ଆସନ୍ତା ସପ୍ତାହରେ ଚାଇନା ଯିବେ ଶେହବାଜ

ଇସଲାମାବାଦ,୨୬ା୧୦: ଆସନ୍ତା ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଦୁଇ ଦିନିଆ ଚାଇନା ଗସ୍ତରେ ଯାଇ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବୁଧବାର କହିଛି ଯେ, ଏହି ସମୟ ମଧ୍ୟରେ ସେ ରଣନୈତିକ ସହଯୋଗ ଏବଂ ସହଭାଗିତା ଉପରେ ସମୀକ୍ଷା କରିବେ ଏବଂ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ବିକାଶ ଉପରେ ମତ ବିନିମୟ କରିବେ। ଚାଇନାର କମ୍ୟୁନିଷ୍ଟ ପାର୍ଟିର ନିକଟରେ ଶେଷ ହୋଇଥିବା ଐତିହାସିକ ୨୦ ତମ ଜାତୀୟ କଂଗ୍ରେସ ପରେ ଶରିଫ ପ୍ରଥମ ବିଦେଶୀ ନେତାଙ୍କ ମଧ୍ୟରେ ରହିବେ।

ଶରିଫଙ୍କ ଗସ୍ତ ଏପରି ଏକ ସମୟରେ ଆସିଛି ଯେତେବେଳେ ଋଣ ପରିଶୋଧ କରିବା ଏବଂ ବାଣିଜ୍ୟ ନିଅଣ୍ଟକୁ ଦୂର କରିବା ପାଇଁ କୋଟି କୋଟି ଟଙ୍କା ବ୍ୟବସ୍ଥା କରିବାକୁ ପାକିସ୍ତାନ ଚେଷ୍ଟା କରୁଛି। ପ୍ୟାରିସ କ୍ଲବ ଦେଶଗୁଡ଼ିକର ମିଳିତ ଭାବେ ୧୦.୭ ବିଲିୟନ ଡଲାର ଋଣ ଅଛି।

ପ୍ୟାରିସ କ୍ଲବ ହେଉଛି ପ୍ରମୁଖ ଋଣଦାତା ଦେଶଗୁଡ଼ିକର ଅଧିକାରୀମାନଙ୍କର ଏକ ଗୋଷ୍ଠୀ। ଯାହାଙ୍କ ଭୂମିକା ଋଣଗ୍ରସ୍ତ ଦେଶମାନଙ୍କ ଦ୍ୱାରା ଅନୁଭୂତ ହୋଇଥିବା ଦେୟ ଅସୁବିଧାଗୁଡ଼ିକର ସମନ୍ବିତ ଏବଂ ସ୍ଥାୟୀ ସମାଧାନ ଖୋଜିବା। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଅନୁଯାୟୀ ପାକିସ୍ତାନର ମୋଟ୍‌ ଅଣ-ପ୍ୟାରିସ କ୍ଲବ ଦ୍ୱିପାକ୍ଷିକ ଋଣ ବର୍ତ୍ତମାନ ୨୭ ବିଲିୟନ ଡଲାର ଅଟେ। ଯେଉଁଥିରୁ ଚାଇନାର ଋଣ ପ୍ରାୟ ୨୩ ବିଲିୟନ ଡଲାର ଅଟେ।

ଆସନ୍ତା ନଭେମ୍ବର୧-୨ରେ ପ୍ରଧାନମନ୍ତ୍ରୀ ଚାଇନା ଗସ୍ତ କରିବେ। ଆଜି ବୈଦେଶିକ ମନ୍ତ୍ରଣାଳୟ କହିଛି, ଶରିଫ ତାଙ୍କ ଚାଇନା ପ୍ରତିପକ୍ଷ ଲି କେକ୍ୱିଆଙ୍ଗଙ୍କ ନିମନ୍ତ୍ରଣ କ୍ରମେ ଏହି ଗସ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୁମ୍ମା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ସାଇକେଲରେ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ୍, ରାସ୍ତାରେ…

ଗଞ୍ଜାମ,୩୦।୬(ଅନାଥ ତରାଇ): ହୁମ୍ମା ଓଭରବ୍ରିଜ୍ ଜାତୀୟ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ,…

ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ:୫ ସ୍ଥାନରେ ଖାନତଲାସି ଜାରି

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ଆୟ ବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର) ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ…

‘କକ୍ରୋଚ ଜନତା ପାର୍ଟି’କୁ ନେଇ ପ୍ରଥମ ବିବୃତ୍ତି ଜାରି କଲା ଭାଜପା, ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୬: ‘କକ୍ରୋଚ ଜନତା ପାର୍ଟି’ (CJP) ସମ୍ପ୍ରତି ଦେଶରେ ଆଲୋଚନାର ବିଷୟ ପାଲଟିଛି। ଅନେକ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସହ ଜଡିତ ଥିବାରୁ ଏହି ଦଳ ଚର୍ଚ୍ଚାରେ ରହିଛି।…

ଆନ୍ଧ୍ର ପୋଲିସ ମାଡ଼ରେ ୨ ଓଡ଼ିଆ ଯୁବକ ଗୁରୁତର, ଗଞ୍ଜେଇ ଚାଲାଣକାରୀ କହି ଉଠାଇ ନେଇଥିବା ଅଭିଯୋଗ

ନନ୍ଦପୁର,୩୦।୬(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତ ସୁରୁମି ଗ୍ରାମର ୨ ଯୁବକଙ୍କୁ ଆନ୍ଧ୍ର ମୁଚିମପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ କରୁଥିବା…

ଏଷ୍ଟାବ୍ଲିଶମେଣ୍ଟ ଅଧିକାରୀ ଧନୁର୍ଦ୍ଧରଙ୍କ ଘରେ ପଶିଲା ଭିଜିଲାନ୍ସ: ୪ ସ୍ଥାନରେ ଚାଲିଛି ଖୋଳତାଡ଼

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ପ୍ରତିଷ୍ଠାନ(ଏଷ୍ଟାବ୍ଲିଶମେଣ୍ଟ) ଅଧିକାରୀ ତଥା କାର୍ଯ୍ୟାଳୟ ଅଧୀକ୍ଷକ(ଅଫିସ ସୁପରିଟେଣ୍ଡେଣ୍ଟ) ଧନୁର୍ଦ୍ଧର ବିଶ୍ୱାଳଙ୍କ ନାମରେ ଆୟ…

‘ଭାରତ ବିଶ୍ୱର ଏକ ସମସ୍ୟାବହୁଳ ଅଂଶରେ ଅଛି…’ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ କାହିଁକି କହିଥିଲେ ଏମିତି? ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୬: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସେର୍ଗିଓ ଗୋର୍‌ ଭାରତର ଭୌଗୋଳିକ ସ୍ଥିତି ଉପରେ ମତ ଦେଇଛନ୍ତି। ଆମେରିକାରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ଗୋର୍‌ ମନ୍ତବ୍ୟ…

ଚାଷ ଆରମ୍ଭରୁ ଚାଷୀଙ୍କୁ ସାର ସଙ୍କଟ: ମହଜୁଦ ସତ୍ତ୍ୱେ ଚାଷୀଙ୍କୁ ମିଳୁନି

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ସର୍ବାଧିକ ଧାନ ଉପତ୍ାଦନ ଯୋଗୁ ରାଜ୍ୟରେ ଜିଲାର ଏଭଳି ପରିଚୟ ରହିଛି। କିନ୍ତୁ ଏଠାରେ ଚାଷ, ଚାଷୀଙ୍କ ସମସ୍ୟା…

‘ଶାନ୍ତିର ଦୂତ’ ଭାବରେ ନିଜକୁ ଉପସ୍ଥାପନ କରୁଥିବା ପାକିସ୍ତାନକୁ ଭାରତ ଦେଖାଇବ ତା’ର ଅସଲ ସ୍ଥାନ!

ନୂଆଦିଲ୍ଲୀ/ଇସଲାମାବାଦ,୩୦।୬: ‘ଶାନ୍ତି ସ୍ଥାପନକାରୀ’ ହେବାର ଆଳ ଦେଖାଇ ପାକିସ୍ତାନର ଆତଙ୍କବାଦ ସମ୍ପର୍କରେ ଦ୍ୱୈତ ମାନଦଣ୍ଡର ଖେଳ ଆଉ କାମ କରିବ ନାହିଁ। ଭାରତ ବିଶ୍ୱ ସ୍ତରରେ ପଡ଼ୋଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri