ଶେଖ ହାସିନାଙ୍କ ପରେ ମୁହଁ ଖୋଲିଲେ ତାଙ୍କ ପୁଅ, ଭାରତକୁ ନେଇ ଦେଲେ ଚମକାଇବା ଭଳି ବୟାନ!

ଢାକା,୬ା୮: ସତ୍ତା ହରାଇବା ଏବଂ ଦେଶ ଛାଡ଼ିବାର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସାମ୍ନାକୁ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦାବି କରିଛନ୍ତି ଯେ ଦେଶରେ ଦୋଷୀ ସାବ୍ୟସ୍ତ ଆତଙ୍କବାଦୀମାନଙ୍କୁ ଖଲାସ କରିଦିଆଯାଇଛି। ସେହିପରି, ତାଙ୍କ ପୁଅ ପୂର୍ବତନ ଉପଦେଷ୍ଟା ସଜୀବ ୱାଜେଦ ଜୟ କହିଛନ୍ତି ଯେ ବାଂଲାଦେଶ ଏବେ “ଦ୍ୱିତୀୟ ପାକିସ୍ତାନ” ପାଲଟିଯାଇଛି ଏବଂ ଏହା ଭାରତ ପାଇଁ ମଧ୍ୟ ଚିନ୍ତାର ବିଷୟ। ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଦୁହେଁ ବାଂଲାଦେଶର ବର୍ତ୍ତମାନର ସ୍ଥିତି ଉପରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି।
ଶେଖ ହସିନା ନୂଆଦିଲ୍ଲୀସ୍ଥିତ ଫରେନ୍ କରସପୋଣ୍ଡେଣ୍ଟସ୍ କ୍ଲବ୍ ଅଫ୍ ସାଉଥ୍ ଏସିଆର କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିଥିଲେ। ସତ୍ତା ହରାଇବା ଏବଂ ନିର୍ବାସନକୁ ଯିବା ପରେ ଏହା ତାଙ୍କର ପ୍ରଥମ ସାର୍ବଜନୀନ ସମ୍ବୋଧନ ଥିଲା। ସେ ଦାବି କରିଥିଲେ ଯେ ବାଂଲାଦେଶରେ ଦୋଷୀ ସାବ୍ୟସ୍ତ ଆତଙ୍କବାଦୀମାନଙ୍କୁ ରିହା କରିଦିଆଯାଇଛି।
ଶେଖ ହସିନାଙ୍କ ପୁଅ  ପୂର୍ବତନ ଆଇସିଟି ଉପଦେଷ୍ଟା ସଜୀବ ୱାଜେଦ ଜୟ କହିଛନ୍ତି ଯେ ବାଂଲାଦେଶ ଏବେ “ଦ୍ୱିତୀୟ ପାକିସ୍ତାନ” ପାଲଟିଯାଇଛି ଏବଂ ଏହି ସ୍ଥିତି ଭାରତ ପାଇଁ ମଧ୍ୟ ଚିନ୍ତାର ବିଷୟ ହେବା ଉଚିତ। ସେ ଦାବି କରିଛନ୍ତି ଯେ ମହମ୍ମଦ ୟୁନୁସଙ୍କ ଶାସନରେ ବାଂଲାଦେଶର ଅର୍ଥବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି ଏବଂ ଦେଶ ଗୋଟିଏ “ରୋଗ୍ ଷ୍ଟେଟ୍” (ଅରାଜକ ରାଷ୍ଟ୍ର) ହେବା ଆଡ଼କୁ ଗତି କରୁଛି। ଜୟ ଅଭିଯୋଗ କରିଛନ୍ତି ଯେ ଶେଖ ହସିନା ସତ୍ତା ହରାଇବା ପରେ ମଧ୍ୟ ପୋଲିସ ହାଜତରେ ମୃତ୍ୟୁ ଜାରି ରହିଛି ଏବଂ ୫ ଅଗଷ୍ଟ ୨୦୨୪ ରୁ ସରକାର ରାଜନୈତିକ ହତ୍ୟାକାଣ୍ଡଗୁଡ଼ିକୁ ଆଇନଗତ ସଂରକ୍ଷଣ ଦେଇଛନ୍ତି।
ସଜୀବ ୱାଜେଦ ଜୟ ଜୁଲାଇ-ଅଗଷ୍ଟ ୨୦୨୪ ବିରୋଧ ପ୍ରଦର୍ଶନରେ ହୋଇଥିବା ମୃତ୍ୟୁ ସଂଖ୍ୟା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ମିଳିତ ଜାତିସଂଘ ପ୍ରାୟ ୧,୪୦୦ ଲୋକଙ୍କ ମୃତ୍ୟୁ କଥା କହିଥିବା ବେଳେ ସରକାର ୮୦୦ ମୃତ୍ୟୁ ଦର୍ଶାଇଛନ୍ତି। ସେ ପ୍ରଶ୍ନ କରିଥିଲେ ଯେ ବାକି ୬୦୦ ଲୋକ କିଏ ଥିଲେ? ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ପୋଲିସ କର୍ମଚାରୀଙ୍କ ହତ୍ୟାକାରୀ ଅଭିଯୁକ୍ତମାନଙ୍କୁ ଅଭୂତପୂର୍ବ ଆଇନଗତ ସଂରକ୍ଷଣ ଦିଆଗଲା, ଯାହା ଫଳରେ ସେମାନଙ୍କ ବିରୋଧରେ ମାମଲା ଚାଲିପାରିଲା ନାହିଁ। ଏଥିସହିତ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସତ୍ତା ପରିବର୍ତ୍ତନ ପରେ ହୋଇଥିବା ହିଂସାର ସ୍ୱାଧୀନ ତଦନ୍ତ କରିବାକୁ ନିବେଦନ କରିଛନ୍ତି।
ପୂର୍ବତନ ବାଂଲାଦେଶୀ କୂଟନୀତିଜ୍ଞ ଗୁପ୍ତଚର ଅଧିକାରୀ ଅମିନୁଲ ହକ୍ ପୋଲାଶ କହିଛନ୍ତି ଯେ ୨୧ ଅଗଷ୍ଟ ୨୦୦୪ରେ ଆୱାମୀ ଲିଗର ରାଲି ଉପରେ ଗ୍ରେନେଡ୍ ଆକ୍ରମଣ କରାଯାଇଥିଲା, ଯାହାର ଲକ୍ଷ୍ୟ ଥିଲା ଶେଖ ହସିନା ଏବଂ ଦଳୀୟ ନେତୃତ୍ୱଙ୍କୁ ହତ୍ୟା କରିବା। ସେ ଜଣାଇଛନ୍ତି ଯେ ଏହି ଆକ୍ରମଣରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।
ଅମିନୁଲ ହକ୍ ପୋଲାଶ କହିଛନ୍ତି ଯେ ୧୦ ଟ୍ରକ୍ ଅସ୍ତ୍ରଶସ୍ତ୍ର ଜବତ ମାମଲାରୁ ଏହା ପ୍ରମାଣିତ ହୋଇଥିଲା ଯେ ଏହି ଅଞ୍ଚଳରେ ସକ୍ରିୟ ଉଗ୍ରବାଦୀ ସଂଗଠନଗୁଡ଼ିକ ପାଖକୁ ଅସ୍ତ୍ରଶସ୍ତ୍ର ପହଞ୍ଚାଇବା ପାଇଁ ବାଂଲାଦେଶକୁ ଗୋଟିଏ ରାସ୍ତା ଭାବେ ବ୍ୟବହାର କରାଯାଉଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ବ୍ରିଟେନର ତତ୍କାଳୀନ ହାଇକମିଶନର ଅନୱର ଚୌଧୁରୀଙ୍କ ଉପରେ ମଧ୍ୟ ଶାହଜଲାଲ ଦରଗାହରେ ଆକ୍ରମଣ କରାଯାଇଥିଲା। ସେ କହିଛନ୍ତି, “ଯେତେବେଳେ ବର୍ତ୍ତମାନର ସରକାର କହୁଛନ୍ତି ଯେ ଉଗ୍ରବାଦ ଫେରିନାହିଁ, ମୁଁ ଏହା ସହିତ ସହମତ ନୁହେଁ।”
ରିପୋର୍ଟ ଅନୁସାରେ, ଏପ୍ରିଲ ୨୦୦୪ରେ ବାଂଲାଦେଶ ପୋଲିସ ଏବଂ କୋଷ୍ଟଗାର୍ଡ ଚାଟଗାଁ ବନ୍ଦରରେ ଦକ୍ଷିଣ ଏସିଆର ସବୁଠାରୁ ବଡ଼ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣଗୁଡ଼ିକ ମଧ୍ୟରୁ ଗୋଟିଏକୁ ଧରିଥିଲେ। ଏହି ସମୟରେ ୧୦ ଟ୍ରକ୍ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ତଦନ୍ତରୁ ଅଭିଯୋଗ ଆସିଥିଲା ଯେ ଏହି ଅସ୍ତ୍ରଶସ୍ତ୍ର ସେତେବେଳେ ଆସାମରେ ସକ୍ରିୟ ଥିବା ଉଗ୍ରବାଦୀ ସଂଗଠନ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ (ULFA) ପାଇଁ ପଠାଯାଉଥିଲା।
୨୦୦୯ରେ ସତ୍ତାକୁ ଫେରିବା ପରେ ଶେଖ ହସିନାଙ୍କ ଆୱାମୀ ଲିଗ୍ ସରକାର ଏହି ମାମଲାର ପୁନଃ ତଦନ୍ତ କରାଇଥିଲେ। ଏହା ପରେ ୨୦୧୮ରେ ବାଂଲାଦେଶର ଏକ ଅଦାଲତ ତତ୍କାଳୀନ ଗୃହମନ୍ତ୍ରୀ ଲୁତ୍ଫୁଜାମାନ୍ ବାବରଙ୍କୁ ଅସ୍ତ୍ର ଚାଲାଣ ଷଡ଼ଯନ୍ତ୍ରରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। ତେବେ ୧୪ ଜାନୁଆରୀ ୨୦୨୫ରେ ବାଂଲାଦେଶ ହାଇକୋର୍ଟ ଏହି ମାମଲାରେ ତାଙ୍କୁ ଦୋଷମୁକ୍ତ କରିଦେଇଥିଲେ, ଯାହା ପରେ ତାଙ୍କୁ ଫାସି ଦଣ୍ଡରୁ ଆଶ୍ୱସ୍ତି ମିଳିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?