିଛନ୍ତି ସେଠାରେ ନା ଭାଜପା ଅବା ଶିବସେନା କର୍ମୀ ଥିଲେ। ସେଠାରେ କେବଳ ହିନ୍ଦୁ ଥିଲେ। ବିଶ୍ୱ ହିନ୍ଦୁ ପରିଷଦ ଏହାର ନେତୃତ୍ୱ ନେଇଥିଲା।

ସେ ବାଲାସାହେବ ଠାକରେଙ୍କୁ କୌଣସି ପ୍ରକାରେ ଅପମାନିତ କରିବାକୁ ଚାହୁଁନାହାଁନ୍ତି। ମସଜିଦ ଭାଙ୍ଗିବା ପାଇଁ ବାଲାସାହେବ ଠାକରେ ଦାୟିତ୍ୱ ଗ୍ରହଣ କରିଥିଲେ ବୋଲି ଚନ୍ଦ୍ରକାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri