ଗ୍ଲାମର ଦୁନିଆ ଛାଡ଼ି ସାଧ୍ୱୀ ହେଲେ

ପ୍ରୟାଗରାଜ: ଚଳଚ୍ଚିତ୍ର ଏବଂ ଅନେକ ମ୍ୟୁଜିକ୍‌ ଭିଡିଓରେ ଅଭିନୟ କରିଥିବା ଅଭିନେତ୍ରୀ ଇଶିକା ତନେଜାଙ୍କୁ ନେଇ ଏବେ ଚର୍ଚ୍ଚା ବଢ଼ିଛି। ସେ ମହାକୁମ୍ଭରେ ସାଧ୍ୱୀ ରୂପେ ନଜରକୁ ଆସିଛନ୍ତି। ସେ ଗ୍ଲାମର ଜଗତକୁ ଛାଡ଼ି ଆଧ୍ୟାତ୍ମିକ କ୍ଷେତ୍ରକୁ ଆପଣାଇଛନ୍ତି ବୋଲି ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଇଶିକା କହିଛନ୍ତି।
୨୦୧୮ରେ ମିସ୍‌ ୱାଲର୍‌ଡ ଟୁରିଜମ୍‌ ଟାଇଟଲ୍‌ ଜିତିଥିଲେ। ୨୦୧୬ରେ ସେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ଭାରତର ୧୦୦ ମହିଳା ଆଚିଭର୍ସ ବର୍ଗରେ ସମ୍ମାନିତ ହୋଇଥିଲେ। ୨୦୧୭ରେ ସେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାରକରଙ୍କ ନିର୍ଦ୍ଦେଶିତ ‘ଇନ୍ଦୁ ସରକାର’ ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ପରେ ସେ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟଙ୍କ ସିରିଜ୍‌ ‘ହଦ୍‌’ରେ ମଧ୍ୟ କାମ କରିଥିଲେ।
ଜଣେ ସାଧ୍ୱୀ ଭାବେ ଯୋଗଦେଇ ଇଶିକା କହିଛନ୍ତି, ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ସହ ସେ ସନାତନ ଧର୍ମର ପ୍ରଚାର ପ୍ରସାର କରିବାକୁ ଶପଥ ନେଇଥିଲେ। ଯୁବପିଢ଼ିଙ୍କୁ ଆଗେଇ ଆସି ସନାତନ ପଥ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି। ଏବେ ସେ ‘ଶ୍ରୀ ଲକ୍ଷ୍ମୀ’ ନାମରେ ସନାତନ ଧର୍ମର ପ୍ରଚାର ପ୍ରସାରରେ ବ୍ୟସ୍ତ ରହିବେ ବୋଲି ଇଶିକା କହିଛନ୍ତି।
ଗତ ଜାନୁଆରୀର ଇଶିକା ମଧ୍ୟପ୍ରଦେଶର ଜବଲପୁରରେ ଶଙ୍କରାଚାର୍ଯ୍ୟ ସ୍ବାମୀ ସଦାନନ୍ଦ ସରସ୍ବତୀ ଜୀ ମହାରାଜଙ୍କ ମାର୍ଗ ଦର୍ଶନରେ ଗୁରୁ ଦୀକ୍ଷା ନେଇଥିଲେ।
ତେବେ ସାଧ୍ୱୀ ହୋଇ ସେ ପବ୍ଲିସିଟି ଷ୍ଟଣ୍ଟ୍‌ କରୁଛନ୍ତି ବୋଲି ହେଉଥିବା ଆଲୋଚନାକୁ ଇଶିକା ଖଣ୍ଡନ କରିଛନ୍ତି। ତେବେ ଯଦି ସୁଯୋଗ ମିଳେ, ସେ ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟାର କୌଣସି ପ୍ରମାଣ ନାହିଁ…CBI କ୍ଲୋଜର୍‌ ରିପୋର୍ଟରେ କ’ଣ କ’ଣ ଅଛି?

ନୂଆଦିଲ୍ଲୀ, ୨୩।୩: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ୨ଟି ମାମଲାକୁ ଶନିବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବନ୍ଦ କରିଛି। ବିଭିନ୍ନ...

ପୁଣି ଐଶର୍ଯ୍ୟାଙ୍କୁ ନେଇ ବଡ଼ ଖୁଲାସା କଲେ ଅଭିଷେକ, କହିଲେ ସେ ଫୋନରେ…

ମୁମ୍ବାଇ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ଚର୍ଚ୍ଚିତ କପଲଙ୍କ ମଧ୍ୟରୁ ଜଣେ। ଯଦିଓ ଗତବର୍ଷ ଏହି ଦମ୍ପତିଙ୍କ ମଧ୍ୟରେ ଛାଡପତ୍ରର ଗୁଜବ...

ପୁଣି ବାପା ହେବେ କି ରଣବୀର: ଦେଲେ ସଙ୍କେତ

ବଲିଉଡର ସବୁଠାରୁ ଚର୍ଚ୍ଚିତ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଝିଅ ରାହାଙ୍କ ସହ ସମୟ ବିତାଉଛନ୍ତି। ନଭେମ୍ବର ୨୦୨୨ ରାହା ଜନ୍ମ ପରଠାରୁ...

ଅମିତାଭଙ୍କ ଉତ୍ତରାଧିକାରୀ ହେବେ ନାହିଁ ଅଭିଷେକ? ଚମକାଇ ଦେଇଛି ବିଗ ବିଙ୍କ ଲାଟେଷ୍ଟ ପୋଷ୍ଟ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କୁ ବଲିଉଡର ଶେହନଶାହା କୁହାଯାଏ। ସେ ଇଣ୍ଡଷ୍ଟ୍ରିକୁ ଅନେକ ହିଟ ଫିଲ୍ମ ଭେଟି ଦେଇଛନ୍ତି, ଯାହାକୁ କେବେ ଭୁଲି ହେବ ନାହିଁ। ତଥାପି,...

ଓକିଲ କଲେ ନିଶ୍ଚିତ: ଆନୁଷ୍ଠାନିକ ଭାବେ ଅଲଗା ହେଲେ ୟୁଜଭେନ୍ଦ୍ର ଚହଲ-ଧନଶ୍ରୀ ବର୍ମା

ମୁମ୍ବାଇ,୨୦ା୩: ସେଲିବ୍ରିଟି ଦମ୍ପତି ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ରିପୋର୍ଟ ଗତ କିଛି ମାସ ଧରି ଖବରରେ ରହିଛି। ଗୁରୁବାର, ମୁମ୍ବାଇର ବାନ୍ଦ୍ରା...

ବେଆଇନ ବେଟିଂ ଆପ୍‌ ପ୍ରଚାର କରିବା ଅଭିଯୋଗ: ୨୫ ସେଲିବ୍ରେଟିଙ୍କ ନାଁରେ ମାମଲା

ହାଇଦ୍ରାବାଦ, ୨୦।୩: ତେଲେଙ୍ଗାନା ପୋଲିସ ଅବୈଧ ବେଟିଂ ଆପ୍‌କୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ରାଣା ଦଗ୍ଗୁବାତି, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା ଏବଂ ନିଧି ଅଗ୍ରୱାଲଙ୍କ...

କୋରାପୁଟରେ ଫିଲ୍ମ ଶୁଟିଂ ପରେ ଫେରିଲେ ଏସ୍‌ଏସ୍‌ଏମ୍‌ବି-୨୯ ଟିମ୍‌

କୋରାପୁଟ,୧୯ା୩(ଅମିତାଭ ବେହେରା): ଦୀର୍ଘ ୧୫ଦିନ ରହଣି ପରେ କୋରାପୁଟରୁ ଫେରିଗଲେ ସାଉଥ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲି। ଅଭିନେତା ମହେଶ ବାବୁ ଓ ବଲିଉଡ୍‌ର ଦେଶୀ...

‘ସିକନ୍ଦର ନାଚେ’ରେ ସଲମାନଙ୍କ ଡବ୍‌କେ ଡ୍ୟାନ୍ସ

ମୁମ୍ବାଇ: ଅଭିନେତା ସଲମାନ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ସିକନ୍ଦର’ର ଆଉ ଏକ ଗୀତ ‘ସିକନ୍ଦର ନାଚେ’କୁ ମଙ୍ଗଳବାର ରିଲିଜ୍‌ କରାଯାଇଛି। ସୋମବାର ଏହାର ଟିଜରକୁ ଜାରି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri