Posted inଜାତୀୟ

ସ୍ବାମୀଙ୍କୁ ମାରିବା ପାଇଁ ସ୍ତ୍ରୀ ରଚିଲେ ଏମିତି ଷଡଯନ୍ତ୍ର, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜୟପୁର,୨୬।୯: କୁହାଯାଏ ସ୍ତ୍ରୀ-ସ୍ବାମୀ ସମ୍ପର୍କ ଦୁନିଆର ସବୁଠୁ ପବିତ୍ର ହୋଇଥାଏ। କିନ୍ତୁ ସ୍ତ୍ରୀ ଯଦି ସ୍ବାମୀର ହତ୍ୟାକାରୀ ସାଜେ ତେବେ ଏହା ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେବ। ଏମିତି ଏକ ଘଟଣା ରାଜସ୍ଥାନର ଭରତପୁରରେ ଘଟିଛି। ଏଠାରେ ଜଣେ ମହିଳା ନିଜ ସ୍ବାମୀଙ୍କୁ ହତ୍ୟା ପାଇଁ ସାର୍ପ ଶୁଟରଙ୍କ ସହାୟତା ନେଇଛନ୍ତି। ପୋଲିସ ଏହି ଘଟଣାରେ ଅଭିଯୁକ୍ତଙ୍କ ଗିରଫ କରିବା ସହ ସେମାନଙ୍କଠାରୁ ମାରଣାସ୍ତ୍ର ଜବତ କରିଛି। ପୋଲିସ ମୁତାବକ ପ୍ରଦ୍ୟୁମ୍ନ ନାମକ ଜଣେ ବ୍ୟକ୍ତି ମାରିବା ପାଇଁ ତାଙ୍କ ସ୍ତ୍ରୀ ନୀତୁ ସାର୍ପ ଶୁଟର ଆଶିଷଙ୍କୁ ସୁପାରୀ ଦେଇଥିଲେ। ପ୍ରଦ୍ୟୁମ୍ନଙ୍କୁ ମାରିବା ପାଇଁ ତାଙ୍କ ଘରକୁ ଆସିଥିଲେ। ଏହି ସମୟରେ ତାଙ୍କୁ ଝିଅ ପିତାଙ୍କୁ ବଞ୍ଚାଇଥିଲେ। ଆଶିଷଙ୍କୁୂ ଧରି ଏକ ଘର ଭିତରେ ପୂରାଇ ଦେଇ ପୋଲିସକୁ ଏନେଇ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଧରିଥିଲେ। ପଚରାଉଚରାବେଳେ ସତ୍ୟତା ଜଣାପଡିଥିଲା। ପ୍ରଦ୍ୟୁମ୍ନ କୁମାର ଜିଲା ନ୍ୟାୟାଳୟରେ ବିଚାରପତିଙ୍କ ପାଠକ ଥିବାବେଳେ ସେହି କୋର୍ଟରେ ନୀତୁ ଜଣେ ଅଧିବକ୍ତା ଭାବେ କାର୍ଯ୍ୟ କରନ୍ତି। ପାରିବାରିକ ଝଗଡା କାରଣରୁ ସେ ନିଜ ସ୍ବାମୀଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କ ବେଙ୍ଗାଲୁରୁ ବୈଠକ ସ୍ଥଗିତ

ପାଟନା, ୩ା୭ : ବିରୋଧୀ ଦଳଗୁଡ଼ିକର ପ୍ରସ୍ତାବିତ ଦ୍ୱିତୀୟ ବୈଠକ ଜୁଲାଇ ୧୩ ଓ ୧୪ରେ ବେଙ୍ଗାଲୁରୁରେ ହେବାକୁ ଥିବାବେଳେ ଏହାକୁ ସ୍ଥଗିତ ରଖାଯାଇଛି। ବୈଠକର...

ହସ୍ପିଟାଲର ଲମ୍ବା ବିଲ୍‌: କରୋନା ରୋଗୀଙ୍କୁ ଦେବାକୁ ପଡିଲା ୧୨ ଲକ୍ଷ ଟଙ୍କା

ସୁରଟ,୧୦।୬: କରୋନା ସଙ୍କଟବେଳେ ଡାକ୍ତରମାନେ ଯୋଦ୍ଧା ଭାବରେ ପ୍ରଶଂସିତ ହେଉଛନ୍ତି। ଗୁଜରାଟରେ ଏକ ବେସରକାରୀ ଡାକ୍ତରଖାନାରେ କରୋନା ପଜିଟିଭ ରୋଗୀଙ୍କଠାରୁ ୧୨ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ...

୨୪ ଘଣ୍ଟାରେ ୧୨୩ ଆକ୍ରାନ୍ତ…

ନୂଆଦିଲ୍ଲୀ, ୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ...

ଭାଜପାରୁ ଇସ୍ତଫା ଦେଲେ ବରିଷ୍ଠ ନେତା

ଅମରାବତୀ,୧୬।୨: ଭାଜପା ବରିଷ୍ଠ ନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମନ୍ତ୍ରୀ କନ୍ନା ଲକ୍ଷ୍ମୀନାରାୟଣ ଗୁରୁବାର ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଗୁଣ୍ଟୁରରେ ଥିବା ତାଙ୍କ...

କମେଡିଆନ ଭାରତି ସିଂହଙ୍କୁ ଗିରଫ କଲା ଏନ୍‌ସିବି

ମୁମ୍ବାଇ,୨୧।୧୧-ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) କମେଡିଆନ ଭାରତି ସିଂହଙ୍କୁ ଶନିବାର ଜେରା କରିବା ପରେ ଶେଷରେ ଗିରଫ କରିଛି। ଆଜି ଏନ୍‌ସିବି...

ସିନ୍ଧେଙ୍କ ଆବେଦନ ଉପରେ ଡେପୁଟି ସ୍ପିକରଙ୍କୁ ନୋଟିସ ପଠାଇଲେ ସୁପ୍ରିମ କୋର୍ଟ, ପରବର୍ତ୍ତି ଶୁଣାଣି ଜୁଲାଇ ୧୧ରେ

ନୂଆଦିଲ୍ଲୀ,୨୭ ।୬: ମହାରାଷ୍ଟ୍ରର ଅସନ୍ତୁଷ୍ଟ ବିଧାୟକ ଏକନାଥ ସିନ୍ଧେଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ପ୍ରାୟତଃ ସମସ୍ତ ପକ୍ଷଙ୍କୁ ନୋଟିସ ଦେଇଛନ୍ତି । ଏହି ନୋଟିସର ଜବାବ...

ଗିରଫ ହୋଇପାରନ୍ତି ଏକତା କପୁର, ଶୋଭା କପୁର

ମୁମ୍ବାଇ,୨୯ ।୯: ବଲିଉଡର ଜଣାଶୁଣା ଫିଲ୍ମ, ସିରିଏଲ ଓ ୱେବ ସିରିଜ ନିର୍ମାତା ଏକତା କପୁର ଓ ଶୋଭା କପୁର ଗିରଫ ହୋଇପାରନ୍ତି । ମଙ୍ଗଳବାର...

ରୋଷେଇ ଘର ପାଣି ପାଇପରୁ ବାହାରିଲା ମଦ: ଲୋକେ ଆଶ୍ଚର୍ଯ୍ୟ

ତ୍ରିଶୂର,୬।୨: ଘରକୁ ଦିଆଯାଇଥିବା ପାଣି ପାଇପରୁ ପାଣି ବଦଳରେ ମଦ ବାହାରିବା ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ତେବେ କେରଳର ତ୍ରିଶୂର...

Advertisement
Archives

Model This Week