Posted inଫୁରସତ

ଅଳିଆ ବିକି ମାସିକ ୯ ଲକ୍ଷ ରୋଜଗାର

ଡଲାସ: ଆମେରିକାର ଟେକ୍ସାସ ବାସିନ୍ଦା ଏଲା ରୋଜ୍‌(୨୩) ଗତ ୧୦ ବର୍ଷ ହେଲା ଅଳିଆ ଗଦା ମଧ୍ୟରୁ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଏବଂ ଜିନିଷ ଖୋଜିବା ସହ ତାହାକୁ ବିକ୍ରି କରି ଅର୍ଥ ରୋଜଗାର କରି ଆସୁଛନ୍ତି। ଏପରି ବୃତ୍ତି ତାଙ୍କୁ ଆର୍ଥିକ ରୂପେ ସଶକ୍ତ କରିଥିବା ଏଲା କହିଛନ୍ତି। ସେ ସାଧାରଣତଃ ବିଭିନ୍ନ ବଡ଼ ସପିଂ ମଲ୍‌, ଅଫିସ୍‌, ଦୋକାନ ଆଗରେ ଫୋପାଡି ଦିଆଯାଇଥିବା ଆବର୍ଜନା ମଧ୍ୟରୁ ଖୋଜି ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ସଂଗ୍ରହ କରନ୍ତି। ଏହି ସାମଗ୍ରୀଗୁଡ଼ିକୁ ସେ ଅନେକ ହଜାର ଟଙ୍କା ମୂଲ୍ୟରେ ବିକ୍ରି କରିଥାନ୍ତି। ତାଙ୍କୁ ଅଳିଆ ଗଦା ମଧ୍ୟରୁ ବଡ଼ ବଡ଼ ବ୍ରାଣ୍ଡ୍‌ର ବିଭିନ୍ନ ସରଞ୍ଜାମ ମିଳିଥାଏ, ଯାହାକୁ ସେ ଅନ୍‌ଲାଇନରେ ବିକ୍ରି କରନ୍ତି। ଦି ସନ୍‌ ୱେବ୍‌ସାଇଟ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏଲା ମାତ୍ର ୧୩ ବର୍ଷର ହୋଇଥିବାବେଳେ କିଛି ଲୋକ ଅଳିଆ ଗଦାରୁ ମୂଲ୍ୟବାନ ଜିନିଷ ଖୋଜୁଥିବାର ଏକ ଭିଡିଓ ୟୁଟ୍ୟୁବ୍‌ରେ ଦେଖିବାକୁ ପାଇଥିଲେ। ନିଜ ଅବସର ସମୟରେ ଏପରି କରିବାକୁ ସେ ତାଙ୍କ ମା’ଙ୍କଠାରୁ ଅନୁମତି ମାଗିଥିଲେ। ପ୍ରଥମେ ତାଙ୍କ ପରିବାର ଏଥିରେ ରାଜି ହୋଇ ନ ଥିଲୋ। ପରେ ଏଲା ଜିଦ୍‌ ଧରିବାରୁ ତାଙ୍କ ପରିବାର ଏଥିରେ ରାଜି ହୋଇଥିଲେ। ଏହି କାର୍ଯ୍ୟରେ ତାଙ୍କର ରୋଜଗାର ମାସକୁ ଅତି କମ୍‌ରେ ୪୫ ହଜାର ଟଙ୍କା ହୋଇଥିବାବେଳେ ସପିଂ ଏବଂ ଫେଷ୍ଟିଭାଲ ସିଜନ୍‌ରେ ଏହା ବଢ଼ି ମାସିକ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥାଏ ବୋଲି ଏଲା କହିଛନ୍ତି। ସେ ସୋସିଆଲ ମିଡିଆ ଏବଂ ୟୁଟ୍ୟୁବ୍‌ରେ ତାଙ୍କ କାର୍ଯ୍ୟ ସହ ଜଡିତ ଭିଡିଓ ମଧ୍ୟ ପୋଷ୍ଟ କରନ୍ତି, ଯାହା ଅନେକ ଲୋକଙ୍କୁ ଏପରି ବୃତ୍ତି ଆପଣାଇ ଟଙ୍କା ରୋଜଗାର କରିବାର ପ୍ରେରଣା ଦେଇଆସୁଛି। ସେ ପୂର୍ବରୁ କେବଳ ନିଜ ଅବସର ସମୟରେ ଏହି କାର୍ଯ୍ୟ କରୁଥିଲେ, ପରେ ସେ ଏହାକୁ ନିଜର ବୃତ୍ତି କରିବାକୁ ସ୍ଥିର କରିଥିଲେ ବୋଲି ଏଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ୍‌ରେ CCTV ବାଧ୍ୟତାମୂଳକ, ୭ ଦିନ ମଧ୍ୟରେ କାର୍ଯ୍ୟକାରୀ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ କନ୍ଧମାଳ ପୋଲିସ ଏବେ ବଡ଼ ପଦକ୍ଷେପ ନେଇଛି । କନ୍ଧମାଳ ଏସପି…

କ୍ରିକେଟ ଜଗତରେ ଖୁବ ଚର୍ଚ୍ଚା, କାହାକୁ ଭୁଲ ମାଗିଲେ ଆକୃତି? ନିର୍ବନ୍ଧ ଭାଙ୍ଗିବାର ୨୬ ଦିନ ପରେ ପୁଣି ଏକାଠି ହୋଇଛନ୍ତି ଆକୃତି ଅଗ୍ରୱାଲ-ପୃଥ୍ବୀ ଶ’

ନୂଆଦିଲ୍ଲୀ,୧୩।୧୦: ଭାରତୀୟ ଦଳର ଓପନର୍‌ ପୃଥ୍ବୀ ଶ’ଙ୍କ ମଙ୍ଗେତର (fianc଼e) ଆକୃତି ଅଗ୍ରୱାଲ ଗତ ସେପ୍ଟେମ୍ବର ୧୭ରେ ସେମାନଙ୍କ ନିର୍ବନ୍ଧ ଭାଙ୍ଗିଯାଇଥିବା ନେଇ ଘୋଷଣା କରିଥିଲେ। କିନ୍ତୁ…

ବିଶ୍ୱକପ୍‌ ୨୦୨୭ ପୂର୍ବରୁ ଗମ୍ଭୀରଙ୍କୁ କୈଫ୍‌ଙ୍କ ଚେତାବନୀ, ବିରାଟ-ରୋହିତ ନୁହେଁ….

ନୂଆଦିଲ୍ଲୀ,୧୩।୧୦: ଆସନ୍ତା ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। କେଉଁ ଖେଳାଳି ବିଶ୍ୱକପ୍‌ ଦଳରେ ସ୍ଥାନ ପାଇବେ, ତାହାକୁ ନେଇ…

ପନ୍ତଙ୍କ ସ୍ଥାନ ନେବାର ସୁଯୋଗ ପାଇପାରନ୍ତି ଏହି ଖେଳାଳି, ଟି ୨୦ ପରେ ଏବେ ଟେଷ୍ଟ ଟିମରେ…

ନୂଆଦିଲ୍ଲୀ,୧୩।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ମ୍ୟାଚରେ ଭାରତୀୟ ୱିକେଟ କିପର-ବ୍ୟାଟର ଋଷଭ ପନ୍ତଙ୍କ ଅଂଶଗ୍ରହଣ ତାଙ୍କ ଫିଟନେସ ଉପରେ ନିର୍ଭର କରିବ। ଆହତ ସମସ୍ୟା ଯୋଗୁ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଭେଟିଲେ ରଶ୍ମିକା-ବିଜୟ; ଫଟୋ ଶେୟାର କରି ପ୍ରକାଶ କଲେ ହୃଦୟସ୍ପର୍ଶୀ ଭାବନା

ଚେନ୍ନାଇ,୧୩।୧୦: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ସହ ଅଭିନେତା ତଥା ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କୁ ଭେଟିଛନ୍ତି।…

ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ: ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏ…

ଏସ୍‌ଆଇଆର୍‌ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବାର ଅତ୍ୟାବଶ୍ୟକ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୦(ସୁନିତ୍‌ ମିଶ୍ର): ଗଣତନ୍ତ୍ରର ବିଶ୍ୱସନୀୟତା ମୁକ୍ତ ଓ ଅବାଧ ନିର୍ବାଚନ ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଉପରେ ନିର୍ଭରକରେ । ଏଥିପାଇଁ ସ୍ବଚ୍ଛ…

ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର

ବ୍ୟାଙ୍କକ୍‌,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?