ହତ୍ୟା କରିଥିବା ମାନିଲେ ଶର୍ମିଷ୍ଠା

ଭୁବନେଶ୍ୱର, (ବ୍ୟୁରୋ)/କଟକ ଅଫିସ୍‌/ ନୟାଗଡ଼ ଅଫିସ/ରଣପୁର (ସ୍ବ.ପ୍ର.)/ଚାନ୍ଦବାଲି (ଡି.ଏନ.ଏ.),୨ା୪: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଜେଲ ଯାଇ ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଶୁକ୍ରବାର କ୍ରାଇମ୍‌ବ୍ରାଞ୍ଚ ଆଗରେ ସତ ଓକାଳିଛନ୍ତି। ମାନସଙ୍କୁ ଅପହରଣ ପରେ ହତ୍ୟା କରିଥିବା ନେଇ ଶର୍ମିଷ୍ଠା ମାନିଥିବାବେଳେ କ୍ରାଇମ୍‌ବ୍ରାଞ୍ଚ ଏନେଇ ଇଣ୍ଡିଆନ ଏଭିଡେନ୍ସ ଆକ୍ଟର ଦଫା ୨୭ ଅନୁଯାୟୀ ବୟାନ ରେକର୍ଡ କରିଛି। ଏପରି କି ମାନସଙ୍କୁ କିପରି ଅପହରଣ, ହତ୍ୟା କରାଗଲା ଏବଂ ମୃତଦେହ ପୋତାଗଲା ସେନେଇ ଶର୍ମିଷ୍ଠା କାନ୍ଦି କାନ୍ଦି ବଖାଣିଥିବାବେଳେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ତାହାର ସିନ୍‌ ରିକ୍ରିଏଟ୍‌ କରାଯାଇଛି। ଅନ୍ୟପକ୍ଷରେ ରିମାଣ୍ଡରେ ଥିବା ଅନ୍ୟ ୩ ଅଭିଯୁକ୍ତ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ, ଝୁନା ଭୋଇ ଏବଂ ରଞ୍ଜନ ନାୟକ ଓରଫ ରାଜଙ୍କୁ କଟକ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟରେ ଏକାଠି ବସାଇ ୩ଜଣିଆ ଟିମ୍‌ ପଚରାଉଚରା କରିଥିବା ଜଣାପଡ଼ିଛି। ଶର୍ମିଷ୍ଠା ଅପରାଧର ପେଡ଼ି ଖୋଲି ଦୋଷମାନି ନେଇଥିବା କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଥିବାବେଳେ ହତ୍ୟା ପଛର କାରଣ ଓ ମେମୋରି ଚିପ୍‌ ବିଷୟରେ ସେ କ’ଣ କହିଲେ ତାହା କ୍ରାଇମ୍‌ବ୍ରାଞ୍ଚ କହିନାହିଁ।

ଶର୍ମିଷ୍ଠା ଦେଇଥିବା ବୟାନ ଅନୁସାରେ ଅନ୍ୟତମ ଅଭିଯୁକ୍ତ ଝୁନା ଭୋଇ, ଭାଗ୍ୟଧର ନାୟକ, ରାଜ ଓରଫ ରଞ୍ଜନ ନାୟକ, ନିଲୁ ଓରଫ ବିବେକ ଓ ସେ ମିଶି ଗତ ଫେବୃୟାରୀ ୭ ସକାଳେ ଭଦ୍ରକ ଜିଲା ଚାନ୍ଦବାଲି ଥାନାସ୍ଥିତ ପଳାସପୁର ଗ୍ରାମରୁ ମାନସଙ୍କୁ ଅପହରଣ କରିବା ପରେ ତାଙ୍କ କାର୍‌ରେ ଭୁବନେଶ୍ୱର ଆଣିଥିଲେ। ସେହିଦିନ ମଧ୍ୟାହ୍ନରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନାସ୍ଥିତ ଦୟାଲ ଆଶ୍ରମରେ ସେମାନେ ପହଞ୍ଚିଥିଲେ। ସେଠାରେ ମାନସଙ୍କୁ ନିସ୍ତୁକ ମାଡ଼ ମାରି ହତ୍ୟା କରିବା ପରେ ୮ ତାରିଖ ଅପରାହ୍ନରେ ତାଙ୍କ ମୃତଦେହକୁ ପୋତିବା ପାଇଁ ନିଜ କାର୍‌ରେ ନୟାଗଡ଼ ଜିଲା ରଣପୁର ଅଭିମୁଖେ ବାହାରିଥିଲେ। ଏହି ସମୟରେ ଶର୍ମିଷ୍ଠା ଓ ଝୁନା ଭୋଇ ଭୁବନେଶ୍ୱର ୟୁନିଟ-୧ ମାର୍କେଟରୁ ଝୋଟ ବ୍ୟାଗ୍‌, ସୁତୁଲି, ଗ୍ଲୋବ୍‌ସ କିଣିଥିଲେ। ରାସ୍ତାରେ ଯିବାବେଳେ ରାଜସୁନାଖଳାରୁ ଦୁହେଁ ୧୦ କେଜି ଲୁଣ କିଣିଥିଲେ। ସେଠାରେ ଭାଗ୍ୟଧର ଓ ରଞ୍ଜନ କୋଦାଳ ଓ ଗଇଁତି ମଧ୍ୟ କିଣିଥିଲେ। ତେବେ ଅଭିଯୁକ୍ତ ଭାଗ୍ୟଧରଙ୍କ ଘର ନୟାଗଡ଼ ଜିଲା ରଣପୁର ଥାନା ବଧିପାଟଣା ଗ୍ରାମରେ ହୋଇଥିବାରୁ ମାନସଙ୍କ ମୃତଦେହ ପୋତିବାକୁ ସେଠାକାର ଏକ ନିରାପଦ ସ୍ଥାନ ସେ ଦେଖାଇଥିଲେ, ଯାହାକି ବଧିପାଟଣା ଗଁାଠାରୁ ୨ କି.ମି. ଦୂର ଏକ ଜଙ୍ଗଲ ଜମି। ସେଠାରେ ସେମାନେ ୫ ଫୁଟ୍‌ର ଗାତ ଖୋଳି ମୃତଦେହ ପୋତିବା ପରେ ପ୍ରମାଣ ନଷ୍ଟ ପାଇଁ ମାନସଙ୍କ ଜିନିଷକୁ ନଷ୍ଟ କରିବାକୁ ଯାଜପୁର ଜିଲା ଚଣ୍ଡିଖୋଲ ଯାଇଥିଲେ।
ହତ୍ୟାକାଣ୍ଡ ସ୍ଥଳ ଦେଖାଇ କାନ୍ଦିଲେ ଶର୍ମିଷ୍ଠା
ଦୟାଲ ଆଶ୍ରମ ଉପର ମହଲାର ଏକ ରୁମ୍‌ରେ ମାନସଙ୍କୁ ରଖାଯାଇଥିଲା। ସେଠାରେ ହିଁ ତାଙ୍କୁ ମାଡ଼ ମାରି ମାରି ହତ୍ୟା କରାଯାଇଥିଲା। ଶର୍ମିଷ୍ଠା ଉକ୍ତ ରୁମ୍‌ରେ ସେଦିନର ଘଟଣାକୁ କ୍ରାଇମବ୍ରାଞ୍ଚ ଆଗରେ କହିଥିଲେ। ହେଲେ କହିଲା ବେଳେ ଶର୍ମିଷ୍ଠା ଭୋ ଭୋ ହୋଇ କାନ୍ଦି ପକାଇଥିଲେ।
ମେମୋରି ଚିପ୍‌କୁ ନେଇ ଫିଟୁନି ରହସ୍ୟ
ଅଭିଯୁକ୍ତମାନେ ଦୋଷ ସ୍ବୀକାର କରିଲେଣି। ହେଲେ ଯେଉଁ ମେମୋରି ଚିପ୍‌ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିଲା ବୋଲି ଚର୍ଚ୍ଚା ହେଉଛି ତାହା ଏବେ ରହସ୍ୟ ଘେରରେ। ୪ ଅଭିଯୁକ୍ତଙ୍କ ରିମାଣ୍ଡର ଅବଧି ଆଉ ମାତ୍ର ଗୋଟିଏ ଦିନ ବାକି ଅଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଉକ୍ତ ମେମୋରି ଚିପ୍‌ ବିଷୟରେ କୌଣସି ସୂଚନା ଦିଆ ନ ଯିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମେମୋରି ଚିପ୍‌ ସୁରକ୍ଷିତ ଅଛି ନାହିଁ, ସେଥିରେ କେଉଁ ପ୍ରଭାବଶାଳୀଙ୍କ ଅପରାଧ ଲୁଚି ରହିଛି ତାହା ଜାଣିବାକୁ ଅନେକେ ଅପେକ୍ଷା କରିଥିବାବେଳେ କ୍ରାଇମ୍‌ବ୍ରାଞ୍ଚ ଚିପ୍‌ ବିଷୟରେ କିଛି କହୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri