ଗ୍ଲାମର ଦୁନିଆ ଛାଡ଼ି ସାଧ୍ୱୀ ହେଲେ

ପ୍ରୟାଗରାଜ: ଚଳଚ୍ଚିତ୍ର ଏବଂ ଅନେକ ମ୍ୟୁଜିକ୍‌ ଭିଡିଓରେ ଅଭିନୟ କରିଥିବା ଅଭିନେତ୍ରୀ ଇଶିକା ତନେଜାଙ୍କୁ ନେଇ ଏବେ ଚର୍ଚ୍ଚା ବଢ଼ିଛି। ସେ ମହାକୁମ୍ଭରେ ସାଧ୍ୱୀ ରୂପେ ନଜରକୁ ଆସିଛନ୍ତି। ସେ ଗ୍ଲାମର ଜଗତକୁ ଛାଡ଼ି ଆଧ୍ୟାତ୍ମିକ କ୍ଷେତ୍ରକୁ ଆପଣାଇଛନ୍ତି ବୋଲି ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଇଶିକା କହିଛନ୍ତି।
୨୦୧୮ରେ ମିସ୍‌ ୱାଲର୍‌ଡ ଟୁରିଜମ୍‌ ଟାଇଟଲ୍‌ ଜିତିଥିଲେ। ୨୦୧୬ରେ ସେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ଭାରତର ୧୦୦ ମହିଳା ଆଚିଭର୍ସ ବର୍ଗରେ ସମ୍ମାନିତ ହୋଇଥିଲେ। ୨୦୧୭ରେ ସେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାରକରଙ୍କ ନିର୍ଦ୍ଦେଶିତ ‘ଇନ୍ଦୁ ସରକାର’ ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ପରେ ସେ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟଙ୍କ ସିରିଜ୍‌ ‘ହଦ୍‌’ରେ ମଧ୍ୟ କାମ କରିଥିଲେ।
ଜଣେ ସାଧ୍ୱୀ ଭାବେ ଯୋଗଦେଇ ଇଶିକା କହିଛନ୍ତି, ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ସହ ସେ ସନାତନ ଧର୍ମର ପ୍ରଚାର ପ୍ରସାର କରିବାକୁ ଶପଥ ନେଇଥିଲେ। ଯୁବପିଢ଼ିଙ୍କୁ ଆଗେଇ ଆସି ସନାତନ ପଥ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି। ଏବେ ସେ ‘ଶ୍ରୀ ଲକ୍ଷ୍ମୀ’ ନାମରେ ସନାତନ ଧର୍ମର ପ୍ରଚାର ପ୍ରସାରରେ ବ୍ୟସ୍ତ ରହିବେ ବୋଲି ଇଶିକା କହିଛନ୍ତି।
ଗତ ଜାନୁଆରୀର ଇଶିକା ମଧ୍ୟପ୍ରଦେଶର ଜବଲପୁରରେ ଶଙ୍କରାଚାର୍ଯ୍ୟ ସ୍ବାମୀ ସଦାନନ୍ଦ ସରସ୍ବତୀ ଜୀ ମହାରାଜଙ୍କ ମାର୍ଗ ଦର୍ଶନରେ ଗୁରୁ ଦୀକ୍ଷା ନେଇଥିଲେ।
ତେବେ ସାଧ୍ୱୀ ହୋଇ ସେ ପବ୍ଲିସିଟି ଷ୍ଟଣ୍ଟ୍‌ କରୁଛନ୍ତି ବୋଲି ହେଉଥିବା ଆଲୋଚନାକୁ ଇଶିକା ଖଣ୍ଡନ କରିଛନ୍ତି। ତେବେ ଯଦି ସୁଯୋଗ ମିଳେ, ସେ ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri