ଶେହଓ୍ବାଜ୍‌ ବନାମ କୁରେଶୀ

ଇସ୍‌ଲାମାବାଦ,୧୧ା୪: ପାକିସ୍ତାନ ତେହରିକ୍‌-ଏ-ଇନ୍‌ଶାଫ୍‌ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌ ଅନାସ୍ଥା ଭୋଟରେ ପରାଜିତ ହୋଇ ଗାଦିଚ୍ୟୁତ ହେବା ପରେ ଦେଶର ପ୍ରଧାନମନ୍ତ୍ରୀ ଆସନ କିଏ ଅଳଙ୍କୃତ କରିବେ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ପୂର୍ବରୁ ୩ ଥର ପ୍ରଧାନମନ୍ତ୍ରୀ ହୋଇଥିବା ନଓ୍ବାଜ୍‌ ଶରିଫଙ୍କ ସାନଭାଇ ଶେହଓ୍ବାଜ୍‌ ଶରିଫଙ୍କୁ ବିପକ୍ଷ ମେଣ୍ଟ ଏହି ପଦବୀ ପାଇଁ ମିଳିତ ପ୍ରାର୍ଥୀ ଘୋଷଣା କରିଛି। ସୋମବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନିର୍ବାଚନ ହେବାକୁ ଥିବାରୁ ପାକିସ୍ତାନ ମୁସଲିମ୍‌ ଲିଗ୍‌ (ନଓ୍ବାଜ୍‌) ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ଶେହଓ୍ବାଜ୍‌ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତାଙ୍କ ନାମାଙ୍କନ ପରେ ଇମ୍ରାନ୍‌ଙ୍କ ଦଳ ପିଟିଆଇ ପକ୍ଷରୁ ବିଦାୟୀ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କୁରେଶୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଇଛି।
ବିରୋଧୀ ମେଣ୍ଟ ଏବେ ଶାସକ ମେଣ୍ଟ ହେବାକୁ ଯାଉଛି। ୩୪୨ ଆସନ ବିଶିଷ୍ଟ ନ୍ୟାଶନାଲ ଆସେମ୍ବ୍ଲିରେ ସମାଜବାଦୀ, ଉଦାରପନ୍ଥୀ ଓ କଠୋରପନ୍ଥୀ ଧର୍ମୀୟ ଦଳଗୁଡ଼ିକର ୧୭୪ ଏମ୍‌ପି ରହିଛନ୍ତି। ଇମ୍ରାନ୍‌ଙ୍କୁ ହଟାଇ ନୂଆ ସରକାର ଗଠନ କରିବା ପାଇଁ ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ବିରୋଧୀ ମେଣ୍ଟ ନିକଟରେ ତହିଁରୁ ଅଧିକ ୨ ଜଣ ଏମ୍‌ପି ଅଛନ୍ତି। ତେଣୁ ୭୦ ବର୍ଷୀୟ ଶେହଓ୍ବାଜ୍‌ ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। କିନ୍ତୁ ସେମାନଙ୍କୁ ଓ୍ବାକ୍‌ ଓଭର ନ ଦେବା ପାଇଁ ପିଟିଆଇ ନେତୃତ୍ୱାଧୀନ ମେଣ୍ଟ କୁରେଶୀଙ୍କୁ ମଇଦାନକୁ ଓହ୍ଲାଇଛି। ୬୯ ବର୍ଷୀୟ ଇମ୍ରାନ୍‌ ହେଉଛନ୍ତି ଦେଶର ୧୯ତମ ପ୍ରଧାନମନ୍ତ୍ରୀ, ଯିଏକି ପୂରା ୫ ବର୍ଷ ଶାସନ ଗାଦିରେ ରହିପାରି ନାହାନ୍ତି। ଦେଶର ଅଧିକାଂଶ ପ୍ରଧାନମନ୍ତ୍ରୀଙ୍କୁ ସେନା କିମ୍ବା କୋର୍ଟ ହଟାଇଥିବାବେଳେ ଇମ୍ରାନ୍‌ ନିଜ ଯୋଗୁ କ୍ଷମତାରେ ରହିପାରି ନାହାନ୍ତି ବୋଲି ପାକିସ୍ତାନୀ ଖବରଦାତା ନିଜାମ ସେଠି ଟୁଇଟ୍‌ କରିଛନ୍ତି।

ସେନାମୁଖ୍ୟଙ୍କୁ ହଟାଇବାକୁ ଚାହୁଁଥିଲେ ଇମ୍ରାନ୍‌ ଖାନ୍‌

ଇମ୍ରାନ୍‌ ଖାନ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବା ପୂର୍ବରୁ ସେନାମୁଖ୍ୟ ଜେନେରାଲ କମାର ଜାଭେଦ ବାଜ୍‌ଓ୍ବାଙ୍କୁ ହଟାଇବାକୁ ଉଦ୍ୟମ କରିଥିଲେ। ସେ ବାଜ୍‌ଓ୍ବାଙ୍କୁ ବିଦା କରି ନିଜର ଜଣେ ଅନୁଗତ ସେନା ଅଧିକାରୀଙ୍କୁ ସାମରିକ ବଳର ମୁଖ୍ୟ କରିବାକୁ ଚାହିଁଥିଲେ, ଯାହାଙ୍କ ଜରିଆରେ ତଥାକଥିତ ‘ବିଦେଶୀ ଷଡ଼ଯନ୍ତ୍ର’କୁ ପ୍ରମାଣିତ କରିପାରିଥାଆନ୍ତେ। ମିଡିଆ ରିପୋର୍ଟ ଅନୁସାରେ ଶନିବାର ରାତିରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ହେଲିକପ୍ଟର ଅବତରଣ କରିଥିଲା। ସେଥିରୁ ଓହ୍ଲାଇଥିଲେ ଦୁଇଜଣ ଅନିମନ୍ତ୍ରିତ ଅତିଥି, ଯାହାଙ୍କୁ ସୈନ୍ୟମାନେ ଏସ୍‌କର୍ଟ ଦେଇ ଭିତରକୁ ପାଛୋଟିନେଇଥିଲେ। ଦୁଇ ଅତିଥି ବିଦାୟୀ ପ୍ରଧାନମନ୍ତ୍ରୀଙ୍କ ସହ ୪୫ ମିନିଟ ଧରି ଆଲୋଚନା କରିଥିଲେ। ଏହାର ଘଣ୍ଟାକ ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ, ଯହିଁରେ ତାଙ୍କୁ ସାକ୍ଷାତ୍‌ କରିବାକୁ ଆସିଥିବା ଦୁଇ ଉଚ୍ଚପଦସ୍ଥ ସେନା ଅଧିକାରୀଙ୍କ ମଧ୍ୟରୁ ଜଣଙ୍କୁ ହଟାଯିବା ନେଇ ଉଲ୍ଲେଖ କରାଯାଇଥିଲା। ତେଣୁ ଅତିଥି ଦ୍ୱୟଙ୍କ ଅବାଞ୍ଛିତ ଆଗମନ ଅପ୍ରତ୍ୟାଶିତ ଥିଲା। ଇମ୍ରାନ୍‌ ଏକ ହେଲିକପ୍ଟରକୁ ଅପେକ୍ଷା କରିଥିଲେ। କିନ୍ତୁ ଅବତରଣ କରିଥିବା ହେଲିକପ୍ଟର ତାଙ୍କୁ ଚକିତ କରିଦେଇଥିଲା। ଅପେକ୍ଷା କରିଥିବା ହେଲିକପ୍ଟର ‘ନବନିଯୁକ୍ତ ଅଧିକାରୀ’ଙ୍କୁ ଆଣିବ, ଯିଏକି ସମସ୍ତ ରାଜନୈତିକ ଅଚଳାବସ୍ଥାର ଅବସାନ ଘଟାଇବେ ବୋଲି ଇମ୍ରାନ୍‌ ଆଶା କରିଥିଲେ। ତେବେ ଇମ୍ରାନ୍‌ଙ୍କୁ ସୁହାଇଲା ଭଳି ନୂଆ ନିଯୁକ୍ତି ପାଇଁ ଆବଶ୍ୟକ ବିଜ୍ଞପ୍ତି ଜାରି କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମନା କରିଦେଇଥିବାରୁ ସେନାମୁଖ୍ୟଙ୍କୁ ବଦଳାଇବା ସମ୍ଭବ ହୋଇ ନ ଥିଲା। ଅନିମନ୍ତ୍ରିତ ଅତିଥି ଦ୍ୱୟ ଥିଲେ ସେନାମୁଖ୍ୟ ଜେନେରାଲ ବାଜ୍‌ଓ୍ବା ଏବଂ ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ମୁଖ୍ୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ନଦିମ ଅହମ୍ମଦ ଅଞ୍ଜୁମ୍‌। ୧୯୪୭ରେ ଭାରତଠାରୁ ଅଲଗା ହୋଇ ପାକିସ୍ତାନ ଗଠନ ହେବା ପରଠାରୁ କୌଣସି ପ୍ରଧାନମନ୍ତ୍ରୀ ୫ ବର୍ଷ କ୍ଷମତାରେ ରହିପାରି ନାହାନ୍ତି। ଶନିବାର ମଧ୍ୟରାତ୍ରିରେ ପାକିସ୍ତାନର ଇତିହାସ କଡ଼ ଲେଉଟାଇଥିଲା। ପ୍ରଥମ ଥର ପାଇଁ ଅନାସ୍ଥା ଭୋଟରେ ହାରି ପ୍ରଧାନମନ୍ତ୍ରୀ ଚୌକିରୁ ହଟିଥିଲେ ଇମ୍ରାନ୍‌।

 


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?