Posted inଜାତୀୟ

ରିଲାୟନ୍ସ ଏଣ୍ଟଟେନମେଣ୍ଟ ଷ୍ଟୁଡିଓ-ରିସି ଏଣ୍ଟରଟେନମେଣ୍ଟକୁ ୧୧.୫୮ ଅରବ ଟଙ୍କାରେ କିଣିଲେ ଶିବାଶିଷ ସରକାର

ମୁମ୍ବାଇ,୧ ।୧୧: ଭାରତୀୟ ମିଡିଆ ମୋଗଲ ଶିବାଶିଷ ସରକାରଙ୍କ ଦ୍ୱାରା ଗତବର୍ଷ ଲଞ୍ଚ କରାଯାଇଥିବା ବିଶେଷ ପ୍ରୟୋଜନ ଅଧିଗ୍ରହଣ କମ୍ପାନୀ(ଏସପିଏସି) ଇଣ୍ଟରନ୍ୟାଶନାଲ ମିଡିଆ ଏକ୍ୱିଜିଶେନ କର୍ପ ରିସି ଏଣ୍ଟରଟେନମେଣ୍ଟ ଓ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଷ୍ଟୁଡିଓଜକୁ କିଣି ନେଇଛନ୍ତି ।
ଏହି ଦୁଇଟି କମ୍ପାନୀ ପାଇଁ ୧୪୦ ମିଲିୟନ ଡଲାର ଚୁକ୍ତି ହୋଇଛି । ଏହି ଚୁକ୍ତି ଅନୁଯାୟୀ, ମୋଟ ୧୦୨ ନିୟୁତ ଡଲାର (ପ୍ରାୟ ୮.୪୪ ବିଲିୟନ ଟଙ୍କା) ନଗଦ ଏବଂ ୩୮ ମିିଲିୟନ ଡଲାର(ପ୍ରାୟ ୩.୧୪ବିଲିୟନ ଟଙ୍କା) ବିନିଯୋଗ ଭାବେ ଦିଆଯିବ । ଏହି ଚୁକ୍ତି ସହିତ ରିଲାଏନ୍ସ ଏଣ୍ଟରଟେନମେଣ୍ଟର ପୂର୍ବତନ ସିଇଓ ଶିବାଶିଷ ତାଙ୍କର ବହୁ ପୂର୍ବତନ ସହଯୋଗୀଙ୍କ ସହ ପୁନର୍ବାର ମିଳିତ ହେବାର ସୁଯୋଗ ପାଇବେ, ଯେଉଁମାନେ ଏସପିଏସି ପ୍ରତିଷ୍ଠା ପରେ ତାଙ୍କଠାରୁ ଅଲଗା ହୋଇଯାଇଥିଲେ । ଗତବର୍ଷ ନାସଡାକ୍‌(ନ୍ୟାଶନାଲ ଆସୋସିଏଶନ ଅଫ୍ ସିକ୍ୟୁରିଟି ଡିଲର ଅଟୋମେଟେଡ କୋଟେସନ)ରେ ଅନ୍ତର୍ଜାତୀୟ ମିଡିଆ ଅଧିଗ୍ରହଣ କର୍ପ(ଆଇଏମଏକ୍ୟୁ) ଦ୍ୱାରା ଏସପିଏସି ଅନେକ ଉଚ୍ଚ ପ୍ରୋଫାଇଲ ଭାରତୀୟ ମନୋରଞ୍ଜନ ଦୁନିଆର ବ୍ୟକ୍ତିତ୍ୱ ଏବଂ ମିଡିଆ କମ୍ପାନୀ ସହଯୋଗରେ ଆରମ୍ଭ କରାଯାଇଥିଲା । ନାସଡାକ୍ ହେଉଛି ନ୍ୟୁୟର୍କ ସିଟିରେ ଅବସ୍ଥିତ ଏକ ଆମେରିକୀୟ ଷ୍ଟକ ଏକ୍ସଚେଞ୍ଜ ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri