ମୁମ୍ବାଇ,୧୦।୫: ଆଇପିଏଲ ୨୦୨୨ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ୱେଷ୍ଟଇଣ୍ଡିଜ କ୍ରିକେଟର ଶିମ୍ରନ ହେଟମିୟର ପ୍ରଥମଥର ବାପା ହୋଇଛନ୍ତି। ଏଥିପାଇଁ ସେ ଆଇପିଏଲରୁ ବିରତି ମଧ୍ୟ ନେଇଛନ୍ତି। ନିକଟରେ ସ୍ତ୍ରୀଙ୍କୁ ସମୟ ଦେବା ପାଇଁ ସେ ଆଇପିଏଲର ବାୟୋ ବବୁଲ ଛାଡି ୱେଷ୍ଟଇଣ୍ଡିଜ ଯାଇଥିଲେ। ଏବେ ବାପା ହେବା ପରେ ଶିଶୁ ଫଟୋ ଇନଷ୍ଟାଗ୍ରାମରେ ଷ୍ଟାଟସ୍ରେ ଶେୟାର କରିଛନ୍ତି। ଫଟୋରେ ସେ ଶିଶୁକୁ ଧରିଥିବାର ଦେଖାଯାଇଛି। ଦୁନିଆକୁ ଶିଶୁକୁ ସ୍ବାଗତ କରିବା ସହ ତାଙ୍କୁ ସ୍ତ୍ରୀଙ୍କୁ ବହୁତ ଭଲ ପାଉଥିବା ଫଟୋରେ କହିଛନ୍ତି।
ଆଇପିଏଲ ପ୍ଲେ ଅଫ ମ୍ୟାଚ ଆରମ୍ଭ ପୂର୍ବରୁ ହେଟମିୟର୍ ଦଳରେ ଯୋଗଦେବେ। ଚଳିତ ସିଜିନରେ ରାଜସ୍ଥାନ ପାଇଁ ଖେଳୁଥିବା ହେଟମିୟର ଜବରଦସ୍ତ ଫର୍ମରେ ଅଛନ୍ତି। ସେ ହାରାହାରି ୭୨.୭୫ରେ ସେ ୧୧ଟି ମ୍ୟାଚରେ ୨୯୧ ରନ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୧୮ଟି ଚୌକା ଓ ୨୧ଟି ଛକା ମାରିଛନ୍ତି।
Shimron Hetmyer has travelled back to Guyana early morning today for the imminent birth of his first child, but he’ll be back soon. 💗
Read more: https://t.co/cTUb3vFiNl#RoyalsFamily | @SHetmyer pic.twitter.com/u52aO9Dcct
— Rajasthan Royals (@rajasthanroyals) May 8, 2022