Posted inଖେଳ

ପ୍ରଥମ ବିଜୟକୁ ନେଇ ଧାଓ୍ବନ ଖୁସିରେ ବିଭୋର: କହିଲେ ‘ସେମାନେ ୧୫ ଓଭରରେ ମ୍ୟାଚ୍‌ ଶେଷ କରିଦେଇଥିଲେ’

କଲମ୍ବୋ,୧୯।୭: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ବିଜୟର ଶ୍ରେୟ ଦଳର ଅଲରାଉଣ୍ଡ ପ୍ରଦର୍ଶନକୁ ଦେଇଛନ୍ତି ଅଧିନାୟକ ଶିଖର ଧାଓ୍ବନ। ରବିବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଧାଓ୍ବନ ନିଜେ ୯୫ ବଲ୍‌ରୁ ୮୬ରନ୍‌ କରିଥିବା ବେଳେ ଇଶାନ କିଶନ ୫୯, ମନୀଷ ପାଣ୍ଡେ ୨୬, ପୃଥ୍ବୀ ଶ’ ୪୩ ରନ୍‌ କରିଥିଲେ। ଭାରତ ୩୬.୪ ଓଭରରେ ୨୬୩ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା। ଏହି ଇନିଂସରେ ଧାଓ୍ବନ ଦିନିକିଆ କ୍ରିକେଟରେ ୬୦୦୦ ରନ୍‌ ପୂରଣ କରିବାରେ ଦଶମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ପାଲଟିଥିଲେ।

ତେବେ ମ୍ୟାଚ୍‌ ଶେଷ ହେବା ପରେ ଧାଓ୍ବନ କହିଛନ୍ତି, ଆମର ସମସ୍ତ ଖେଳାଳି ବହୁତ ପରିପକ୍ୱ ଏବଂ ଆକ୍ରମଣାତ୍ମକ। ସେ ଭଲ ପ୍ରଦର୍ଶନ କରିଛନ୍ତି। ମୁଁ ଏଥିପାଇଁ ବହୁତ ଖୁସି। ତିନି ସ୍ପିନର ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, କୃନାଲ ପାଣ୍ଡ୍ୟା ଭଲ ବୋଲିଂ କରି ମ୍ୟାଚ୍‌ରେ ଭାରତର ସ୍ଥିତି ସୁଦୃଢ଼ କରିଥିଲେ। ଅପରପକ୍ଷେ ପୃଥ୍ବୀ ଏବଂ ଇଶାନ ଭଲ ବ୍ୟାଟିଂ କରିଥିଲେ। ତାଙ୍କୁ ଖେଳୁଥିବା ଦେଖି ବହୁତ ଭଲ ଲାଗିଲା। ମୁଁ ସେମାନଙ୍କୁ ଯତ୍ନର ସହ ଖେଳିବାକୁ କହିଥିଲି। ଏହି ଖେଳାଳିମାନେ ଆଇପିଏଲ୍‌ରେ ଖେଳି ଅନେକ ଅଭିଜ୍ଞତା ପାଇଛନ୍ତି। ସେମାନେ ପ୍ରଥମ ୧୫ ଓଭରରେ ମ୍ୟାଚ୍‌ ଶେଷ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୨ ବର୍ଷରୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ଏହି ଖେଳାଳି, ଏବେ ଆଇପିଏଲରେ କଲେ ଧମାକା

ୟୁଏଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୦ର ଦ୍ୱିତୀୟ ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାବ ପାଇଁ ଆଇପିଏଲରେ ଡେବ୍ୟୁ କରିଛନ୍ତି ରବି ବିଷ୍ଣୋଇ। କ୍ରିକେଟର ଭବିଷ୍ୟତ କୁହାଯାଉଥିବା...

ସେହ୍ବାଗଙ୍କ ଉପରେ ଭରସା କରୁ ନ ଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହ୍ବାଗ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଥିଲେ। ଦିନିକିଆ କ୍ରିକେଟ ହେଉ କିମ୍ବା ଟେଷ୍ଟ କ୍ରିକେଟ, ସେହ୍ବାଗ...

ପୂର୍ବାଞ୍ଚଳ ରୋଲ୍‌ବଲ୍‌ ପାଇଁ ଓଡ଼ିଶା ଦଳ ମନୋନୀତ

ଭୁବନେଶ୍ୱର, ୨ା୧୧(କ୍ରୀଡ଼ା ପ୍ରତିନିଧି): ପୂର୍ବାଞ୍ଚଳ ଜାତୀୟ ରୋଲବଲ୍‌ ଚାମ୍ପିୟନଶିପ୍‌ (୧୪ ବର୍ଷରୁ କମ୍‌)ର ଦ୍ୱିତୀୟ ସଂସ୍କରଣ ଆସାମର ଗୁଆହାଟୀଠାରେ ଚଳିତ ମାସ ୪ରୁ ୬ ପର୍ଯ୍ୟନ୍ତ...

ଧୋନୀଙ୍କ ନିଶ

ନୂଆଦିଲ୍ଲୀ, ୨୦।୭: ଭାରତୀୟ କ୍ରିକେଟ୍‌ର ସବୁଠାରୁ ସଫଳ ଅଧିନାୟକ ବିବେଚିତ ହୋଇଥିବା ମହେନ୍ଦ୍ର ସିଂ ଧୋନୀ ଗତ ଏକବର୍ଷ ଧରି କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି। ଶେଷଥର...

ପୂର୍ବତନ ହକି ଖେଳାଳି ବଲ୍‌ବୀରଙ୍କ ପରଲୋକ

ନୂଆଦିଲ୍ଲୀ, ୧ା୩ (ପି.ଟି.)-ଭାରତର ପୂର୍ବତନ ହକି ଖେଳାଳି ବଲ୍‌ବୀର ସିଂ କୁଲାରଙ୍କ ଦୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ୧୯୬୮ ଅଲିମ୍ପିକ୍ସ...

ଶକିବଙ୍କ ବାସନ୍ଦ ନେଇ ବାଂଲାଦେଶରେ ବିକ୍ଷୋଭ

ଢାକା, ୩୧।୧୦(ଏଏଫ୍‌ପି)- ତାରକା ଅଲରାଉଣ୍ଡର ଶକିବ ଅଲ ହାସନଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦୁଇ ବର୍ଷ ବାସନ୍ଦ କରିବା ପରେ ବାଂଲାଦେଶରେ ତାଙ୍କ ସମର୍ଥନରେ...

ଓପନ ଚେସ୍‌: ଆରିନ ଅନ୍ବେଷ ଚାମ୍ପିୟନ

ଭୁବନେଶ୍ୱର, ୨୦।୫ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ୩ୟ ସୌରେନ୍ଦ୍ର ପ୍ରସାଦ ଦାସ ସ୍ମାରକୀ ଅନ୍‌ଲାଇନ୍‌ ଓପନ ଚେସ୍‌ରେ ଭୁବନେଶ୍ୱରର...

ଆହତ ମିଚେଲ ଆଇପିଏଲରୁ ଓହରିଲେ, ଜାସନ ହୋଲ୍ଡର ବଦଳ ଖେଳାଳି

ଦୁବାଇ, ୨୪।୯(ପି.ଟି.)- ଅଷ୍ଟ୍ରେଲିଆନ ଅଲରାଉଣ୍ଡର ମିଚେଲ ମାର୍ଶ ଗୋଟିଏ ମ୍ୟାଚ ଖେଳି ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରୁ ଓହରି ଯାଇଛନ୍ତି। ସନ୍‌ରାଇଜର୍ସ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା...

Advertisement
Archives

Model This Week