ବାଇକ୍‌ରେ ୧୫ କି.ମି. ବୋହିନେଲେ ଝିଅର ମୃତଦେହ

ମାଲକାନଗିରି,୧୧।୪ (ଡି.ଏନ.ଏ.): ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଶିଶୁଙ୍କ ସୁରକ୍ଷା ପାଇଁ ମମତା ଯୋଜନାଠାରୁ ମୃତ୍ୟୁହେଲେ ସତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ମାତ୍ର କେତେକ କ୍ଷେତ୍ରରେ ଯୋଜନା କାର୍ଯ୍ୟକାରିତା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅବହେଳା ଯୋଗୁ ଲୋକେ ଏହାର ସୁଫଳ ପାଇପାରୁନାହାନ୍ତି। ଏଭଳି ଏକ ଘଟଣା ରବିବାର ମାଲକାନଗିରି ଜିଲାରେ ଦେଖିବାକୁ ମିଳିଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଝିଅର ମୃତ୍ୟୁ ପରେ ମୃତଦେହ ନେବାକୁ ସ୍ବର୍ଗରଥ ନ ମିଳିବାରୁ ପରିବାର ଲୋକେ ବାଇକ୍‌ରେ ବୋହି ନେବା ପରି ଘଟଣା ସାମ୍ନାକୁ ଆସିଛି। ଏହା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।
ଖବରରୁ ଜଣାପଡିଛି ସିନ୍ଧ୍ରିମାଳ ପଞ୍ଚାୟତ ଅନ୍ତର୍ଗତ ତଙ୍ଗଗୁଡା ଗ୍ରାମର ଇର୍ମା ମାଢିଙ୍କ ୪ ବର୍ଷର ଝିଅ ରଶ୍ମିତାଙ୍କ ଦେହ ଖରାପ ହୋଇଥିଲା। ସେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଅପପୁଷ୍ଟିର ଶିକାର ହୋଇଥିଲେ। ତାଙ୍କୁ ଅପପୁଷ୍ଟି କେନ୍ଦ୍ରକୁ ନେଇ ଚିକିତ୍ସା କରାଯାଉଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପରିବାର ଲୋକେ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରଶ୍ମିତାଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ପାଖରେ ଟଙ୍କା ନ ଥିବାରୁ ଇର୍ମା ଝିଅର ମୃତଦେହ କିପରି ଗ୍ରାମକୁ ନେବେ ଚିନ୍ତାରେ ପଡିଥିଲେ। ସେ ଚିକିତ୍ସାଳୟ କର୍ମଚାରୀଙ୍କୁ ସ୍ବର୍ଗରଥ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ମାତ୍ର ଏଥିପାଇଁ ଟଙ୍କା ଦେବାକୁ ପଡିବ ବୋଲି ଦାୟିତ୍ୱରେ ଥିବା କର୍ମଚାରୀ ଜଣକ କହିଥିଲେ। ପାଖରେ ଟଙ୍କା ନ ଥିବାରୁ ଶେଷରେ ନିରାଶ ହୋଇ ଇର୍ମା ନିଜ ବାଇକ୍‌ରେ ଝିଅର ମୃତଦେହ ୧୫ କି.ମି. ଦୂର ନିଜ ଗ୍ରାମ ତଙ୍ଗଗୁଡାକୁ ନେଇଥିଲେ। ସୂଚନାଯୋଗ୍ୟ, ରାଜ୍ୟ ସରକାର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସରକାରୀ ନିୟମ ଅନୁଯାୟୀ ଚିକିତ୍ସାଳୟରେ ରୋଗୀଙ୍କ ମୃତଦେହକୁ ଡାକ୍ତରଖାନା ପକ୍ଷରୁ ଘରେ ଛଡାଯିବା କଥା। ମାତ୍ର ଏଠାରେ ତାହା ହୋଇନାହିଁ। ସ୍ବର୍ଗରଥ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦଙ୍କୁ ପଚାରିବାରୁ ସେ କହିଲେ-ସରକାରଙ୍କ ନିୟମ ଅନୁଯାୟୀ କିଲୋମିଟର ପ୍ରତି ରହିଥିବା ଦେୟ ଦାଖଲ କରି ସ୍ବର୍ଗରଥ ଗାଡି ନେବାକୁ ଦାୟିତ୍ୱରେ ଥିବା କର୍ମଚାରୀ ଇର୍ମାଙ୍କୁ କହିଥିଲେ। ମାତ୍ର ସେ ଏହା ନ କରି ବାଇକ୍‌ରେ ମୃତଦେହ ତାଙ୍କ ଗ୍ରାମକୁ ନେଇଥିଲେ। ନେବା ସମୟରେ ମୁଁ ଏତେ ଟଙ୍କା ଦେଇପାରିବିନି ବୋଲି ଅଣ୍ଡରଟେକିଂ ଲେଖି ତାଙ୍କ ଝିଅର ମୃତଦେହ ନେଇଥିବା ନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଯାତୀତା ମହିଳାଙ୍କ ଭିଡିଓ ଭାଇରାଲ ନେଇ ପୋଲିସର ତନାଘନା

ବାହାନଗା, ୭ା୮(ଡି.ଏନ.ଏ.)-ଜଣେ ବିବାହିତ ମହିଳା ନିଜ ଉପରେ ହୋଇଥିବା ନିର୍ଯାତନା ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ବାହାନଗା ବ୍ଲକ ଅଞ୍ଚଳରେ ଚର୍ଚ୍ଚାର...

ଇତିହାସର ମୂକସାକ୍ଷୀ – ବିଜୁଙ୍କ ଡାକୋଟା

ସେ ଥିଲେ ଜଣେ ସ୍ବପ୍ନିଳ ମଣିଷ I ପୁଞ୍ଜିପତିର ସ୍ବପ୍ନ, ରାଜନୀତିର ସ୍ବପ୍ନ, ଦୁର୍ଦ୍ଧର୍ଷ ପାଇଲଟ ହେବାର ସ୍ବପ୍ନ ଭିତରେ ଅପୂର୍ବ ସମନ୍ବୟ ଘଟିଥିଲା ପୂର୍ବତନ...

ସାଟେଲାଇଟ୍‌ ମାପଚୁପ ରଫାଦଫା ମସୁଧା

ଯାଜପୁର ଅଫିସ,୨୩ା୮:ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଶତାଧିକ ଖାଦାନରୁ ମୂଲ୍ୟବାନ୍‌ କଳାପଥର ଉଭୟ ଲିଜ୍‌ଧାରୀ ଓ ପ୍ରଶାସନିକ ଅଧିକାରୀ ମିଳିମିଶି ଲୁଟି ନେଇଛନ୍ତି। ଗତ...

ମାଲକାନଗିରି-ଭଦ୍ରାଚଳମ୍‌ ରେଳଲାଇନ ସମ୍ପ୍ରସାରଣ କାମ ଆରମ୍ଭ ହେଉନି

ମାଲକାନଗିରି,୧୩ା୧୦ (ଡି.ଏନ୍‌.ଏ.): ଓଡ଼ିଶା ଏବଂ ତେଲଙ୍ଗାନା ସରକାରଙ୍କ ଦାବି ପରେ ଓଡ଼ିଶାର ମାଲକାନଗିରିଠାରୁ ତେଲଙ୍ଗାନାର ଭଦ୍ରାଚଳମ୍‌ ପର୍ଯ୍ୟନ୍ତ ରେଳଲାଇନ ସମ୍ପ୍ରସାରଣ ନିମନ୍ତେ ରେଲ୍‌ଓ୍ବେ ପକ୍ଷରୁ ବଜେଟରେ...

ହିତାଧିକାରୀଙ୍କୁ ୮ ମାସର ରାଶନ ମିଳିନାହିଁ

ରାଜନଗର, ୮ା୨(ଡି.ଏନ୍‌.ଏ.): ମାସେ କି ଦୁଇମାସ ନୁହେଁ, ୮ମାସ ହେଲା ହିତାଧିକାରୀ ରାଶନ ସାମଗ୍ରୀ ପାଉନାହାନ୍ତି। ରାଶନ ସାମଗ୍ରୀ ପାଉ ନ ଥିବା ସମ୍ପର୍କରେ ହିତାଧିକାରୀମାନେ...

ଡଗ୍‌ ସ୍କ୍ବାଡ୍‌ କେ-୯ରେ ୫ ବେଲ୍‌ଜିଆନ ମାଲିନୋଇସ

କଟକ ଅଫିସ,୧୯ା୨: ବେଲ୍‌ଜିଆନ ମାଲିନୋଇସ ପ୍ରଜାତିର ୫ କୁକୁର ଶୁକ୍ରବାର ଓଡ଼ିଶା ପୋଲିସର ଡଗ୍‌ ସ୍କ୍ବାଡ୍‌ କେ-୯ରେ ସାମିଲ ହୋଇଛନ୍ତି। କଟକ ବକ୍ସିବଜାରସ୍ଥିତ ରିଜର୍ଭ ପୋଲିସ...

ଜମିବାଡି ବିବାଦରୁ ପୁତୁରାଙ୍କୁ ହତ୍ୟା

ସିନାପାଲି,୧୬।୧: ନୂଆପଡା ଜିଲା ସିନାପାଲି ଥାନା ଗମ୍ଭାରୀଗୁଡ଼ା ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ନନ୍ଦ ଖର୍ସେଲ (୩୫)।...

କରୋନା ସଂକ୍ରମଣ ପ୍ରତିହତ ଲାଗି ବିଶୋଧକ ସିଞ୍ଚନ

ଡାବୁଗାଁ,୬ା୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ କରୋନା ସଂକ୍ରମଣ ପ୍ରତିହତ ଲାଗି ଡାବୁଗାଁ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ରବିବାର ଅପରାହ୍ନରେ ବିଶୋଧକ ସିଞ୍ଚନ କରାଯାଇଛି। ଡାବୁଗାଁ...

Advertisement
Archives

Model This Week